Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ।

ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୫ରୁ ଆରମ୍ଭ ହେବ ଓଡିଶା ବିଧାନସଭା, ଘଟିବ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣା

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ।

ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେସନ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ବାଚସ୍ପତି ରାଜ୍ୟପାଳଙ୍କୁ ଗୃହ ଭିତରକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଗୃହ ଭିତରେ ପହଞ୍ଚିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ପ୍ରଥମେ ଦିବଂଗନ୍ତ ନେତାଙ୍କ ସ୍ମୃତି ଚାରଣ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପ୍ରଥମେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣରେ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ।

ଏହାପରେ ବିରୋଧୀ ବିଜେପି ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲା। ବିଜେପି ସଦସ୍ୟମାନେ ରାଜ୍ୟପାଳ ଅଭିଭାଷଣଙ୍କୁ ବିରୋଧ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ସେମାନେ ହଟ୍ଟଗୋଳ କରିଥିଲେ। ଉଭୟ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ବହୁ ସମୟ ଧରି ହଟ୍ଟଗୋଳ କରିଥିଲେ। ଏହାର କିଛି ସମୟ ପରେ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରିଥିଲେ।

ମୁଖ୍ୟତଃ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଏହି ଆନ୍ଦୋଳନ କରିଛି। ସମସ୍ତ ବିଜେପି ବିଧାୟକ କକ୍ଷତ୍ୟାଗ କରିବା ପରେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ସେମାନେ ଧାରଣାରେ ବସି ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେସନ। ପରଂପରା ଅନୁସାରେ ଏହି ଅଧିବେସନର ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ସେଥିପାଇଁ ଆଜି ଗୃହର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଅଭିଭାଷଣ ରହିବ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ।

ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଚସ୍ପତି ଶ୍ରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ବିରୋଧି ଦଳନେତା ଶ୍ରୀ ଜୟନାରାୟଣ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ।

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ,  ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ଏହି ଅଧିବେଶନରେ ରାଜ୍ୟର ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ଚଳିତ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍‌ ଗ୍ୟାଲେରୀରେ ଉପସ୍ଥିତ ରହି ପାରିବେ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଦର୍ଶକ ଗ୍ୟାଲେରୀକୁ ଆସିପାରିବେ।

ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ବସିବ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବ।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୨୯ରେ ହେବ ଆସନ୍ତା ବଜେଟ୍‌ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍‌ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଆଜିଠାରୁ ବିଧାନସଭା, ବହୁ ଦିନ ପରେ ଗୃହରେ ଉପସ୍ଥିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ସ୍ବଳ୍ପକାଳୀନ ଅଧିବେସନ ମାତ୍ର ଛଅ ଦିନ ଚାଲିବ। ପ୍ରଥମେ ରାଜ୍ୟପାଳ ଏହି ଅଧିବେସନରେ ତାଙ୍କର ଅଭିଭାଷଣ ରଖିବେ। ଏହାପରେ ଦିବ୍ୟଗଂତ ନେତାଙ୍କ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ମୁଲତବି ରଖାଯିବ।

ତେବେ ଏହି ଅଧିବେସନରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପାଇଁ ବିଧାନସଭାରେ ପହଁଚିଛନ୍ତି। କରୋନା ପାଇଁ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି ଗୃହରେ ଉପସ୍ଥିତ ରହିଥିଲେ। ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଉଥିଲେ।

Categories
Budget2022 ଜାତୀୟ ଖବର ବିଶେଷ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ କଲେ ଏପରି ନିବେଦନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବଜେଟ ଅଧିବେସନ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ନିବେଦନ କରିଛନ୍ତି। ଏକ ବିବୃତି ଜାରୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ତାହା ହେଲା..

“ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏହି ବଜେଟ୍ ଅଧିବେଶନରେ ମୁଁ ଆପଣ ସମସ୍ତଙ୍କୁ ଏବଂ ଦେଶର ସମସ୍ତ ମାନ୍ୟବର ସାଂସଦମାନଙ୍କୁ ସ୍ୱାଗତ କରୁଛି। ଆଜିର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ଅଛି। ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି, ଭାରତରେ ଟୀକାକରଣ ଅଭିଯାନ, ଭାରତର ନିଜସ୍ୱ ଆବିଷ୍କୃତ ଟିକା ସମଗ୍ର ବିଶ୍ୱରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରୁଛି।

ଏହି ବଜେଟ୍ ଅଧିବେଶନରେ ମଧ୍ୟ ଆମର ସଂସଦୀୟ ଦଳର ଆଲୋଚନା ଏବଂ ଖୋଲା ମନୋଭାବ ବିଶ୍ବରେ ପ୍ରଭାବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିପାରିବ। ମୁଁ ଆଶା କରୁଛି ଯେ ସମସ୍ତ ମାନ୍ୟବର ସାଂସଦ, ସମସ୍ତ ରାଜନୈତିକ ଦଳ ନିଶ୍ଚିତ ଭାବରେ ଦେଶକୁ ପ୍ରଗତି ପଥରେ ଆଣିବାରେ ସାହାଯ୍ୟ କରିବେ ଏବଂ ଖୋଲା ମନରେ ଭଲ ଆଲୋଚନା କରି ଏହାକୁ ତ୍ୱରାନ୍ୱିତ କରିବେ।

ଏହା ସତ୍ୟ ଯେ ବାରମ୍ବାର ନିର୍ବାଚନ ହେତୁ ଅଧିବେଶନ ମଧ୍ୟ ପ୍ରଭାବିତ ହୁଏ, ଆଲୋଚନା ମଧ୍ୟ ପ୍ରଭାବିତ ହୁଏ । କିନ୍ତୁ ମୁଁ ସମସ୍ତ ସାଂସଦମାନଙ୍କୁ ପ୍ରାର୍ଥନା କରିବି ଯେ ନିର୍ବାଚନ ତାହା ସ୍ଥାନରେ ଅଛି, ତାହା ଜାରି ରହିବ, କିନ୍ତୁ ଆମେ ଗୃହରେ ଏହି ବଜେଟ୍ ଅଧିବେଶନ ସାରା ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତିକି ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଏହି ବଜେଟ୍ ଅଧିବେଶନକୁ ଅଧିକ ଫଳପ୍ରଦ କରିବା, ଆଗାମୀ ବର୍ଷ ମଧ୍ୟ ଏହାକୁ ନୂତନ ଆର୍ଥିକ ଉଚ୍ଚତାକୁ ନେବା ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିବ।

ଏଥର ସଂସଦରେ ଏକ ଖୋଲା ଆଲୋଚନା, ଏକ ସୁଚିନ୍ତିତ ଆଲୋଚନା, ମାନବୀୟ ସମ୍ବେଦନଶୀଳତା ପରିପୂର୍ଣ୍ଣ ଆଲୋଚନା, ଏକ ଉତ୍ତମ ଉଦ୍ଦେଶ୍ୟ ସହିତ ଆଲୋଚନା କରିବା ଆଶା ସହିତ, ସମସ୍ତଙ୍କୁ ଅନେକ ଧନ୍ୟବାଦ।”

Categories
Budget2022 ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେସନ ଆରମ୍ଭ ହେବ। ଆସନ୍ତାକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସେହିପରି ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨ ଗୃହରେ ମଧ୍ୟ ଉପସ୍ଥାପିତ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖ ମଙ୍ଗଳବାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବେ। ସେହିପରି ଗୃହ କାର‌୍ୟ୍ୟ ସୁରୁଖୁରୁରେ ଚାଲିବା ପାଇଁ ରାଜନୈତିକ ଦଳ ସହଯୋଗ ଲୋଡ଼ିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ସର୍ବଦଳୀୟ ବୌଠକ ଆହ୍ବାନ କରାଯାଇଛି।

କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟସଭା ଓ ଲୋକସଭାରେ ରାଜନୈତିକ ଦଳର ନେତାଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛ। ଚଳିତ ବର୍ଷ ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ। ପ୍ରଥମ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସର ୧୧ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏକ ମାସର ଛୁଟି ପରେ ପୁଣିଥରେ ଅଧିବେଶନର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୮ ଏପ୍ରିଲରେ ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଜାନୁୟାରୀ 31 ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 31 ରୁ ଆରମ୍ଭ ହେବ। ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ କରାଯିବ। ପ୍ରଥମାର୍ଦ୍ଧ ଜାନୁୟାରୀ 31 ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ 14 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଚାଲିବ।

ଫେବୃଆରୀ 1 ରେ ସରକାର 2022-23 ଆର୍ଥିକ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିବେ। ଗତ ଶୀତକାଳିନ ଅଧିବେସନ କାର୍ଯ୍ୟସୂଚୀର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର 22 ରେ ସମାପ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ, ଏଥର ଜଙ୍ଗଲୀ ନିଆଁରେ ଗୃହ ତାତିବ

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ।ତେବେ ଏହି ପର୍ଯ୍ୟାୟ ଅଧିବେସନ ବେଶ ସରଗରମ ହେବ ବୋଲି ଜଣାପଡିଛି। କାରଣ ଜଙ୍ଗଲୀ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାର ସମ୍ଭାବନା ରହିଛି।

ମୁଖ୍ୟ ବିରୋଧୀ ବିଜେପି ଧାନମଣ୍ଡି, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ ଉଠାଇବ । ସେହିପରି କଂଗ୍ରେସ  ମଧ୍ୟ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, କୋଟିଆ ଓ ବେକାରୀ ସମସ୍ୟାକୁ  ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡିଛି । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି  ।