Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ହେଲା ଅନ୍ତିମ ସଂସ୍କାର
ବିଶେଷ ଖବର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ହେଲା ଅନ୍ତିମ ସଂସ୍କାର

February 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଦେଶର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କୁ ଆଜି ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଇ ଦିଆଯାଇଥିଲା ଏବଂ ସଶସ୍ତ୍ର ବାହିନୀର ସୈନିକମାନେ ତାଙ୍କୁ ଶେଷ ଅଭିବାଦନ ଜଣାଇଥିଲେ। ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ କ୍ରିକେଟର ସଚିନ ତେନ୍ଦୁଲକର, ଶାହାରୁଖ ଖାନଙ୍କ ସମେତ ସମସ୍ତ ସେଲିବ୍ରିଟି ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ବିଦେଶର ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକରରେ କୋଭିଡ ପଜିଟିଭ ହୋଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ ଏକ ମାସ ଧରି ଆଇସିୟୁରେ ଲାଇଫ୍ ସପୋର୍ଟରେ ଥିଲେ। ସେ ଆଜିଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ଦେଶବାସୀଙ୍କୁ ଚକିତ କରି ଦେଇଛି। କେନ୍ଦ୍ର ସରକାର ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି।

ଅନ୍ତିମ ସଂସ୍କାର ଭାରତ ରତ୍ନ ରାଷ୍ଟ୍ରୀୟ ମର୍ଯ୍ୟାଦା ଲତା ମଙ୍ଗେଶକର
Share. Facebook Twitter LinkedIn Email WhatsApp Copy Link

Related Posts

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026
Latest News

ଟ୍ରେନ୍ ଯାତ୍ରୀଙ୍କୁ ବଡ଼ ଝଟକା! ଏକାଥରେ ୨୦ରୁ ଅଧିକ ଟ୍ରେନ୍ ବାତିଲ, ଜାଣନ୍ତୁ ପୂରା ତାଲିକା

October 6, 2026

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ମେଗା ମାର୍ଚ୍ଚ: ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ସାମିଲ ହେବ BJD

October 6, 2026

ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ

October 6, 2026

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.