Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ବଡ ଆଶ୍ଵସ୍ତି, ସେ ଅନୁସୂଚିତ ଜାତିର ବୋଲି ସ୍ଵୀକାର କଲେ ଏସସି କମିଶନ
ବିଶେଷ ଖବର

ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ବଡ ଆଶ୍ଵସ୍ତି, ସେ ଅନୁସୂଚିତ ଜାତିର ବୋଲି ସ୍ଵୀକାର କଲେ ଏସସି କମିଶନ

February 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏନସିବି ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଗତ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଏସସି କମିଶନ ମାନିଛନ୍ତି ଯେ, ସମୀର ୱାନଖେଡେ ଅନୁସୂଚିତ ଜାତିର ଅଟନ୍ତି। ଏହା ଦ୍ଵାରା ଦୀର୍ଘ ମାସ ଧରି ଚାଲିଆସୁଥିବା ଏହି ଘଟଣାରୁ ସମୀର ୱାନଖେଡେଙ୍କୁ ବଡ ଆଶ୍ଵସ୍ତି ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ପୂର୍ବତନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାନଖେଡେଙ୍କୁ ଏକ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ୱାନଖେଡେ ଜଣେ ମୁସଲମାନ, ସେ ଅନୁସୂଚିତ ଜାତି ମହାର ସମ୍ପ୍ରଦାୟର ନୁହଁନ୍ତି। ମଲିକ କହିଥିଲେ ଯେ, ୱାନଖେଡେ ଏକ ଜାଲ୍ ଜାତି ପ୍ରମାଣପତ୍ର ମାଧ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ ନବାବ ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ୱାନଖେଡେଙ୍କ ମୂଳ ଜନ୍ମ ପ୍ରମାଣପତ୍ର ଭାବରେ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। ବାସ୍ତବରେ, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ଅକ୍ଟୋବର ୨୦୨୧ରେ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଟ୍ୱିଟ କରିଥିଲେ। ପ୍ରଥମ ଟ୍ୱିଟରେ ସେ ୱାନଖେଡେଙ୍କର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ ସେୟାର କରିବାବେଳେ ମଲିକ ଲେଖିଥିଲେ ଚିହ୍ନନ୍ତୁ କିଏ? ଅନ୍ୟ ଏକ ଟ୍ୱିଟରେ ସେ ମ୍ୟୁନିସିପାଲିଟି କର୍ପୋରେସନର ସାର୍ଟିଫିକେଟ୍ ର ଚିତ୍ର ସେୟାର କରିଥିଲେ। ଏହି ସାର୍ଟିଫିକେଟ୍ ରେ ସମୀରଙ୍କ ପିତାଙ୍କ ନାମ ‘ଦାଉଦ କେ ୱାନଖେଡେ’ ଭାବରେ ଲେଖାଯାଥିଲା। ଯେଉଁଠାରେ ଧର୍ମ ସ୍ଥାନରେ ‘ମୁସଲମାନ’
ଲେଖାଯାଇଛି।

ତେବେ ଏହି ମାମଲାରେ ୱାନଖେଡେଙ୍କ ପିତା ଜ୍ଞାନଦେବ ୱାନଖେଡେ ମଲିକଙ୍କୁ ରାଜନୀତି କରୁଥିବା ଅଭିଯୋଗ କରିଥିଲେ ଏବଂ ମୁଁ ଧର୍ମ ପରିବର୍ତ୍ତନ କରି ନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ସବୁ ଅଭିଯୋଗ ମିଥ୍ୟା ଅଟେ। ତାଙ୍କର ଏକ ଅନ୍ୟ ଜାତିରେ ବିବାହ ହୋଇଥିଲା, କିନ୍ତୁ ସେ କିମ୍ବା ତାଙ୍କ ପତ୍ନୀ କଦାପି ଧର୍ମ ପରିବର୍ତ୍ତନ କରିନଥିଲେ।

ଅନୁସୂଚିତ ଜାତି ଏନସିବି ସମୀର ୱାନଖେଡେ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026
Latest News

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.