ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।