Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇଓସିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ ଉପସ୍ଥାପନା
ଜାତୀୟ ଖବର

ଆଇଓସିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ ଉପସ୍ଥାପନା

February 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଆଗାମୀ ବୈଠକ ମୁମ୍ବଇର ‘ଜିଓ ୱାର୍ଲଡ କନଭେନ୍‌ସନ ସେଂଟର’ରେ ଅନୁଷ୍ଠିତ ହେବ। ୨୦୨୩ରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଆୟୋଜନ ସ୍ଥଳକୁ ନେଇ ହୋଇଥିବା ମତଦାନରେ ଭାରତକୁ ବୈଧ ୭୬ ମତ ମଧ୍ୟରୁ ୭୫ ଜଣଙ୍କ ସମର୍ଥନ ମିଳିଛି। ବହୁମତ ହାସଲ ସହିତ ଏହି ଅଧିକାର ଜିତିବା ପରେ ଆଇଓସି (ଆନ୍ତର୍ଜାତିକ ଅଲିମ୍ପିକ କମିଟି) ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଏହା ଭାରତ ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି କହିଛନ୍ତି।

ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ନୀତା ଅମ୍ବାନି ଆଇଓସିର ଆଗାମୀ ବୈଠକ ଭାରତରେ ଆୟୋଜନ କରିବା ନେଇ ଜୋର୍‌ଦାର ଦାବି ଉପସ୍ଥାପନ କରିଥିଲେ। ଆଇଓସି ସଦସ୍ୟବୃନ୍ଦଙ୍କୁ ସେ କହିଥିଲେ ଯେ, “ଭବିଷ୍ୟତରେ ଯୁବ ଅଲିମ୍ପିକ ଏବଂ ଅଲିମ୍ପିକ କ୍ରୀଡା ଭାରତକୁ ଆଣିବା ଆମର ସ୍ୱପ୍ନ। ଆମେ ଚାହୁଁଛୁ ଯେ ବିଶ୍ୱର ସବୁଠାରୁ ଯୁବରାଷ୍ଟ୍ର ଭାରତର ଯୁବପିଢି ଅଲିମ୍ପିକର ଭବ୍ୟତା ଏବଂ ବିଶାଳତାକୁ ଅନୁଭବ କରନ୍ତୁ। ଆମେ ଏହି ପ୍ରୟାସକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁଛୁ।”

ଆଇଓସିର ବାର୍ଷିକ ବୈଠକ ଆୟୋଜନ ସୁଯୋଗ ଭାରତକୁ ମିଳିବାରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଅଲିମ୍ପିକ ଅଭିଯାନ ୪୦ ବର୍ଷ ପ୍ରତୀକ୍ଷା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଛି। ୨୦୨୩ରେ ମୁମ୍ବଇରେ ଆଇଓସିର ଅଧିବେଶନ ଆୟୋଜନ କରିବାର ସମ୍ମାନ ଭାରତକୁ ପ୍ରଦାନ କରିଥିବାରୁ ମୁଁ ଆନ୍ତର୍ଜାତିକ ଅଲିମ୍ପିକ କମିଟି ନିକଟରେ କୃତଜ୍ଞ। ଏହା ଭାରତୀୟ କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରାଇବ।” ୨୦୨୩ ଅଲିମ୍ପିକ ଅଧିବେଶନ ଅବସରରେ ବଂଚିତ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡା ବିକାଶ କାର୍ଯ୍ୟକ୍ରମସମୂହର ଏକ ଶୃଙ୍ଖଳା ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ।

ଭାରତୀୟ ପ୍ରତିନିଧିମଣ୍ଡଳୀରେ ନୀତା ଅମ୍ବାନି, ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବନ୍ଧୁକ ଚାଳନା (ସୁଟିଂ) ରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ପ୍ରମୁଖ ସାମିଲ ଥିଲେ। ବେଜିଂରେ ଚାଲିଥିବା ଆଇଓସିର ବାର୍ଷିକ ଅଧିବେଶନରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଭର୍ଚୁଆଲ ମାଧ୍ୟମରେ ଆଗାମୀ ବୈଠକ ଭାରତରେ ଆୟୋଜନ ସପକ୍ଷରେ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଭାରତରେ ଚାରି ଦଶନ୍ଧି ପରେ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଅଧିବେଶନ ଆୟୋଜନ କରାଯିବ।

ଏହା ପୂର୍ବରୁ ୧୯୮୩ରେ ଶେଷଥର ପାଇଁ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଥିଲା। ଆଇଓସି ଅଧିବେଶନରେ ଆଇଓସିର ସଦସ୍ୟଗଣ ଅଲିମ୍ପିକ ଚାର୍ଟର ଏବଂ ଅଲିମ୍ପିକ ଆୟୋଜନକାରୀ ସହର ମନୋନୟନ ଆଦି ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତି।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା ଏକ ବିବୃତିରେ କହିଛନ୍ତି ଯେ, “ମୁଁ ଶ୍ରୀମତୀ ନୀତା ଅମ୍ବାନିଙ୍କୁ ତାଙ୍କର ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ତଥା ମୋର ସମସ୍ତ ଆଇଓସି ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି। ଆସନ୍ତା ବର୍ଷ ମୁମ୍ବଇରେ ଆପଣଙ୍କୁ ଅପେକ୍ଷା କରିବୁ। ଏହା ଭାରତର କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ। ଆମେ ଚାହୁଁଛୁ ଯେ ଅଲିମ୍ପିକ ଆନ୍ଦୋଳନ ଆମର ଆଗାମୀ ପିଢିର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁ। ୨୦୨୩ରେ ମୁମ୍ବଇକୁ ସ୍ମରଣୀୟ ଆଇଓସି ଅଧିବେଶନ ଆୟୋଜନ ସୁଯୋଗ ପ୍ରଦାନ ଭାରତର ନୂଆ କ୍ରୀଡା କ୍ଷମତାକୁ ପ୍ରଦର୍ଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେବ।” 

ଆଇଓସି ଜିଓ ୱାର୍ଲଡ କନଭେନ୍‌ସନ ସେଂଟର ନୀତା ଅମ୍ବାନି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.