Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇଓସିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ ଉପସ୍ଥାପନା
ଜାତୀୟ ଖବର

ଆଇଓସିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ ଉପସ୍ଥାପନା

February 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଆଗାମୀ ବୈଠକ ମୁମ୍ବଇର ‘ଜିଓ ୱାର୍ଲଡ କନଭେନ୍‌ସନ ସେଂଟର’ରେ ଅନୁଷ୍ଠିତ ହେବ। ୨୦୨୩ରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଆୟୋଜନ ସ୍ଥଳକୁ ନେଇ ହୋଇଥିବା ମତଦାନରେ ଭାରତକୁ ବୈଧ ୭୬ ମତ ମଧ୍ୟରୁ ୭୫ ଜଣଙ୍କ ସମର୍ଥନ ମିଳିଛି। ବହୁମତ ହାସଲ ସହିତ ଏହି ଅଧିକାର ଜିତିବା ପରେ ଆଇଓସି (ଆନ୍ତର୍ଜାତିକ ଅଲିମ୍ପିକ କମିଟି) ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଏହା ଭାରତ ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି କହିଛନ୍ତି।

ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ନୀତା ଅମ୍ବାନି ଆଇଓସିର ଆଗାମୀ ବୈଠକ ଭାରତରେ ଆୟୋଜନ କରିବା ନେଇ ଜୋର୍‌ଦାର ଦାବି ଉପସ୍ଥାପନ କରିଥିଲେ। ଆଇଓସି ସଦସ୍ୟବୃନ୍ଦଙ୍କୁ ସେ କହିଥିଲେ ଯେ, “ଭବିଷ୍ୟତରେ ଯୁବ ଅଲିମ୍ପିକ ଏବଂ ଅଲିମ୍ପିକ କ୍ରୀଡା ଭାରତକୁ ଆଣିବା ଆମର ସ୍ୱପ୍ନ। ଆମେ ଚାହୁଁଛୁ ଯେ ବିଶ୍ୱର ସବୁଠାରୁ ଯୁବରାଷ୍ଟ୍ର ଭାରତର ଯୁବପିଢି ଅଲିମ୍ପିକର ଭବ୍ୟତା ଏବଂ ବିଶାଳତାକୁ ଅନୁଭବ କରନ୍ତୁ। ଆମେ ଏହି ପ୍ରୟାସକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁଛୁ।”

ଆଇଓସିର ବାର୍ଷିକ ବୈଠକ ଆୟୋଜନ ସୁଯୋଗ ଭାରତକୁ ମିଳିବାରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଅଲିମ୍ପିକ ଅଭିଯାନ ୪୦ ବର୍ଷ ପ୍ରତୀକ୍ଷା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଛି। ୨୦୨୩ରେ ମୁମ୍ବଇରେ ଆଇଓସିର ଅଧିବେଶନ ଆୟୋଜନ କରିବାର ସମ୍ମାନ ଭାରତକୁ ପ୍ରଦାନ କରିଥିବାରୁ ମୁଁ ଆନ୍ତର୍ଜାତିକ ଅଲିମ୍ପିକ କମିଟି ନିକଟରେ କୃତଜ୍ଞ। ଏହା ଭାରତୀୟ କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରାଇବ।” ୨୦୨୩ ଅଲିମ୍ପିକ ଅଧିବେଶନ ଅବସରରେ ବଂଚିତ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡା ବିକାଶ କାର୍ଯ୍ୟକ୍ରମସମୂହର ଏକ ଶୃଙ୍ଖଳା ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ।

ଭାରତୀୟ ପ୍ରତିନିଧିମଣ୍ଡଳୀରେ ନୀତା ଅମ୍ବାନି, ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବନ୍ଧୁକ ଚାଳନା (ସୁଟିଂ) ରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ପ୍ରମୁଖ ସାମିଲ ଥିଲେ। ବେଜିଂରେ ଚାଲିଥିବା ଆଇଓସିର ବାର୍ଷିକ ଅଧିବେଶନରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଭର୍ଚୁଆଲ ମାଧ୍ୟମରେ ଆଗାମୀ ବୈଠକ ଭାରତରେ ଆୟୋଜନ ସପକ୍ଷରେ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଭାରତରେ ଚାରି ଦଶନ୍ଧି ପରେ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଅଧିବେଶନ ଆୟୋଜନ କରାଯିବ।

ଏହା ପୂର୍ବରୁ ୧୯୮୩ରେ ଶେଷଥର ପାଇଁ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଥିଲା। ଆଇଓସି ଅଧିବେଶନରେ ଆଇଓସିର ସଦସ୍ୟଗଣ ଅଲିମ୍ପିକ ଚାର୍ଟର ଏବଂ ଅଲିମ୍ପିକ ଆୟୋଜନକାରୀ ସହର ମନୋନୟନ ଆଦି ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତି।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା ଏକ ବିବୃତିରେ କହିଛନ୍ତି ଯେ, “ମୁଁ ଶ୍ରୀମତୀ ନୀତା ଅମ୍ବାନିଙ୍କୁ ତାଙ୍କର ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ତଥା ମୋର ସମସ୍ତ ଆଇଓସି ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି। ଆସନ୍ତା ବର୍ଷ ମୁମ୍ବଇରେ ଆପଣଙ୍କୁ ଅପେକ୍ଷା କରିବୁ। ଏହା ଭାରତର କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ। ଆମେ ଚାହୁଁଛୁ ଯେ ଅଲିମ୍ପିକ ଆନ୍ଦୋଳନ ଆମର ଆଗାମୀ ପିଢିର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁ। ୨୦୨୩ରେ ମୁମ୍ବଇକୁ ସ୍ମରଣୀୟ ଆଇଓସି ଅଧିବେଶନ ଆୟୋଜନ ସୁଯୋଗ ପ୍ରଦାନ ଭାରତର ନୂଆ କ୍ରୀଡା କ୍ଷମତାକୁ ପ୍ରଦର୍ଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେବ।” 

ଆଇଓସି ନୀତା ଅମ୍ବାନି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026
Latest News

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.