Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶିଖ ଫର ଜଷ୍ଟିସ ସହ ଜଡ଼ିତ ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌କୁ ବନ୍ଦ କରିବାକୁ ଆଦେଶ
ବିଶେଷ ଖବର

ଶିଖ ଫର ଜଷ୍ଟିସ ସହ ଜଡ଼ିତ ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌କୁ ବନ୍ଦ କରିବାକୁ ଆଦେଶ

February 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଦେଶରେ ପରିଚାଳିତ ‘‘ପଞ୍ଜାବ ପଲିଟିକ୍ସ ଟିଭି’’ର ଆପ୍ସ, ୱେବସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ (ବ୍ଲକ୍‌) କରିବା ଲାଗି ନିର୍ଦ୍ଦେଶ ଦେଇଛି। ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ, ୧୯୬୭ ଅଧୀନରେ ବେଆଇନ ଘୋଷିତ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫଜେ) ସହିତ ଏହି ଟିଭି ଚାନେଲର ଘନିଷ୍ଠ ସମ୍ପର୍କ ରହିଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଚାନେଲ ବର୍ତ୍ତମାନ ଜାରି ରହିଥିବା ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅନଲାଇନ ମିଡିଆ ମାଧ୍ୟମରେ ଉଦ୍ୟମ କରୁଥିଲା। ପଞ୍ଜାବ ପଲିଟିକ୍ସ ଟିଭିର ଡିଜିଟାଲ ମିଡିଆ ଉତ୍ସକୁ ବନ୍ଦ (ବ୍ଲକ୍‌) କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ଆଇଟି ନିୟମ ଅଧୀନରେ ଜରୁରିକାଳୀନ କ୍ଷମତାର ଉପଯୋଗ କରାଯାଇଥିଲା।

ବ୍ଲକ୍‌ ହୋଇଥିବା ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌ରେ ପ୍ରଦର୍ଶିତ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ବିଭେଦ ଏବଂ ବିଚ୍ଛିନ୍ନତାବାଦକୁ ଉତ୍ତେଜିତ କରିବା ଭଳି କ୍ଷମତା ରହିଥିଲା। ଏହାର ବିଷୟବସ୍ତୁ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ବର୍ତ୍ତମାନ ଜାରି ରହିଥିବା ନିର୍ବାଚନ ସମୟରେ ଅଧିକ ମହତ୍ବ ପାଇବା ଲାଗି ନୂଆ ଆପ୍ସ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ ଶୁଭାରମ୍ଭ କରାଯାଇଛି।

ଭାରତ ସରକାର ଦେଶର ସାମଗ୍ରିକ ସୂଚନା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ଲାଗି ଶକ୍ତି ରଖୁଥିବା କୌଣସି କାର୍ଯ୍ୟକୁ ବିଫଳ କରିବା ଲାଗି ସତର୍କ ଏବଂ ସଂକଳ୍ପବଦ୍ଧ ରହିଛନ୍ତି।

ୱେବସାଇଟ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.