Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
ବିଶେଷ ଖବର

ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

February 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ କମିଶନରଙ୍କ ବୈଠକ

ଭୁବନେଶ୍ୱର: ଗୁରୁବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ।

ଭୋଟ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଥିଲେ ।

ଭୋଟ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ରକ୍ଷା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ କୌଣସିଠାରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତୀକ୍ଷ୍‌ଣ ଦୃଷ୍ଟିଦେବାକୁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

Odisha Panchayat Election ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026

ଏମ.କେ.ସି.ଜି. ମେଡିକାଲ କଲେଜରେ ୧୦୦ଟି ସ୍ନାୟୁଶଲ୍ୟ ସଫଳ ଅସ୍ତ୍ରୋପଚାର

January 31, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ଼ – ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

January 31, 2026

ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

January 31, 2026
Latest News

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026

ହାରିବା ସତ୍ତ୍ୱେ ୨୦୨୬ WPL ର ଏଲିମିନେଟରରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ ଗଣିତ

January 31, 2026

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

January 31, 2026

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

January 31, 2026

ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ, ଶରୀରକୁ ମିଳିବ ଅନେକ ଲାଭ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.