Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ସାରା ଓଡିଶାରେ ବିଜେଡି ବର୍ଷା, ବିରୋଧୀ ଦଳ ଧୋଇ ହୋଇ ଯିବାର ସମ୍ଭାବନା ସୃଷ୍ଟି

ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଗଣତି। ଏହି ପର୍ଯ୍ୟାୟରେ ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଜୋନରର ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେଡି ସର୍ବାଗ୍ରେ ରହିଛି। ବିଜେଡି ଏପରିସ୍ଥିତିରେ ରହିଛି ଯେ, ବିରୋଧୀ ଧଳ ପୁରା ଧୋଇ ହୋଇଯିବାର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଗଣତିରେ ବିଜେଡି ୨୧୦ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି। ସେହିପରି ବିଜେପି ୧୫ ଟି ଏବଂ କଂଗ୍ରେସ ୬ ଟି ଜୋନରେ ଆଗରେ ରହିଛି। ଗତ ଦୁଇ ପର୍ଯ୍ୟାୟ ଗଣତିରେ ସ୍ବାଧୀନ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ କେତେକ ଜୋନରେ ଆଗରେ ରହୁଥିଲେ। ହେଲେ ଏହି ପର୍ଯ୍ୟାୟ ସେମାନଙ୍କର ସ୍ଥିତି ପୁରା ଲିଭି ଯାଇଛି।

ପ୍ରଥମ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବହୁ ବହୁ ଆଗରେ ରହିଛି। ଚୁଡାନ୍ତ ତଥ୍ୟ ଅନୁସାରେ ମୋଟ ଘୋଷିତ ୩୧୪ ଟି ଜୋନ ମଧ୍ୟରୁ ବିଜେଡିକୁ ମିଳିଛି ୨୮୧, ବିଜେପିକୁ ମିଳିଛି ୧୫ଟି, କଂଗ୍ରେସକୁ ୧୪ଟି, ସ୍ବାଧୀନ ୨ଟି ଏବଂ ଅନ୍ୟାନ୍ୟ ୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବାଜିମାତ କରିଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଇଥିଲା। ହେଲେ ୨୯୫ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ୨୬୦, ବିଜେପି ୧୬, କଂଗ୍ରେସ ୧୬, ସ୍ବାଧୀନ ୦୧ ଏବଂ ଅନ୍ୟାନ୍ୟ ୦୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସାରା ଓଡିଶାରେ ପୁଣି ଥରେ ବିଜେଡି ବର୍ଷା ହୋଇଛି। ଆଉ ଏହି ବର୍ଷାରେ ଓଡିଶାର ବିରୋଧୀ ଦଳ ପୁରା ଧୋଇ ହୋଇଯିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ସଂଧ୍ୟାରେ ଚୁଡାନ୍ତ ଫଳାଫଳ ଆସିଲା ପରେ ଏହି ଚିତ୍ର ସ୍ପଷ୍ଟ ହେବ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଟଙ୍କା ବଣ୍ଟୁଥିବା ବେଳେ ଧରାପଡିଲେ ବିଜେପି ପ୍ରାର୍ଥୀ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି। ସେ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ଜୋନ ଏ ର ବିଜେପି ପ୍ରାର୍ଥୀ ପ୍ରବୀଣ ନାୟକ।

ଗତକାଲି ରାତିରେ ସେ ଭୋଟରଙ୍କୁ ଟଙ୍କା ବାଣ୍ଟି ପ୍ରଭାବିତ କରୁଥିଲେ। ବିଜେଡି କର୍ମି ତାଙ୍କ କାରସାଦି ଧରା ପକାଇ ପୋଲିସ ଜିମା ଦେଇଥିଲେ। ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଗୁରୁବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ।

ଭୋଟ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଥିଲେ ।

ଭୋଟ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ରକ୍ଷା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ କୌଣସିଠାରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତୀକ୍ଷ୍‌ଣ ଦୃଷ୍ଟିଦେବାକୁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବୁଥ ପରିଦର୍ଶନ କରି ଭୋଟ ଗ୍ରହଣ ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ଆଜି ବିଭିନ୍ନ ସ୍ଥାନରେ ଚାଲିଛି ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ପକ୍ରିୟା ତଦାରଖ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମାହାପାତ୍ର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି। ସେ ଆଜି ସକାଳେ ବେଗୁନିଆ ବ୍ଲକର ବଡବେରନା, ପୋଡାଡିହ, ସିମୋର ବୁଥ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ସ୍ଥାନୀୟ ତହସିଲଦାର, ବିଡିଓ ଏବଂ ଇନସ୍ପେକ୍ଟର ମଧ୍ୟ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗ୍ରହଣ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୧୮୬ଟି ଜିଲ୍ଲା ପରିଷଦ ପାଇଁ ୭୪୭ ଜଣ ପ୍ରାର୍ଥୀ

ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ଆଜି ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହେଉଛି। ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନ ହେଉଛି। ଏଥିରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି।ଏଥିସହିତ ଆଜି ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୨୦୪୩୬ ବୁଥରେ ହେବ ଭୋଟ ଗ୍ରହଣ, ସୁରକ୍ଷା କଡାକଡି

ଭୁବନେଶ୍ବର: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନରେ କେତେକ ସ୍ଥାନର ହିଂସାତ୍ମକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି।

ସେଥିପାଇଁ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟର ସୂଚନା ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନ ଏବଂ ୧୫୧୪ଟି ପଞ୍ଚାୟତରେ ଏହି ନିର୍ବାଚନ ହେବ। ଏଥିପାଇଁ ୨୦୪୩୬ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଥିଲା।  ଏଥିରେ ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହୋଇଥିଲା। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ଥିଲେ। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଥିଲା।

ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ହେଉଛି। ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଏବଂ ୨୪ ତାରିଖରେ ଭୋଟ ଗ୍ରହଣ ହେବ। ଏହି ଗଣତନ୍ତ୍ର ପର୍ବରେ ରାଜ୍ୟରୁ ମୋଟ ୨ କୋଟି ୭୯ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

Panchayat Election: ଆସିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରତିଶତ, ମିଳିଲା ଚମକପ୍ରଦ ତଥ୍ୟ

ଭୁବନେଶ୍ବର: ଗତକାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ମତଦାନ ହାରର ସଂପୂର୍ଣ୍ଣ ସୂଚନା ଆସିଛି। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ମତଦାନ ହାର ହେଲା 77.2 ପ୍ରତିଶତ। ତେବେ ତିରିଶଟି ଜିଲ୍ଲା ମଧ୍ୟରୁ ମାତ୍ର ଆଠଟି ଜିଲ୍ଲାରେ 80 ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ହୋଇଛି।

ତେବେ ଚମକଦାର ଖବର ହେଲେ ଗଂଜାମ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାରେ କମ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଯେଉଁ ଆଠଟି ଜିଲ୍ଲାରେ ଭଲ ମତଦାନ ହୋଇଛି ସେଗୁଡିକ ହେଲା

ଅନୁଗୁଳ- 82.6 ପ୍ରତିଶତ

ବୌଦ୍ଧ- 84.7 ପ୍ରତିଶତ

ଦେବଗଡ- 83.75 ପ୍ରତିଶତ

ଝାରସୁଗୁଡା- 82.1 ପ୍ରତିଶତ

କୋରାପୁଟ- 80.2 ପ୍ରତିଶତ

କଳାହାଣ୍ଡି- 81.12 ପ୍ରତିଶତ

ନବରଂଗପୁର- 80.54 ପ୍ରତିଶତ

ସୁବର୍ଣ୍ଣପୁର- 81.56 ପ୍ରତିଶତ

ତେବେ ଯେଉଁ ଜିଲ୍ଲାଗୁଡିକରେ କମ ମତଦାନ ହେଉଛି ତାହା ସଂଖ୍ୟା ହେଲା ମାତ୍ର ତିନି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି କମ ମତଦାନରେ ରହିଛି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲା। କମିଶନରଙ୍କ ତଥ୍ୟ ଅନୁସାରେ ସବୁଠାରୁ କମ ମତଦାନ ହୋଇଥିବା ଜିଲ୍ଲା ହେଲା ଗଂଜାମ। ଏହି ଜିଲ୍ଲାରେ 64.96 ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ସେହିପରି ବଲାଙ୍ଗିରରେ 70.24 ପ୍ରତିଶତ ଏବଂ ଖୋର୍ଦ୍ଧା ଜିଲ୍ଲାରେ 71 ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ରାଜନୀତିରେ ଖୋର୍ଦ୍ଧା ଏବଂ ଗଂଜାମ ବେଶ ଚର୍ଚ୍ଚାରେ ଥିବା ବେଳେ ଏହି ଦୁଇ ଜିଲ୍ଲାର ମତଦାନ କମ ହେବା ନେତାମାନଙ୍କୁ ଚିନ୍ତାରେ ପକାଇଛି।