Panchayat Election: ଆସିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରତିଶତ, ମିଳିଲା ଚମକପ୍ରଦ ତଥ୍ୟ

Published: Feb 17, 2022, 12:54 pm IST

ଭୁବନେଶ୍ବର: ଗତକାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ମତଦାନ ହାରର ସଂପୂର୍ଣ୍ଣ ସୂଚନା ଆସିଛି। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ମତଦାନ ହାର ହେଲା 77.2 ପ୍ରତିଶତ। ତେବେ ତିରିଶଟି ଜିଲ୍ଲା ମଧ୍ୟରୁ ମାତ୍ର ଆଠଟି ଜିଲ୍ଲାରେ 80 ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ହୋଇଛି।

ତେବେ ଚମକଦାର ଖବର ହେଲେ ଗଂଜାମ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାରେ କମ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଯେଉଁ ଆଠଟି ଜିଲ୍ଲାରେ ଭଲ ମତଦାନ ହୋଇଛି ସେଗୁଡିକ ହେଲା

ଅନୁଗୁଳ- 82.6 ପ୍ରତିଶତ

ବୌଦ୍ଧ- 84.7 ପ୍ରତିଶତ

ଦେବଗଡ- 83.75 ପ୍ରତିଶତ

ଝାରସୁଗୁଡା- 82.1 ପ୍ରତିଶତ

କୋରାପୁଟ- 80.2 ପ୍ରତିଶତ

କଳାହାଣ୍ଡି- 81.12 ପ୍ରତିଶତ

ନବରଂଗପୁର- 80.54 ପ୍ରତିଶତ

ସୁବର୍ଣ୍ଣପୁର- 81.56 ପ୍ରତିଶତ

ତେବେ ଯେଉଁ ଜିଲ୍ଲାଗୁଡିକରେ କମ ମତଦାନ ହେଉଛି ତାହା ସଂଖ୍ୟା ହେଲା ମାତ୍ର ତିନି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି କମ ମତଦାନରେ ରହିଛି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲା। କମିଶନରଙ୍କ ତଥ୍ୟ ଅନୁସାରେ ସବୁଠାରୁ କମ ମତଦାନ ହୋଇଥିବା ଜିଲ୍ଲା ହେଲା ଗଂଜାମ। ଏହି ଜିଲ୍ଲାରେ 64.96 ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ସେହିପରି ବଲାଙ୍ଗିରରେ 70.24 ପ୍ରତିଶତ ଏବଂ ଖୋର୍ଦ୍ଧା ଜିଲ୍ଲାରେ 71 ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ରାଜନୀତିରେ ଖୋର୍ଦ୍ଧା ଏବଂ ଗଂଜାମ ବେଶ ଚର୍ଚ୍ଚାରେ ଥିବା ବେଳେ ଏହି ଦୁଇ ଜିଲ୍ଲାର ମତଦାନ କମ ହେବା ନେତାମାନଙ୍କୁ ଚିନ୍ତାରେ ପକାଇଛି।

Related posts