Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ମହାଶକ୍ତି ‘ଶିବ’ଙ୍କ ଗହନ ତତ୍ତ୍ୱ
ଧର୍ମ

ମହାଶକ୍ତି ‘ଶିବ’ଙ୍କ ଗହନ ତତ୍ତ୍ୱ

March 1, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଦୀପ ସେନାପତି

ଶିବ କହିଲେ ଆମେ ସାଧାରଣତ ଶୁଭ ବା ମଙ୍ଗଳକୁ ବୁଝିଥାଉ ଓ ମସ୍ତକରେ ଜଟାଜୁଟର ଅନ୍ତରାଳରେ ଗଙ୍ଗା, ଲଲାଟରେ ଅର୍ଦ୍ଧଚନ୍ଦ୍ର ଓ ତୃତୀୟନେତ୍ର, ଗଳାରେ ସର୍ପଧାରଣ, କଟିରେ ଗଜାଲିନ, ହସ୍ତରେ ତ୍ରିଶୁଳ ଓ ଅକ୍ଷମାଳା ଧାରଣ କରି ଧ୍ୟାନସ୍ଥ ମୁଦ୍ରାରେ ବସିିଥିବା ମହାଦେବଙ୍କ ମୂର୍ତ୍ତୀକୁ ପୂଜା ବା ସ୍ମରଣ କରିଥାଉ। ତେବେ ଏହି ଶିବଶବ୍ଦ ଯେ କେତେ ଗହନ-ତତ୍ତ୍ୱ-ସମ୍ବନ୍ଧିତ ଏକ ଅନାହତ ଉଚ୍ଚାରଣ, ତାହା ପ୍ରକାଶ କରିବା ଦୁରୂହ। ବେଦ ଉପନିଷଦ-ପୁରାଣ-ସାହିତ୍ୟ ସବୁଠାରେ ଶିବଶବ୍ଦ ଓ ଶିବତତ୍ତ୍ୱର ଦୀପ୍ତି ଓ ବ୍ୟାପ୍ତି ପ୍ରଶସ୍ତ ଭାବେ ଦେଖାଯାଏ। ଶୁକୃ ଯଜୃର୍ବେଦ (୧୬/୪୧) ଅନ୍ତର୍ଗତ ଶତରୁଦ୍ରିୟ ପାଠାରେ ଶିବଶବ୍ଦର ପ୍ରୟୋଗ ଦେଖାଯାଏ। ନମଃ ଶମବାୟ ଚ ନମଃ ଶିବାୟ ଚ ଶିବତରାୟ ଚ। ମୟଭବାୟ ଚ ନମଃ ଶଙ୍କରାୟ ଚ ମୟସ୍ୱରାୟ ଚ।

ଅର୍ଥାତ୍ ସୁଖାଶାନ୍ତିର ସୃଷ୍ଟିକାରୀଙ୍କୁ ନମସ୍କାର, ମଙ୍ଗଳକାରୀଙ୍କୁ ନମସ୍କାର, ଶିବଙ୍କୁ ନମସ୍କାର ଓ ପରମ କଲ୍ୟାଣଙ୍କୁ ନମସ୍କାର। ଆମେ ନିତ୍ୟ ପାଠ କରୁଥିବା ମହାମୃତ୍ୟୁଞ୍ଜୟ ମନ୍ତ୍ରର ମଧ୍ୟ ଉତ୍ପତ୍ତି-ଉତ୍ସ ହେଉଛି ଶୁକୃ ଯଜୃବେଦ। ଏଥିରେ (୩/୬-୬୧) ଥିବା ମନ୍ତ୍ରରେ ସୁଗନ୍ଧମୟ ତଥା ଅନ୍ନାଦିର ପୁଷ୍ଟିକୁ ବୃଦ୍ଧି କରୁଥିବା ତ୍ରିନେତ୍ର ଶିବଙ୍କୁ ସ୍ତୁତି କରାଯାଇ ମୃତ୍ୟୁ ବନ୍ଧନରୁ ମୁକ୍ତ ହେବା ଓ ଅମୃତରୁ ବଞ୍ôଚତ ନହେବା ନିମନ୍ତେ ସ୍ତୁତି କରାଯାଇଛି। ବିଶେଷତଃ ଅନ୍ୱତା କନ୍ୟା ଉତ୍ତମ-ବରପ୍ରାପ୍ତି ପରେ ପିତୃକୁଳରୁ ବିମୁକ୍ତି ଓ ପତିକୁଳରୁ ଅବିମୁକ୍ତି କାମନା କରି ଶିବସ୍ତୁତି କରିଥିବା ଏହି ମନ୍ତ୍ରରେ ପ୍ରକାଶିତ-ତ୍ର‌୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ। ଭର୍ବାରୁକ ଶିବ ବନ୍ଧାନାନ୍ ମୃତ୍ୟୋର୍ମୁକ୍ଷୀୟ ମାଽମୃତାତ୍। ତ୍ର‌୍ୟାମ୍ବକଂ ଯଜାମହେ ସୁଗନ୍ଧିଂ ପତିବେଦନାମ୍। ଭର୍ବାରୁକଶିବ ବନ୍ଧନା ଜିତୋ ମୁକ୍ଷୀୟ ମାମୁତଃ।।।

ଉପନିଷତ୍ ମାନଙ୍କ ଶୃଙ୍ଖଳା କ୍ରମରେ ଦେଖିଲେ, ଶ୍ୱେତାଶ୍ୱତର ଉପନିଷଦ୍ (୩/୧୧)ରେ ଶିବଶଙ୍କର ବ୍ୟାପକତା ପ୍ରକଟିତ ହୋଇଛି-ସର୍ବାନନଶିରୋଶ୍ରୀବଃ ସର୍ବଭୂତଗୁହାଶୟଃ। ସର୍ବବ୍ୟାପୀ ସ ଭଗବାଂସ୍ତସ୍ମାତ ସର୍ବଗତଃ ଶିବଃ।। ଅର୍ଥାତ୍ ସମସ୍ତଙ୍କ ମୁଖ-ମସ୍ତକ-କଣ୍ଠ-ସ୍ୱରୂପ, ସମସ୍ତଙ୍କ ହୃଦୟସ୍ଥିତ, ସର୍ବବ୍ୟାପକ, ସର୍ବାନ୍ତରଗାମୀ, ମଙ୍ଗଳମୟ ହିଁ ଭଗବାନ ପଦବାଚ୍ୟ। କୈବଲ୍ୟୋପନିଷଦ୍ (୧/୮) ମନ୍ତ୍ରରେ କୁହାଯାଇଛି-ସ ବ୍ରହ୍ମା ସ ଶିବଃ ସେନ୍ଦ୍ରଃ ସୋଽକ୍ଷରଃ ପରମଃ ସ୍ୱରାଟ। ସ ଏବ ବିଷୁଃ ସ ପ୍ରାଣଃ ସ କାଳୋଽଗ୍ନିଃ ସ ଚନ୍ଦ୍ରମାଃ।। ଅର୍ଥାତ୍ ପରମ ବ୍ରହ୍ମ ହେଉଛନ୍ତି ଏକଧାରରେ ବ୍ରହ୍ମା-ଶିବ-ଇନ୍ଦ୍ରାଦିଦେବଗଣ-ବିଷ୍ଣୁପ୍ରାଣ-କାଳି-ଅଗ୍ନି-ଚନ୍ଦ୍ରସ୍ୱରୂପ।

ସେହିପରି ରୁଦ୍ରହୃଦୟ, ଦକ୍ଷିଣାମୂର୍ତ୍ତି, ନିଳରୁଦ୍ରାଦି ଉପନିଷତ୍ ସମୂହରେ ଶିବ ଶବ୍ଦର ବ୍ୟବହାର ସହିତ ଶିବ ମହିମା ସୁବର୍ଣ୍ଣିତ ହେଉଛି। ଶିବ ଶବ୍ଦର ଆଭିଧାନିକ ଅର୍ଥ ହେଉଛି ମଙ୍ଗଳ ବା କଲ୍ୟାଣ। ଏହି ଶବ୍ଦ ଉଭୟ ବିଶେଷ୍ୟ ଓ ବିଶେଷଣ ଭାବରେ ବ୍ୟବହୃତ। ପାଣିନିକୃତ ଉଣାଦିକୋଷର ସୂତ୍ର (୧/୧୫୩)-ସର୍ବନିଘୃଷ୍ୱରି ଷ୍ୱ ଶିବପଟ୍ ବପ୍ରହ୍ୱେଷ୍ୱା ଅତନ୍ତେ ମତରେ ଶୀ, ଙ୍ (ସ୍ୱପ୍ନେ) ଧାତୁରୁ ନିଷ୍ୱନ୍ନ ଶବ୍ଦ ହେଉଛି ଶିବ, ଯାହାର ବ୍ୟୁତ୍ପତ୍ତି ବାକ୍ୟ ହେଉଛି-ଶେ ତେ ଇତି ଶିବଃ। ଅର୍ଥାତ୍ ଶିବ ସର୍ବଦା ସମାଧିସ୍ଥ ଥାଆନ୍ତି ଓ ମହାପ୍ରଳୟ ସମୟରେ ତମୋଗୁଣଯୁକ୍ତ ହୋଇ ବିନାଶକ୍ରିୟ ନିର୍ବାହ କରନ୍ତି। ପରମପୁରୁଷଙ୍କ ସୁପ୍ତିତତ୍ତ୍ୱ ହିଁ ପ୍ରଳୟର କାରଣ ଓ କାରକ ମଧ୍ୟ।

ପୁନଶ୍ଚ ଅନ୍ୟମତରେ ଶେରତେ ପ୍ରାଣିନୋ ଯତ୍ର ସ ଶିବଃ। ଅର୍ଥାତ୍ ଅଶେଷ ପାପତାପରେ ଉଦ୍‌ବିଗ୍ନ ହୋଇ ପ୍ରାଣିମାନେ ବିଶ୍ରମ ନିମେନ୍ତ ଯେଉଁଠି ଶୟନ କରନ୍ତି, ସେହି ସର୍ବାଶ୍ରୟ ହିଁ ଶିବ। ଆହୁରି ମଧ୍ୟ ଭାରତକୃତ ଅମରଟୀକା ମତରେ-ଶିବଂ କଲ୍ୟାଣ ବିଦ୍ୟତେଽସ୍ୟ-ଅର୍ଥାତ୍ ମଙ୍ଗଳ ଯାହାଠାରେ ସନ୍ନିବିଷ୍ଟ, ସେ ଶିବ। ପୁନଶ୍ଚ ଶ୍ୟତି ନାଶୟତି ଅଶୁଭମିତି ଶିବଃ-ଅର୍ଥାତ୍ ଅଶୁଭର ବିନାଶକ ହିଁ ଶିବ। ଅନ୍ୟ ଏକ ମତରେ-ଶେରତେରବତିଷ୍ଠନ୍ତେଽଣିମା ଦ୍ୟାଷ୍ଟଗୁଣା ଅସୃିନ୍ନିତି ଶିବଃ ଏହାର ଅର୍ଥ ହେଉଛି ଅଣିମାଦି ଅଷ୍ଟସିଦ୍ଧିମୟ ଗୁଣାବଳୀ ଯାହାଠାରେ ପରିପୂର୍ଣ୍ଣ ଅଛି, ସେ ଶିବ ନାମବାଚ୍ୟ। ଶିବୋପନିଷତ୍ (୧/୧୦) ମତରେ-ଅଶିବାଃ ପାଶସଂଯୁକ୍ତାଃ ପଶବଃ ସର୍ବଚେତନାଃ। ଯସ୍ମାଦ୍ ବିଲକ୍ଷଣାସ୍ତେଭ୍ୟସ୍ତସ୍ମାଦୀଶଃ ଶିବଃ ସ୍ମୃତଃ।। ଅର୍ଥାତ୍ ଜାଗତିକ ମାୟାପାଶରେ ବଦ୍ଧ ହୋଇଥିବା ତଥା ଚେତନା ଥାଇ ସୁଦ୍ଧା ଅଚେତନ-ପଶୁ ଭାବରେ ବ୍ୟବହାର କରୁଥିବା ଜୀବମନାଙ୍କୁ ପାଶମୁକ୍ତ କରୁଥିବା ଈଶ୍ୱର ହିଁ ଶିବ।

ସେହିପରି ଶିବ ମହାପୁରାଣନ୍ତର୍ଗତ ବିଦ୍ୱେଶ୍ୱର ସଂହିତା (୧୮ଶ୍ଲୋକ) ମତରେ-ଶଂ ନିତ୍ୟ ସୁଖମାନନ୍ଦଶିକାରଃ ପୁରୁଷଃ ସ୍ମୃତଃ। ବକାରଃ ଶକ୍ତିରମୃତଂ ମେଳନଂ ଶିବ ଉଚ୍ୟତେ।। ତସ୍ମାଦେବଂ ସ୍ୱମାତ୍ମାନଂ ଶିବଂ କୃତ୍ୱାଽର୍ଚୟେଚ୍ଛିବମ୍।। ଅର୍ଥାତ୍ ଶିବ ଶବ୍ଦରେ ଥିବା ଶକାର ଆନନ୍ଦବାଚକ, ଇକାର ପୁରୁଷବାଚକ ତଥା ବକାର ଅମୃତଶକ୍ତିବାଚକ ଓ ଏହି ତିନି ତତ୍ତ୍ୱର ମିଳନରେ ଶିବଶବ୍ଦ ନିଷ୍ପାଦିତ। ଏଣୁ ପ୍ରତି ଜୀବ ଭଗବାନ ଶିବଙ୍କୁ ଏହିପରି ଆତ୍ମସ୍ୱରୂପ ଜାଣି ଅର୍ଚ୍ଚନା କରିବା ଉଚିତ୍। ଏହି ଶିବଙ୍କର ସହସ୍ରନାମାବଳୀ ବ୍ୟସକୃତ ମହାଭାରତର ଅନୁଶାସନ ପର୍ବର ୧୭ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି।

ଶିବ ଏକଧାରରେ ଏକରସ, ଅର୍ଦ୍ଧନାରୀ ଓ ଅର୍ଦ୍ଧପୁୁରୁଷ ତତ୍ତ୍ୱର ମିଳନରେ ଦ୍ୱିମୂର୍ତ୍ତି, ତ୍ରିନେତ୍ର, ସ୍ୱପ୍ନ-ସୁଷୁପ୍ତି-ଜାଗର-ତୁରୀୟାଦି ଚତୁରବସ୍ଥା ମଧ୍ୟରୁ ତୁରୀୟ (ଚତୁର୍ଥ) ସତ୍ତା ଅଥବା ପରା-ପଶ୍ୟନ୍ତୀ-ମଧ୍ୟମା-ବୈଖରି ନାମକ ଜ୍ଞାନରୂପକ-ଧ୍ୱନି ଚତୁଷ୍ଟୟର ପ୍ରେରକ, ପଞ୍ଚାନନ (ସଦ୍ୟୋଜାତ-ତତ୍‌ପୁରୁଷ-ଅଘୋର-ବାମଦେବ-ଇଶାନାତି ପଞ୍ଚମୁଖ ଯୁକ୍ତ) ତଥା ସୃଷ୍ଟି-ସ୍ଥିତି-ଲୟ-ନିଗ୍ରହ-ଅନୁଗ୍ରହାଦି ପଞ୍ଚବିଧ ଐଶଶକ୍ତିର ଆଧାର, ଓଁ ନମଃ ଶିବାୟ ମନ୍ତ୍ରର ଅକ୍ଷରସଟ୍‌କରେ ଉଦ୍ଭାସିତ ଅଥବା ସର୍ବଜ୍ଞତା-ସଂତୃପ୍ତି-ଅଖଣ୍ଡବୋଧ-ସ୍ୱତନ୍ତ୍ରତା-ଅନବସନ୍ନତା-ଅନନ୍ତଶକ୍ତି ପ୍ରଭୃତି ଷଟ୍‌କଳାଯୁକ୍ତ, ବିଲ୍ୱପତ୍ର-ତୋୟ-ପୟଃ-ଦଧି-ମଧୁ-ଘୃତ-ଭସ୍ମାଦି ସପ୍ତଦ୍ରବ୍ୟରେ ସବିଶେଷ ଅଭିଷକ-ପରାୟଣ ଓ ଅଣିମାଦି-ଅଷ୍ଟସିଦ୍ଧିଦାତା ଅଥବା କ୍ଷିତି-ଅପ୍‌-ତେଜଃ-ମରୁତଃ-ବ୍ୟୋମ-ସୂର୍ଯ୍ୟ-ଚନ୍ଦ୍ର-ଆତ୍ମା (କ୍ଷେତ୍ରଞ୍ଚ) ପ୍ରମୁଖ ଅଷ୍ଟତତ୍ତ୍ୱର ଆଧାରରେ ଭାବ-ଶବ-ରୁଦ୍ର-ପଶୁପତି-ଉଗ୍ର-ମହାଦେବ-ଭୀମ-ଇଶାନାଦି ଅଷ୍ଟ ନାମରେ ଅଷ୍ଟମୂର୍ତ୍ତି ସ୍ୱରୂପରେ ଅର୍ଚ୍ଚିତ। ଆହୁରି ମଧ୍ୟ, ସ୍ୱତସଂହିତା (୪/୨୭-୨୮) ମତରେ-ଦେବ ଏବଂ ସ୍ୱୟଂ ଲିଙ୍ଗ ଲିଙ୍ଗଜ ଗମକ ମେ ବହି। ଅର୍ଥାତ୍ ଶିବ ହେଉଛନ୍ତି ସ୍ୱୟଂ ଜ୍ଞାନ (ଶିବଃ ପ୍ରଜ୍ଞାନେ) ଓ ଏହି ଜ୍ଞାନ ରୂପର ପ୍ରକାଶ ହେଉଛି ଲିଙ୍ଗ। ଏହି ଲିଙ୍ଗ ସତ୍‌-ଚିତ୍‌-ଆନନ୍ଦର ସମାହାର ଓ ଅଚଳ ପ୍ରତିଷ୍ଠା।

ମହାପ୍ରଳୟ ସମୟରେ ସମସ୍ତ ଶକ୍ତି ଏହିଠାରେ ଲୟପ୍ରାପ୍ତ ହୋଇଥାନ୍ତି ସତ, ମାତ୍ର ଏହି ଲିଙ୍ଗର କଦାପି ଲୟ ନାହିଁ। ପୁନଶ୍ଚ ବିଦ୍ୟେଶ୍ୱର ସଂହିତା ମତରେ ଲୀନାର୍ଥଗମକଂ ଚିହ୍ନ ଲିଙ୍ଗମିତ୍ୟ ଭି ଧ୍ୟାୟତେ। ମୁଖ୍ୟୋ ଭଗସ୍ତୁ ପ୍ରକୃତି ଭଗବାନି ଶିବ ରଚ୍ୟତେ।। ଅର୍ଥାତ୍ ଅବ୍ୟକ୍ତ ଶକ୍ତିର ପ୍ରକାଶକ ଲିଙ୍ଗ, ଭଗଶବ୍ଦର ଅର୍ଥ ପ୍ରକୃତି ଓ ଏହି ଦୁଇଟିର ଆଧାରରେ ଶିବ ଓ ଏକାଧାରରେ ଲିଙ୍ଗ ଓ ଭଗବାନ। ଆଜି ପବିତ୍ର ଶିବରାତ୍ରୀ ଅବସରରେ ସେହି ଲିଙ୍ଗାତ୍ମକ ଭଗବାନ ଶିବଙ୍କ ଚିନ୍ମୟ-ଜ୍ୟୋତିଃକୁ ସହସ୍ର ପ୍ରଣାମ। ଏହା କଳ୍‌କୀ ପୁରାଣରୁ ଆଦୃତ।

ଲେଖକ ଜଣେ ଶିବଭକ୍ତି, ଶିବଶକ୍ତି, ଶିବଯୋଗ, ଶିବଭୋଗ ଉପାଶକ
ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ : ୯୪୩୮୪୪୬୫୭୫

Share. Facebook Twitter LinkedIn Email WhatsApp Copy Link

Related Posts

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026
Latest News

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଅମିତ ଶାହଙ୍କୁ ଭେଟିଲେ ଦୁଇ ବିଦ୍ରୋହୀ ଏସପି ବିଧାୟକ: ଏହି ପ୍ରସଙ୍ଗଗୁଡ଼ିକ ଉପରେ କଲେ ଆଲୋଚନା

August 12, 2026

ଜାପାନ ଭ୍ରମଣର ସୁଯୋଗ: ଏକ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.