Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି, କିପରି ଜାଣିବେ ଫଳାଫଳ !
ଜାତୀୟ ଖବର

ଆଜି ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି, କିପରି ଜାଣିବେ ଫଳାଫଳ !

March 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ
ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

ନୂଆଦିଲ୍ଲୀ: ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବିଧାନସଭା ଭୋଟ ଗଣନା ଗୁରୁବାର ସକାଳେ ଆରମ୍ଭ ହେବ। ଏହି ଭୋଟ୍ ଗଣନା ସକାଳ ୮ଟାରେ ଆରମ୍ଭ କରାଯିବ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ନିଆଯିବ ଏବଂ ଏହା ସମାପ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭର ୩୦ ମିନିଟ ପରେ ଇଭିଏମ୍ ପାଇଁ ଭୋଟ୍ ଗଣନା ସକାଳ ୮ଟା ୩୦ ରେ ଆରମ୍ଭ କରାଯିବ।

ପ୍ରତ୍ୟେକ ରାଉଣ୍ଡ ଗଣନା ପରେ, ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଫଳାଫଳର ଟ୍ୟାବୁଲେସନ୍ କରାଯିବ। ଏହା ପର୍ଯ୍ୟବେକ୍ଷକ ଅଧିକାରୀଙ୍କ ଦସ୍ତଖତ ସହିତ ଏକ କପି ପ୍ରାର୍ଥୀମାନଙ୍କ ଏଜେଣ୍ଟଙ୍କୁ ପ୍ରଦାନ କରାଯିବ। ଗୋଟିଏ ରାଉଣ୍ଡ ଫଳାଫଳ ଘୋଷଣା ପରେ, ବିସ୍ତୃତ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ରାଉଣ୍ଡର ଗଣନା ପାଇଁ ନିଆଯିବ। ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଦସ୍ତଖତ ପାଇବା ପରେ ଡାକ ବାଲାଟ ଫଳାଫଳ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରଦାନ କରାଯିବ।

ଏହି ଗଣନା କାର୍ଯ୍ୟ ପରିଚାଳନା କରିବା ପାଇଁ ୬୭୧ ଗଣନାକାରୀ ପର୍ଯ୍ୟବେକ୍ଷକ, ୧୩୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ବ୍ୟବସ୍ଥାର ତଦାରଖ କରିବା ପାଇଁ ଆୟୋଗ ଦୁଇଜଣ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ନୂଆଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମିରଟ ଏବଂ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରାଣାସୀ ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

ସମସ୍ତ ଗଣନା କେନ୍ଦ୍ରରେ ବିସ୍ତୃତ ଏବଂ ପୂର୍ଣ୍ଣ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ସମସ୍ତ ଷ୍ଟ୍ରଙ୍ଗ୍ ରୁମ ଯେଉଁଠାରେ ଭୋଟ ହୋଇଥିବା ଇଭିଏମ୍ ଗୁଡିକ ରଖାଯାଇଛି ସେଠାରେ ସିଆରପିଏଫ ବାହିନୀର କର୍ଡନ୍ ସହିତ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି।  ପ୍ରାର୍ଥୀମାନଙ୍କ ଏଜେଣ୍ଟମାନେ ୨୪ ଘଣ୍ଟିଆ ସିସିଟିଭି କଭରେଜ୍ ମାଧ୍ୟମରେ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗଣତି କେନ୍ଦ୍ରଗୁଡିକ ଚାରିପାଖେ ଜିଲ୍ଲା ପ୍ରଶାସନ ତରଫରୁ ଧାରା ୧୪୪ ଲାଗୁ କରାଯାଇଛି।

ଗୁରୁବାର ଦିନ ମୋଟ ୬୯୦ଟି ଆସନର ଭୋଟ ଗଣତି କରାଯିବ। ସେଥିମଧ୍ୟରେ ଉତ୍ତର ପ୍ରଦେଶର ୪୦୩, ପଂଜାବର ୧୧୭ଟି ଆସନ, ଉତ୍ତରାଖଣ୍ଡର ୭୦ଟି ଆସନ, ମଣିପୁରର ୬୦ଟି ଆସନ ଏବଂ ଗୋଆର ୪୦ଟି ଆସନର ଭୋଟ ଗଣତି କରାଯିବ। ସର୍ବାଧିକ ୪୦୩ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ଉତ୍ତରପ୍ରଦେଶରେ ୭୫୦ ରୁ ଅଧିକ ଗଣନା କେନ୍ଦ୍ର କରାଯାଇଛି। ସେହିପରି ପଞ୍ଜାବରେ ୨୦୦ ରୁ ଅଧିକଟି ଗଣନା କେନ୍ଦ୍ର କରାଯାଇଛି।

ବିଧାନସଭା ଭୋଟ ଗଣତିର ସମସ୍ତ ସୂଚନା ଜାଣିବା ପାଇଁ ନିର୍ବାଚନ କମିଶନର ବ୍ୟବସ୍ଥା କରିଛନ୍ତି। ନିର୍ବାଚନ କମିଶନରଙ୍କ ୱେବ ସାଇଟରେ ଏହି ଫଳାଫଳ ପ୍ରଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି।

ଉତ୍ତରପ୍ରଦେଶ ନିର୍ବାଚନ2022 ନିର୍ବାଚନ ନିର୍ବାଚନ କମିଶନର ବିଧାନସଭା ନିର୍ବାଚନ ଭୋଟ ଗଣତି
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.