ପାକିସ୍ତାନରେ ପଡିଲା ଭାରତର କ୍ଷେପଣାସ୍ତ୍ର: ପଡୋଶୀ ଦେଶର କଡା ବିରୋଧ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା କାରଣ

Published: Mar 11, 2022, 8:41 pm IST

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷେପଣାସ୍ତ୍ର ଅବତରଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସରକାରୀ ପ୍ରତିକ୍ରିୟା ଦେଇଛି। ଏହାର ଜବାବରେ ସେ କହିଛନ୍ତି, “ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ହେତୁ ଘଟିଛି ଏବଂ ଏହା ଘଟଣାରେ ଗଭୀର ଅନୁତାପ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୯ ତାରିଖରେ ନିୟମିତ ମରାମତି କାର୍ଯ୍ୟ ସମୟରେ ବୈଷୟିକ ତ୍ରୁଟି ହେତୁ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଫାୟାର ହୋଇଯାଇଥିଲା। ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡିଛି। ଏହା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଏହା ଏକ ଆଶ୍ବସ୍ତିକର ବିଷୟ ଯେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତର ଦୂତାବାସ ପ୍ରଭାରୀକୁ ସମନ କରିଛି। ଭାରତୀୟ ସୁପରସୋନିକ୍ ବସ୍ତୁ ଉଡ଼ାଇ ବାୟୁସେନାର ଉଲଂଘନ ବିରୁଦ୍ଧରେ ଦୃଢ ବିରୋଧ ପ୍ରଦର୍ଶନ କରିଛି। ଏବଂ ପାରଦର୍ଶୀ ଅନୁସନ୍ଧାନ ପାଇଁ ଦାବି କରିଛି।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ‘ଉଡ଼ୁଥିବା ଭାରତୀୟ ସୁପରସୋନିକ୍ ବସ୍ତୁ’ ମାଧ୍ୟମରେ ବାୟୁସୀମାର ଉଲ୍ଲଂଘନ ସମ୍ପର୍କରେ ଭାରତୀୟ କୂଟନୀତିଜ୍ଞଙ୍କୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬.୪୩ରେ ଭାରତର ସୁରତଗଡରୁ ଏହି ବସ୍ତୁ ପାକିସ୍ତାନରେ ପ୍ରବେଶ କରିଥିଲା । ସେହି ଦିନ ପଞ୍ଜାବ ପ୍ରଦେଶର ମିଆଁ ଚୁନ୍ନୁ ସହରରେ ସନ୍ଧ୍ୟା ୬.୫୦ରେ ଏହି କ୍ଷେପଣାସ୍ତ୍ର ମାଡ ହୋଇ ସାଧାରଣ ନାଗରିକଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

କୁରେଶି ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନର ଆକାଶ ସୀମାକୁ ଉଲଂଘନ କରି ଭାରତ ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇଛି। ଏହା ସାଉଦି ଏବଂ କତର ବିମାନ ସେବା ସହିତ ଘରୋଇ ବିମାନ ଉପରେ ପ୍ରଭାବ ପକାଇପାରେ। ଭାରତ ସ୍ପଷ୍ଟୀକରଣ ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବ ବୋଲି ପାକିସ୍ତାନ କହିଛି। ପି-୫ ଦେଶର (ଚୀନ୍, ଫ୍ରାନ୍ସ, ଋଷ, ବ୍ରିଟେନ ଏବଂ ଆମେରିକା) ସ୍ୱରାଷ୍ଟ୍ର ବିଭାଗକୁ ଡକାଯିବ ଏବଂ ଘଟଣା ସମ୍ପର୍କରେ ସୂଚନା ଦିଆଯିବ।

Related posts