Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ସାହିତ୍ୟ ଉତ୍ସବ’ ଆୟୋଜିତ: ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପାଇଲେ ପୁରସ୍କାର
ବିଶେଷ ଖବର

‘ସାହିତ୍ୟ ଉତ୍ସବ’ ଆୟୋଜିତ: ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପାଇଲେ ପୁରସ୍କାର

March 11, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି।

ଏହି ଉତ୍ସବ ଉପଲକ୍ଷେ ରବିନ୍ଦ୍ର ଭବନ ଲନ୍‌ ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା, ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। ବିଶିଷ୍ଟ ବଲ୍‌ତି କବି ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ।

ସାହିତ୍ୟ ଉତ୍ସବ ସନ୍ଧ୍ୟାରେ କପର୍ନିକସ୍‌ ମାର୍ଗସ୍ଥିତ କମନୀ ପ୍ରେକ୍ଷାଳୟ ଠାରେ ୨୪ ଜଣ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ। ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସମାରୋହରେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଭାଲଚନ୍ଦ୍ର ନେମାଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଅନୁରାଧା ଶର୍ମା ପୂଜାରୀ (ଅହମିୟା), ବ୍ରତ୍ୟ ବସୁ (ବଙ୍ଗଳା), ମୋଦାୟ ଗାହାୟ (ବୋଡୋ), ରାଜ ରାହି (ଡୋଗ୍ରୀ), ନମିତା ଗୋଖଲେ (ଇଂରାଜୀ), ଯଜ୍ଞେଶ ଦଭେ (ଗୁଜରାଟୀ), ଦୟା ପ୍ରକାଶ ସିହ୍ନା (ହିନ୍ଦୀ), ୱାଲି ମହମ୍ମଦ ଅସୀର କିସ୍ତୱାରୀ (କଶ୍ମିରୀ), ସଞ୍ଜୀବ ଭେରେଙ୍କର (କୋଙ୍କଣୀ), ଜଗଦୀଶ ପ୍ରସାଦ ମଣ୍ଡଳ (ମୈଥିଳୀ), ଜର୍ଜ ଓଣକ୍କର (ମାଲାୟଲମ), ଥୋକୋଚୋମ୍‌ ଇବୋହାନବୀ ସିଂ (ମଣିପୁରୀ), କୀରଣ ଗୌରବ (ମରାଠୀ), ଛବିଲାଲ ଉପାଧ୍ୟାୟ (ନେପାଳୀ), ହୃଷିକେଶ ମଲ୍ଲିକ (ଓଡ଼ିଆ), ଖାଲିଦ୍‌ ହୁସୈନ (ପଞ୍ଜାବୀ), ମୀଠେଶ ନିର୍ମୋହୀ (ରାଜସ୍ଥାନୀ), ନିରଞ୍ଜନ ହାଁସଦା (ସାନ୍ତାଳୀ), ଅର୍ଜ୍ଜୁନ ଚାୱଲା (ସିନ୍ଧୀ), ଅମ୍ବାଇ (ତାମିଲ), ଗୋରେତି ଭେଙ୍କନ୍ନା (ତେଲୁଗୁ), ଚନ୍ଦର ଭାନ୍‌ ଖୟାଲ (ଉର୍ଦ୍ଦୁ), ବିନ୍ଧେଶ୍ୱରୀ ପ୍ରସାଦ ମିଶ୍ରା ‘ବିନୟ’ (ସଂସ୍କୃତ) ସମ୍ମାନିତ ହୋଇଥିଲେ।

ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଏହି ୨୪ ଜଣ ପୁରସ୍କାର ବିଜେତାମାନଙ୍କୁ ନେଇ ରବୀନ୍ଦ୍ର ଭବନ ଲନ ଠାରେ ଏକ ଲେଖକ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ପୁରସ୍କାର ବିଜେତାମାନେ ସେମାନଙ୍କ ପୁରସ୍କାରପ୍ରାପ୍ତ ସୃଜନଶୀଳ ସର୍ଜନା ପଛରେ ରହିଥିବା ଅନୁଭୂତି ବାଣ୍ଟିବେ। ସେହିପରି ଆସନ୍ତାକାଲି ମଧ୍ୟ ‘‘୧୯୪୭ ମସିହା ପରଠାରୁ ଭାରତରେ ନାଟକର କ୍ରମବିକାଶ’’ ଉପରେ ଏକ ସଂଗୋଷ୍ଠୀ ଆୟୋଜନ କରାଯିବ। ଏହାକୁ ବିଶିଷ୍ଟ ମଞ୍ଚ ବ୍ୟକ୍ତିତ୍ୱ ଶ୍ରୀ ଭାନୁ ଭାରତୀ ଉଦଘାଟନ କରିବେ ଏବଂ ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ଏଥିରେ ଅଧ୍ୟକ୍ଷତା କରିବେ।

ଏହାପରେ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘‘ଭାରତର ସ୍ୱାଧୀନତା ଆନ୍ଦୋଳନରେ ସାହିତ୍ୟର ପ୍ରଭାବ’’ ଉପରେ ଏକ ତିନି ଦିନିଆ ସେମିନାର ଆୟୋଜନ କରାଯିବ। ମାର୍ଚ୍ଚ ୧୩ ତାରିଖରେ ବିଶିଷ୍ଟ ହିନ୍ଦୀ ଲେଖକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ବିଶ୍ୱନାଥ ପ୍ରସାଦ ତିୱାରୀ ଏହାକୁ ଉଦଘାଟନ କରିବେ। ବିଶିଷ୍ଟ ଗବେଷକ ଡକ୍ଟର ହରୀଶ ତ୍ରିବେଦୀ ଦୀକ୍ଷାନ୍ତ ଭାଷଣ ଦେବେ। ସାରା ଦେଶରୁ ୪୨ ଜଣ ବିଶିଷ୍ଟ ଗବେଷକ ଏଥିରେ ଅଂଶଗ୍ରହଣ କରିବେ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସାହିତ୍ୟର ପ୍ରଭାବ ଉପରେ ସନ୍ଦର୍ଭ ଉପସ୍ଥାପନା କରିବେ।

ବିଶିଷ୍ଟ ଲେଖକ ଦେବେନ୍ଦ୍ର ମେୱାରୀ ‘‘୧୯୪୭ ପରଠାରୁ ଭାରତୀୟ ଭାଷା ଉପରେ କଳ୍ପନା ଓ ବିଜ୍ଞାନର ପ୍ରଭାବ’ ଉପରେ ଏକ ସଂଗୋଷ୍ଠୀକୁ ସେହିଦିନ ଉଦଘାଟନ କରିବେ। ଏହି ଅବସରରେ ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସାହିତ୍ୟ ଏକାଡେମୀ ସଭାପତି ସମ୍ମାନଜନକ ସାହିତ୍ୟ ଏକାଡେମୀ ଫେଲୋଶିପ୍‌ ସମ୍ମାନରେ ସମ୍ମାନିତ କରିବେ।

୧୪ ତାରିଖରେ ‘‘ଗଣମାଧ୍ୟମ ଓ ସାହିତ୍ୟ’’ ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆକାଶବାଣୀର ମହାନିର୍ଦ୍ଦେଶକ ଭେଣୁଧର ରେଡ୍ଡୀ ଏହାକୁ ଉଦଘାଟନ କରିବେ। ବିଶିଷ୍ଟ ମରାଠୀ ଲେଖକ ବିଶ୍ୱାସ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୈନିକ ଜାଗରଣର ସାହିତ୍ୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଦିନ ‘‘ତୃତୀୟଲିଙ୍ଗ କବି ସମ୍ମିଳନୀ’’, ‘‘ପୂର୍ବୋତ୍ତରୀ : ଉତ୍ତର ପୂର୍ବ ଏବଂ ଉତ୍ତରାଞ୍ଚଳ ଲେଖକ ସମ୍ମିଳନୀ’’ ମଧ୍ୟ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ଲେଖକ ଓ ସାହିତ୍ୟିକ ମାନେ ଅଂଶଗ୍ରହଣ କରିବେ।

ପ୍ରତ୍ୟେକ ଦିନ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ମେଳା ସକାଳ ୧୦ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

ଓଡ଼ିଆ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.