Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ବୋଲି ଏହି ରାଜ୍ୟଗୁଡିକ ଘୋଷଣା କରିପାରିବେ: କେନ୍ଦ୍ର ସରକାର
ବିଶେଷ ଖବର

ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ବୋଲି ଏହି ରାଜ୍ୟଗୁଡିକ ଘୋଷଣା କରିପାରିବେ: କେନ୍ଦ୍ର ସରକାର

March 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟମାନେ ଯେକୌଣସି ସମ୍ପ୍ରଦାୟ କିମ୍ବା ଭାଷାକୁ ନିଜସ୍ୱ ଅଧିକାରରେ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହା ସେମାନଙ୍କ ଅଧୀନରେ ଆସେ। ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଗଠନ ବିରୋଧରେ ଆବେଦନକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଣ୍ଣୟ ପାଇଁ ଦାବି ରହିଛି।

ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ୧୯୯୨ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଶିକ୍ଷା ପ୍ରତିଷ୍ଠାନ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ୯ ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଲଦାଖରେ ହିନ୍ଦୁ ଜନସଂଖ୍ୟା ୧ ପ୍ରତିଶତ ଥିବା ବେଳେ ମିଜୋରାମରେ ୨.୭୫ ପ୍ରତିଶତ, ଲକ୍ଷଦ୍ୱୀପ ରେ ୨.୭୭ ପ୍ରତିଶତ, କାଶ୍ମୀରରେ ୪ ପ୍ରତିଶତ, ନାଗାଲାଣ୍ଡରେ ୮.୭୪ ପ୍ରତିଶତ, ମେଘାଳୟରେ ୧୧.୫୨ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୨୯.୨୪ ପ୍ରତିଶତ, ପଞ୍ଜାବରେ ୩୮.୪୯ ପ୍ରତିଶତ ଏବଂ ମଣିପୁରରେ ୪୧.୨୯ ପ୍ରତିଶତ ରହିଛି। କିନ୍ତୁ ତଥାପି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସେମାନଙ୍କୁ କୌଣସି ସୁବିଧା ମିଳିପାରୁ ନାହିଁ।

୨୦୦୨ ର ଟିଏମଏ ପଇ ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଆବେଦନ କରାଯାଇଥିଲା। ତା’ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନର ଧାରା ୩୦ (୧) ଅନୁଯାୟୀ ସେମାନଙ୍କର ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଦ୍ୟାଳୟ, କଲେଜ ଖୋଲିବାର ଅଧିକାର ଅଛି। ଉପାଧ୍ୟାୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ବିଦ୍ୟାଳୟ କିମ୍ବା ମଦ୍ରାସା ଖୋଲନ୍ତି, ୯ ଟି ରାଜ୍ୟରେ ହିନ୍ଦୁମାନଙ୍କୁ ମଧ୍ୟ ଅନୁମତି ଦିଆଯିବା ଉଚିତ୍। ଏହି ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ୱତନ୍ତ୍ର ସୁରକ୍ଷା ପାଇବା ଉଚିତ୍।

ଏହି ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୨୮ ତାରିଖ ୨୦୨୦ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ କୋର୍ଟ ଏହାର ଉତ୍ତର ଦାଖଲ କରିବାର ଶେଷ ସୁଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଉତ୍ତର ଦାଖଲ କରିବାରେ ବିଳମ୍ବ କରିବା ଯୋଗୁଁ ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଏମଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ୭ ହଜାର ୫୦୦ ଟଙ୍କା ସାଙ୍କେତିକ ଜରିମାନା ଲଗାଇଥିଲେ।

କେନ୍ଦ୍ର ସରକାର ସଂଖ୍ୟାଲଘୁ ସଂଖ୍ୟାଲଘୁ ମାନ୍ୟତା ସୁପ୍ରିମକୋର୍ଟ ହିନ୍ଦୁ
Share. Facebook Twitter LinkedIn Email WhatsApp Copy Link

Related Posts

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026
Latest News

ଗେମିଂ ଜୋନ୍: ମନୋରଞ୍ଜନର କେନ୍ଦ୍ର ନା ଅଗ୍ନିର ଫାନ୍ଦ?

June 23, 2026

ହର୍ମୁଜ୍‌ ପ୍ରଣାଳୀ ପାର୍‌ ହେଲା ୪ଟି ସାର ବୋଝେଇ ଜାହାଜ

June 23, 2026

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୁତି ନାଟକ ଉତ୍ସବ ଆୟୋଜିତ

June 23, 2026

କବିସୂର୍ଯ୍ୟନଗର ଥାନା ପୋଲିସର ବଡ଼ ସଫଳତା: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଗିରଫ

June 23, 2026

ଷଷ୍ଠ ସାଂସଦ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.