Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି କର୍ମିଙ୍କ ପ୍ରଶ୍ନ: ଆମ ନିର୍ବାଚନ ବେଳକୁ ଦେଖାଦେଲ ନାହିଁ, ତମ ନିର୍ବାଚନ ବେଳକୁ ଆମେ ଦେଖିବୁ
ବିଶେଷ ଖବର

ବିଜେପି କର୍ମିଙ୍କ ପ୍ରଶ୍ନ: ଆମ ନିର୍ବାଚନ ବେଳକୁ ଦେଖାଦେଲ ନାହିଁ, ତମ ନିର୍ବାଚନ ବେଳକୁ ଆମେ ଦେଖିବୁ

March 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରକାଶ ଭୋଳ

ସରିଲା ପଞ୍ଚାୟତ ଆଉ ପୌର ନିର୍ବାଚନ। କିଏ ଜିତିଲା କିଏ ହାରିଲା ତାହା ଭିନ୍ନ କଥା। ହେଲେ ସାରା ଓଡିଶା ରାଜନୀତିରେ ଗୋଟିଏ ବଡ ପ୍ରଶ୍ନ ଉଠିଛି। ତାହା ହେଲା ବିଜେପି ନେତାଙ୍କ ଛତ୍ରଭଂଗ। ଏତେ ବଡ ନିର୍ବାଚନ ଶେଷ ହେଲା। ବିଜେପି ମଙ୍ଗୁଆଳମାନେ ବିଭିନ୍ନ କେନ୍ଦ୍ରୀୟ କାମ ଆଳରେ ନିର୍ବାଚନ ମଇଦାନରୁ ନିଜକୁ ଦୂରେଇ ରଖିଲେ।

ଧର୍ମେନ୍ଦ୍ରଙ୍କ ଶିବିର କହିଲା ଯେ ବାବୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବରେ ଅଛନ୍ତି। ମୋଦୀ ଗୁରୁ ଦାୟିତ୍ବ ଦେଇଥିବାରୁ ସେ ଆସିପାରିବେ ନାହିଁ। ହେଲେ ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ଶେଷ ହୋଇଯାଇଥିଲା। ବାବୁ କାହିଁକି ଆସିପାରିଲେ ନାହିଁ ? ଧର୍ମେନ୍ଦ୍ରଙ୍କ ପାଇଁ ଓଡିଶା ରାଜନୀତି ବଡ ନା ୟୁପି ରାଜନୀତି ବଡ ତାହାର ଉତ୍ତର ସେ ନିଜେ ମଧ୍ୟ ଜାଣିପାରୁ ନାହାଁନ୍ତି।

ସେହିପରି ଅପରାଜିତା ଷଡଙ୍ଗୀ କଥା ବିଚାରକୁ ନିଆଯାଉ। ଭୁବନେଶ୍ବର ମେୟର କରି ଜଣକୁ ଛିଡା କଲେ। ହଲେ ତାଙ୍କୁ ତାଙ୍କ ନିଜ ଦଳର ନେତା ସମର୍ଥନ କରିଲେ ନାହିଁ। ଏପରିକି ଖୋଦ ଅପରାଜିତା ମଧ୍ୟ ପ୍ରଚାର ନ କରି ଅଧାରୁ ମଇଦାନ ଛାଡି ଫେରାର। ଏପରି ପରିସ୍ଥିତିରେ ସୁନୀତ ମୁଣ୍ଡଙ୍କ ମୁଣ୍ଡ ମଧ୍ୟ କାମ କଲା ନାହିଁ।

ସେହିପରି ଅନ୍ୟତମ ମନ୍ତ୍ରୀ ବିଶେଶ୍ବର ଟୁଡୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏପରିକି ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ମଧ୍ୟ ନିର୍ବାଚନରେ ଦେଖିବାକୁ ମିଲିଲା ନାହିଁ। ଏପରି କ୍ଷେତ୍ରରେ ରାଜ୍ୟ ବିଜେପି ମଧ୍ୟରେ କଣ କିଛି ଗୋଟେ ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସାଧାରଣତଃ ଯେଉଁମାନେ ରାଜନୀତି କରନ୍ତି ସେମାନଙ୍କର ପରୀକ୍ଷା ସମୟ ହେଉଛି ନିର୍ବାଚନ। ରାଜ୍ୟ ବିଜେପି ପୂର୍ବରୁ ବହୁ ପାଠ ପଢିଲେ, ଆଉ ପଢାଇଲେ ମଧ୍ୟ। ହେଲେ ଠିକ ପରୀକ୍ଷା ବେଳକୁ ମଇଦାନରୁ ଫେରାର। ଏହା ଦ୍ବାରା ବିଜେପି ନେତୃତ୍ବ ତଥା ସେମାନଙ୍କ ରାଜନୀତି ପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ବିଜେପି ମଙ୍ଗୁଆଳଙ୍କ ଏପରି ଛତ୍ରଭଂଗ ସାଧାରଣ ଲୋକଙ୍କୁ କାହିଁକି ଖୋଦ ବିଜେପି କର୍ମିମାନେ ମଧ୍ୟ ସନ୍ଦେହ କରୁଛନ୍ତି। ଅସନ୍ତୋଷ ମଧ୍ୟ ହେଉଛନ୍ତି। କାରଣ ପଞ୍ଚାୟତ ଆଉ ପୌର ନିର୍ବାଚନ ହେଉଛି ତୃଣମୂଳରେ ଥିବା କର୍ମିଙ୍କ ନିର୍ବାଚନ। ଏହି ନିର୍ବାଚନରେ ଦଳକୁ ମଜବୁତ କରିବା ପାଇଁ ଗାଁ ସ୍ତରରେ ସଂଗଠନ କରାଯାଇଥାଏ।

ନେତାମାନଙ୍କର ଯେପରି ବିଧାୟକ କିମ୍ବା ସାଂସଦ ହେବାକୁ ଆଗ୍ରହ ଥାଏ, ସେହିପରି ଗ୍ରାମାଞ୍ଚଳର କର୍ମିମାନେ ମଧ୍ୟ ସରପଞ୍ଚ, କାଉନସିଲର, ୱାର୍ଡ ମେମ୍ବର ହେବାକୁ ଚାହିଁଥାନ୍ତି। ହେଲେ ସେମାନଙ୍କ ନିର୍ବାଚନ ବେଳକୁ ମଙ୍ଗୁଆଳ ନେତାଙ୍କ ଦେଖା ମିଳିଲା ନାହିଁ। ସେମାନଙ୍କ ପରୀକ୍ଷା ବେଳେ ନା ଧର୍ମେନ୍ଦ୍ର, ନା ଅଶ୍ବନୀ ବୈଷ୍ଣବ, ନା ବିଶେଶ୍ବର ଟୁଡୁ ନା ଅନ୍ୟ ମଙ୍ଗୁଆଳମାନେ ମଙ୍ଗ ଧରିବା ପାଇଁ ଆଗେଇ ଆସିଲେ।

ପ୍ରଚାର ନ କଲ ନାହିଁ, ହେଲେ ସେମାନଙ୍କୁ ଅନ୍ତତଃ ପକ୍ଷେ ପୋଷ୍ଟର ବ୍ୟାନର ଦେବା କିମ୍ବା କିଛି ଆର୍ଥିକ ସହାୟତା ଦେବା କଥା, ତାହା ମଧ୍ୟ କଲେ ନାହିଁ। ଏପରିକି ନିର୍ବାଚନ ସମୟରେ କିଏ କାହାକୁ ଟିକେଟ ଦେବ ତାହା ମଧ୍ୟ କର୍ମିମାନେ ଜାଣିପାରିଲେ ନାହିଁ। ଯାହାକୁ ନେଇ ତଳସ୍ତରର କର୍ମି ମହଲରେ ବେଶ୍ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଯେଉଁମାନେ ମାତ୍ର ଶହେରୁ ତିନିଶହ ଭୋଟରେ ହାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଅସନ୍ତୋଷ ଆହୁରି ତୀବ୍ରତର ହୋଇଛି । ସେମାନଙ୍କୁ ଯଦି ଟିକିଏ ସହାୟତା ରାଜ୍ୟ ନେତୃତ୍ବ ପ୍ରଦାନ କରିଥାଆନ୍ତେ, ତେବେ ହୁଏତ ସେମାନେ ଜିତି ପାରିଥାଆନ୍ତେ। ଫଳରେ ସେମାନେ ବର୍ତ୍ତମାନ ରାଗ ତମତମ ହୋଇ ରହିଛନ୍ତି। ଏହିପରି ବହୁ କର୍ମି ଭିତରେ ଭିତରେ ନିଷ୍ପତି କରିଛନ୍ତି ଯଦି ଆମ ନିର୍ବାଚନ ବେଳକୁ ତମେ ସାଥ୍ ଦେଲ ନାହିଁ, ତେବେ ତମ ନିର୍ବାଚନ ବେଳକୁ ଆମେ ଦେଖିବୁ।

ଓଡିଶା ପୌର ନିର୍ବାଚନ ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Latest News

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.