Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ, ଓଡିଶା ବିଧାନସଭାରେ ଚାଲିଛି ତର୍ଜମା
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ, ଓଡିଶା ବିଧାନସଭାରେ ଚାଲିଛି ତର୍ଜମା

March 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ, ଓଡିଶା ବିଧାନସଭାରେ ଚାଲିଛି ତର୍ଜମା

ଭୁବନେଶ୍ବର: ଓଡିଶା ବିଧାନସଭାରେ ଏକ ବିଚିତ୍ର କଥା ଦେଖିବାକୁ ମିଳିଛି। ତାହା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ। ଏହି ପ୍ରସ୍ତାବ ଉପରେ ବିଧାନସଭାର ସମୟ ମଧ୍ୟ ବରବାଦ କରାଯାଉଛି। ଯଦି ମୋଦିଙ୍କୁ ପ୍ରଶଂସା ବା ନିନ୍ଦା କଲେ ଓଡିଶାର କିଛି ଉନ୍ନତି ହେଉଥାଆନ୍ତା ତାହା ହେଲେ ଭିନ୍ନ କଥା। ହେଲେ ସେଥିରେ ସେମିତି କିଛି ନାହିଁ। କେବଳ ରାଜନୈତିକ ମାଇଲେଜ ନେବା ପାଇଁ ବିଧାନସଭାକୁ ବ୍ୟବହାର କରାଯାଉଛି।

ଘଟଣାଟି ହେଲା ବିଧାନ ସଭାରେ ବିଜେପି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଧନ୍ୟବାଦ’ ଦେବା ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରିଛନ୍ତି। ଏହାଦ୍ବାରା ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ ଅନ୍ନ ଯୋଜନା ମଧ୍ୟ ଲାଗୁ କରାଯାଇ ଏହା ସମୟ ବୃଦ୍ଧି କରାଯାଇଛି। ଏଥିରେ ଓଡିଶାର ବହୁ ହିତାଧିକାରୀ ଉପକୃତ ହେଉଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବାଚସ୍ପତିଙ୍କୁ ଲିଖିତ ଆକାରରେ ବିଜେପି ସଦସ୍ୟ ଜଣାଇଛନ୍ତି।

ଏପଟେ କଂଗ୍ରେସ ଦଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ‘ନିନ୍ଦା’ କରାଯାଉ ବୋଲି ଆଉ ଏକ ପ୍ରସ୍ତାବ ମଧ୍ୟ ଆଗତ କରିଛନ୍ତି। ସେମାନେ କହିଛନ୍ତି ଯେ, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଗୃହ କମିଟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ଏ ନେଇ ବାଚସ୍ପତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ ମଧ୍ୟ କରାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ। ଏପରିକି ଗୃହ ଦାବି କରୁଥିବା ଏମଏସପି ମଧ୍ୟ ପ୍ରଦାନ କରିଲେ ନାହିଁ। ଏହାକୁ ନେଇ ଗୃହ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରାଯାଉ ବୋଲି କଂଗ୍ରେସ ଦାବୀ କରିଛି। ତେବେ ଏହି ପ୍ରସ୍ତାତବକୁ ତର୍ଜାମ କରି ରୁଲିଂ ଦେବେ ବୋଲି ବାଚସ୍ପତି କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ହେଉ କିମ୍ବା ନିନ୍ଦା, ଏଥିରେ କଣ ଫରକ ପଡିବ। ଓଡିଶା ବିଧାନସଭା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜେପି ଭୋଟ ବଢିବାର ନାହିଁ। ଏପରିକି ତାଙ୍କୁ ନିନ୍ଦା କଲେ ମଧ୍ୟ ବିଜେପିର ଭୋଟ କମିବାର ନାହିଁ। ହେଲେ ଏପରି ପ୍ରସ୍ତାବ ବିଧାୟକମାନେ ଗୃହରେ ଆଣିବାର ଉଦ୍ଦେଶ୍ୟ କଣ ତାହା ଜଣାପଡୁ ନାହିଁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ସାରା ଦେଶର ହିତାଧିକାରୀଙ୍କ ପାଇଁ ଲାଗୁ କରାଯାଇଛି। ଏହା ଖାସ ଓଡିଶା ପାଇଁ ସେମିତି କିଛି ନାହିଁ। ତେଣୁ ବିଜେପି ବିଧାୟକମାନେ ଧନ୍ୟବାଦ ପ୍ରସ୍ତାବ ଆଣିବା ଗୃହ ଭିତରେ ଅଯଥା ରାଜନୀତି କରୁଛନ୍ତି ବୋଲି କହିବା ଠିକ ହେବ।

ତେବେ ବିଜେପି ବିଧାୟକଙ୍କ ଏପରି ଯୁକ୍ତିର କାରଣ ହେଲା ଯେ, ରାଜ୍ୟ ସରକାର କାଳିଆ ଯୋଜନାରେ ଅବଧୀ ଆଉ ତିନିବର୍ଷ ପାଇଁ ଘୁଞ୍ଚାଇ ଦେଲେ। ଏଥିରେ କାଳେ ବିଜେଡି ପୁଣି ମାଇଲେଜ ନେବ ସେଥିପାଇଁ ସେମାନେ ଗୃହ ଭିତରେ ଏପରି ଧନ୍ୟବାଦ ପ୍ରସ୍ତାବ ଆଣି ରାଜନୀତି କରିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କ ମଙ୍ଗୁଆଳମାନେ ମଧ୍ୟ ଗୃହ ଭିତରେ ରାଜନୀତି କରିବାକ ପରାମର୍ଶ ଦେଇଛନ୍ତି।

ହେଲେ ଆଶ୍ଚର୍ଯ୍ୟ କଥା ବିଜେପି ବିଧାୟକ ତଥା ସେମାନଙ୍କ ନେତାଙ୍କୁ ଯେତେବେଳେ ରାଜନୀତି କରିବା ପାଇଁ ପୁରା ମଇଦାନ ଖୋଲା କରାଗଲା, ସେତେବେଳେ ସେମାନେ ସମସ୍ତେ ଲାଙ୍ଗୁଡ ଯାକିଲେ। ପଞ୍ଚାୟତ କିମ୍ବା ପୌର ନିର୍ବାଚନରେ ରାଜନୀତି କରିବାକୁ ସେମାନେ ସାହସ କରିପାରିଲେ ନାହିଁ। ଏପରି କ୍ଷେତ୍ରରେ ଗୃହରେ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ନ କରି ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଣି ରାଜନୀତି କରିବା କେତେ ଯୁକ୍ତିଯୁକ୍ତ।

ଓଡିଶା ବିଧାନସଭା ଧନ୍ୟବାଦ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.