Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା
ବିଶେଷ ଖବର

ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା

March 29, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ଦେଶରେ ବନ୍ୟା ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ଏକ ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମା ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ। ଆନ୍ତଃରାଜ୍ୟ ସୀମା ବିବାଦର ମୋଟ୍‌ ୧୨ଟି କ୍ଷେତ୍ର ମଧ୍ୟରୁ ୬ଟି କ୍ଷେତ୍ରରେ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ରାଜିନାମା ଅଧୀନରେ ସହମତ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହି ରାଜିନାମା ଏକ ମାଇଲଖୁଣ୍ଟ। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆସାମ ସରକାର ଏବଂ ମେଘାଳୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜିନାମା ଅବସରରେ କହିଥିଲେ ଯେ, ବିବାଦମୁକ୍ତ ଉତ୍ତର ପୂର୍ବାଞ୍ଚଳ ପାଇଁ ଆଜିର ଦିନ ଐତିହାସିକ। ସେ କହିଥିଲେ ଯେ, ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ପ୍ରକ୍ରିୟା, ବିକାଶ, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପ୍ରୟାସ କରାଯାଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ। ସେ କହିଥିଲେ ଯେ, ୨୦୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଯାଇଥିଲେ। ଚାରିଟି କ୍ଷେତ୍ର ପ୍ରତି ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ। ସେ କହିଥିଲେ ଯେ ୨୦୧୯ ଠାରୁ ୨୦୨୨ ପର୍ଯ୍ୟନ୍ତ ଏହି ଯାତ୍ରା ଏକ ବହୁତ ବଡ଼ ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇଛି।

ଶ୍ରୀ ଅମିତ ଶାହା କହିଥିଲେ ଯେ, ବିଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଆତଙ୍କବାଦକୁ ସମାପ୍ତ କରିବା ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଛି। ସେ କହିଥିଲେ ଯେ ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ଅଗଷ୍ଟ, ୨୦୧୯ରେ ଏନଏଲଏଫଡି (ଏସଡି) ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଫଳରେ ତ୍ରିପୁରା ଆଜି ଏକ ଶାନ୍ତ ରାଜ୍ୟ ହୋଇପାରିଛି। ଏହାପରେ ୨୩ ବର୍ଷ ପୁରୁଣା ବ୍ରୁ-ରିୟାଙ୍ଗ ଶରଣାର୍ଥୀ ସଙ୍କଟକୁ ସବୁଦିନ ପାଇଁ ସମାଧାନ କରିବା ଲାଗି ୧୬ ଜାନୁଆରୀ ୨୦୨୦ରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ କଷ୍ଟପୂର୍ଣ୍ଣ ଜୀବନ ନିର୍ବାହ କରୁଥିବା ୩୭,୦୦୦ରୁ ଅଧିକ ଆଦିବାସୀ ଭାଇ-ଭଉଣୀମାନେ ଆଜି ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚି ପାରୁଛନ୍ତି। ଶ୍ରୀ ଶାହା କହିଥିଲେ ଯେ ୨୭ ଜାନୁଆରୀ ୨୦୨୦ରେ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଆସାମର ମୂଳ ସ୍ୱରୂପକୁ ବଜାୟ ରଖି ୫୦ ବର୍ଷ ପୁରୁଣା ବୋଡୋ ପ୍ରସଙ୍ଗର ସମାଧାନ କଲା। ଆସାମ ଏବଂ ଭାରତ ସରକାର ଏହି ରାଜିନାମାର ୯୫ ପ୍ରତିଶତ ସର୍ତ୍ତ ପୂରଣ କରିସାରିଛନ୍ତି ଏବଂ ଆଜି ବୋଡୋଲ୍ୟାଣ୍ଡ ଏକ ଶାନ୍ତିପୂର୍ଣ୍ଣ କ୍ଷେତ୍ର ଭାବେ ମୁଣ୍ଡ ଟେକିଛି ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ୪ ସେପ୍ଟେମ୍ବର ୨୦୨୧ରେ ଆସାମର କାର୍ବୀ କ୍ଷେତ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ବିବାଦର ସମାଧାନ ଲାଗି କାର୍ବୀ-ଅଙ୍ଗଲଙ୍ଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ ପାଖାପାଖି ୧୦୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟଧାରାରେ ସାମିଲ ହୋଇପାରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ୫୦ ବର୍ଷ ପୁରୁଣା ଆଉ ଏକ ବିବାଦ ଏହି ରାଜିନାମା ବଳରେ ସମାଧାନ ହେବାକୁ ଯାଉଛି। ସେ କହିଥିଲେ ଯେ ଖୁବ୍‌ କମ ସମୟ ମଧ୍ୟରେ ଆଜି ଆସାମ ଏବଂ ମେଘାଳୟ ମଧ୍ୟରେ ୧୨ଟି ମଧ୍ୟରୁ ୬ଟି ପ୍ରସଙ୍ଗରେ ବୁଝାମଣା ହୋଇଛି ଏବଂ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସୀମା ବିବାଦମୁକ୍ତ ହୋଇପାରିଛି। ସେ କହିଥିଲେ ଯେ, ରାଜ୍ୟମାନଙ୍କ ମଧ୍ୟରେ ବିବାଦର ସମାଧାନ ଏବଂ ସଶସ୍ତ୍ର ଗୋଷ୍ଠୀ ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ, ଉତ୍ତର ପୂର୍ବାଞ୍ଚଳରେ ବିକାଶ ସମ୍ଭବ ନୁହେଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ଧନ୍ୟବାଦ ଜଣାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତ ଓ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ସ୍ୱପ୍ନକୁ ସାକାର କରିବା ଲାଗି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ପ୍ରୟାସ କରାଯିବା ଆବଶ୍ୟକ। ସେ କହିଥିଲେ ଯେ ୨୦୧୯ରୁ ୨୦୨୨ ମଧ୍ୟରେ ୬୯୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିସାରିଛନ୍ତି ଏବଂ ପାଖାପାଖି ୪୮୦୦ରୁ ଅଧିକ ଅସ୍ତ୍ର ପ୍ରଶାସନ ନିକଟରେ ସରେଣ୍ଡର କରାଯାଇଛି। ଏହା ଏକ ବହୁତ ବଡ଼ ଉପଲବ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଞ୍ଚଳକୁ ଅଷ୍ଟଲକ୍ଷ୍ମୀ ଭାବେ ଅଭିହିତ କରିଥାନ୍ତି ଏବଂ ଏସବୁ ପ୍ରୟାସ ବଳରେ ଉତ୍ତର ପୂର୍ବ ଭାରତ ମୁଖ୍ୟଧାରାରେ ସାମିଲ ହେବା ସହିତ ଦେଶର ବିକାଶକୁ ଆଗେଇ ନେବାରେ ଏକ ବାହକ ଶକ୍ତି ହୋଇପାରିବ । ସେ କହିଥିଲେ ଯେ, ମୋଦୀ ସରକାର ଅନେକଗୁଡ଼ିଏ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ନିଶାଦ୍ରବ୍ୟ ମୁକ୍ତ, ବନ୍ୟାମୁକ୍ତ ଏବଂ ଅନୁପ୍ରବେଶ ମୁକ୍ତ ଉତ୍ତର ପୂର୍ବାଞ୍ଚଳ ସାମିଲ ରହିଛି, ଏସବୁ ଦିଗରେ ସମୟବଦ୍ଧ ଢଙ୍ଗରେ ଭାରତ ସରକାର ଏବଂ ଉତ୍ତର ପୂର୍ବାଞ୍ଚଳ ସରକାର ଆଗକୁ ବଢ଼ୁଛନ୍ତି।

ଶ୍ରୀ ଅମିତ ଶାହା କହିଥିଲେ, ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି ଯେ, ଆସାମ ଓ ମେଘାଳୟ ମୁଖ୍ୟମନ୍ତ୍ରୀମାନେ ଯେଉଁ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି ସେହିପରି ସବୁ ରାଜ୍ୟମାନଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳକୁ ବିବାଦମୁକ୍ତ କରାଯିବ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବହୁ ଦଶନ୍ଧି ଧରି ପଡ଼ି ରହିଥିବା ଏହି ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ କରାଯିବା ସମ୍ଭବ ହୋଇପାରିବ, ଭାରତ ସରକାର ସବୁବେଳେ ଏହି ଦୃଷ୍ଟିକୋଣ ନେଇ କାମ କରି ଆସୁଛନ୍ତି । ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆପୋସ ସାମଞ୍ଜସ୍ୟ ଓ ତାଳମେଳ ଭାବନା ନେଇ ସୀମା ବିବାଦର ସମାଧାନ କରିବା ଲାଗି ସୁବିଧା ପ୍ରଦାନକାରୀ ଭାବେ କେନ୍ଦ୍ର ସରକାର କାମ କରୁଛନ୍ତି। ଏହି ରାଜିନାମା ଫଳରେ ଏହି କ୍ଷେତ୍ରରେ ରହୁଥିବା ଲୋକମାନେ ଲାଭବାନ ହେବେ କାରଣ ଦୀର୍ଘକାଳୀନ ଶାନ୍ତି ସୁନିଶ୍ଚିତ ହେବ ଏବଂ ବିକାଶ ପ୍ରକ୍ରିୟା ଆଗକୁ ବଢ଼ିପାରିବ। ଏହି ରାଜିନାମା ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଉଦାହରଣ, ଯାହାକି ରାଜ୍ୟମାନଙ୍କ ମଧ୍ୟରେ ରହିଥିବା ଅନ୍ୟ ସୀମା ବିବାଦ ସମାଧାନ ଲାଗି ଏକ ରୋଡମ୍ୟାପ୍‌ ପ୍ରଦାନ କରିବ।

ଅମିତ ଶାହା ଆସାମ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ ମେଘାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଶିଶୁ ଆଶ୍ରମରୁ ନାବାଳିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

September 13, 2026
Latest News

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.