Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଋଷ ମାମଲାରେ ଭାରତକୁ ଚେତାବନୀ ଦେଲା ଆମେରିକା, କଡା ଜବାବ ଦେଲେ ସୟଦ ଅକବରଉଦ୍ଦିନ
ବିଶେଷ ଖବର

ଋଷ ମାମଲାରେ ଭାରତକୁ ଚେତାବନୀ ଦେଲା ଆମେରିକା, କଡା ଜବାବ ଦେଲେ ସୟଦ ଅକବରଉଦ୍ଦିନ

April 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଋଷ ବିଷୟରେ ଭାରତକୁ ଆମେରିକାର ଉପ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (ଡୁପିଟି ଏନଏସଏ) ଦଲିପ ସିଂ ଧମକ ଦେଇଛନ୍ତି। ବର୍ତ୍ତମାନ ଆମେରିକାର ଏହି ଧମକ ଉପରେ ଭାରତ କଡା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ସୟଦ ଅକବରଉଦ୍ଦିନ ଡେପୁଟି ଏନଏସଏସ ଦଲିପ ସିଂଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହା କୂଟନୈତିକ ଭାଷା ନୁହେଁ ବୋଲି କହିଛନ୍ତି। ଏହା ହେଉଛି ବାଧ୍ୟବାଧକତାର ଭାଷା।

ବାସ୍ତବରେ, ରୁଷ ବିରୋଧରେ ଆମେରିକାର ପ୍ରତିବନ୍ଧକ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମେରିକୀୟ ଡେପୁଟି ଏନଏସଏସ ଦଲିପ ସିଂ ଦୁଇ ଦିନିଆ ଗସ୍ତରେ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନେଇ ମସ୍କୋକୁ ସମାଲୋଚନା ନକରିବା ଭାରତର ଆଭିମୁଖ୍ୟକୁ ନେଇ ପାଶ୍ଚାତ୍ୟ ଦେଶରେ ଅସନ୍ତୋଷର ପୃଷ୍ଠଭୂମିରେ ତାଙ୍କର ଏହି ଗସ୍ତ ଆସିଛି। ଏହି ସମୟ ମଧ୍ୟରେ ମସ୍କୋ ଏବଂ ବେଜିଂ ମଧ୍ୟରେ ଥିବା “ଅସୀମିତ” ଭାଗିଦାରୀ ବିଷୟରେ ଦଲିପ ସିଂ କହିଛନ୍ତି ଯେ, ଋଷ ଉପରେ ଚୀନ୍ ଯେତେ ପ୍ରଭାବ ପକାଇବ, ତାହା ଭାରତ ପାଇଁ କମ୍ ଅନୁକୂଳ ହେବ। ମୁଁ ଭାବୁନାହିଁ ଯେ, ଯଦି ଚୀନ୍ ଏଲଏସିକୁ ଉଲ୍ଲଂଘନ କରେ, ତେବେ ଭାରତର ସୁରକ୍ଷା ପାଇଁ ଋଷ ଆଗକୁ ଆସିବ।

ଦଲିପ ସିଂ ଏହା ମଧ୍ୟ କହିଛନ୍ତି ଯେ, ଋଷ ବିରୋଧରେ ଆମେରିକାର ପ୍ରତିବନ୍ଧକକୁ ସକ୍ରିୟ ଭାବେ ଗତିରୋଧ କରୁଥିବା ଦେଶଗୁଡିକ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ସେ କହିଛନ୍ତି ଯେ, ଋଷରୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଭାରତର ଆମଦାନୀରେ “ତୀକ୍ଷ୍ଣ” ବୃଦ୍ଧି ଦେଖିବାକୁ ସେ ପସନ୍ଦ କରିବେ ନାହିଁ। ସିଂ କହିଛନ୍ତି ଯେ, ଋଷର ବର୍ତ୍ତମାନର ଆମଦାନୀ ଆମେରିକାର କୌଣସି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ। କାରଣ ଆମେରିକା ଋଷର ଶକ୍ତି ଯୋଗାଣ ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇନାହିଁ। ୟୁକ୍ରେନ ସଙ୍କଟ ଉପରେ ସେ କହିଛନ୍ତି ଯେ, ଯଦି ଋଷର ଆକ୍ରମଣ ବନ୍ଦ ନହୁଏ ତେବେ ଏହାର ବିନାଶକାରୀ ପରିଣାମ ହେବ।

ଦଲିପ ସିଂଙ୍କ ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହିସମୟରେ ଦୁଇ ଦେଶ ମଧ୍ୟରେ ରୁଷୀୟ ତେଲ କ୍ରୟ କରିବା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ରୁଷୀୟ ମୁଦ୍ରା-ଭାରତୀୟ ମୁଦ୍ରା ବିନିମୟ ବିଷୟରେ ଆଲୋଚନା ହୋଇପାରେ।

ଆମେରିକା ଭାରତକୁ ଚେତାବନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.