Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷରେ ଶିଳ୍ପୀ ଦିଲୀପ ମହାରଣାଙ୍କ ଆଶା ପୂରଣ ହେଲା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କାଠର କ୍ଷୁଦ୍ର କଳାକୃତି
ବିଶେଷ ଖବର

ଶେଷରେ ଶିଳ୍ପୀ ଦିଲୀପ ମହାରଣାଙ୍କ ଆଶା ପୂରଣ ହେଲା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କାଠର କ୍ଷୁଦ୍ର କଳାକୃତି

April 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଶିଳ୍ପୀ ଦିଲୀପ ମହାରଣାଙ୍କ ଆଶା ପୂରଣ ହେଲା,ମୁଖ୍ୟମନ୍ତ୍ରୀଙ୍କୁ ଦେଲେ କାଠର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର: କ୍ଷୁଦ୍ରକାଷ୍ଠ ଶିଳ୍ପୀ ଦିଲୀପ ମହାରଣା ତାଙ୍କର ଅନନ୍ୟ କଳାକୃତି ମା ତାରା ତାରିଣୀଙ୍କର କ୍ଷୁଦ୍ରତମ ମନ୍ଦିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଦିଲୀପ ନବୀନ ନିବାସ ଯାଇ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏହି କଳାକୃତି ପ୍ରଦାନ କରିଛନ୍ତି।

ଆଜି ମା ତାରାତାରିଣୀଙ୍କର ଚୈତ୍ର ମାସ ତୃତୀୟ ମଙ୍ଗଳବାର ପରିପ୍ରେକ୍ଷୀରେ ଏହି କାଷ୍ଠ ନିର୍ମିତ କ୍ଷୁଦ୍ର କଳାକୃତି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରେ ଶୋଭା ବର୍ଦ୍ଧନ କରିବ। ଦୁଇଦିନ ତଳେ ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଦିଲିପ ମହାରଣା ଏହି 4 ଇଞ୍ଚ ବିଶିଷ୍ଟ ଅନନ୍ୟ କଳାକୃତି କରି ସାରା ଓଡ଼ିଶା ରେ ଚହଳ ସୃଷ୍ଟି କରିଥିଲେ। ଗଣମାଧ୍ୟମ ଓ ସାମାଜିକ ଗଣାଧ୍ୟମ ର ବହୁଳ ପ୍ରଚାର ପ୍ରସାର ପରେ ଗଞ୍ଜାମ ଜିଲ୍ଲାପାଳଙ୍କର ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ଡାକରା ଆସିଥିଲା।

ପଢନ୍ତୁ: କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ରେ ପହଞ୍ଚି ଏହି କଳାକୃତିକୁ ସେ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ବହୁପ୍ରଂସଶା ମଧ୍ୟ କରିଥିଲେ। ଭବିଷ୍ୟତରେ ସେ ଏହିପରି ଆହୁରି ଅନେକ କଳାକୃତି କରି ରାଜ୍ୟ ଏବଂ ଗଞ୍ଜାମ ପାଇଁ ଗୌରବ ଆଣିବା ପାଇଁ ଶୁଭେଛା ଜଣାଇଥିଲେ ।

ଏହାର ପ୍ରତିବଦଳରେ ଉପହାର ସ୍ବରୂପ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଜର୍ସି ଓ 10 ହଜାର ଟଙ୍କା  ପୁରସ୍କାର ଦେଇଥିଲେ।ଏହି ପରିପ୍ରେକ୍ଷୀରେ ରେ ଦିଲୀପ ଙ୍କ ସହ ବାପା ଭଗବାନ ମହାରଣା ଏବଂ ତାଙ୍କ ମାମୁଁ ବସ୍ତୁବିତ୍ ସନ୍ୟାସୀ ମହାରଣା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ ମଧ୍ୟ ଉପସ୍ଥିତ ରହି ଏହି କଳାକୃତି ର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ସହ ଯୋଗଯୋଗ କରି ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇ ପ୍ରତିଶୁତି ଦେଇଥିଲେ।

ଦିଲୀପ ମହାରଣା ନବୀନ ପଟ୍ଟନାୟକ ମା ତାରାତାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.