Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି କେତେ?, ଜାଣନ୍ତୁ ରାଜ୍ୟସଭାରେ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି କେତେ?, ଜାଣନ୍ତୁ ରାଜ୍ୟସଭାରେ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍‌ ସେଣ୍ଟର’ ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି।

ନିର୍ଭୟା ପାଣ୍ଠି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ଇରାନୀ କହିଥିଲେ ଯେ, ମହିଳାଙ୍କ ବିରୋଧରେ ହିଂସା ଘଟଣାର ନିରାକରଣ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ନିର୍ଭୟା ପାଣ୍ଠି ମାଧ୍ୟମରେ ଏସବୁ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏବେ ସୁଦ୍ଧା ନିର୍ଭୟା ପାଣ୍ଠିରେ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୪୩୬୬.୮୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜାରି କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟତଃ ଚାହିଦା ଆଧାରରେ ନିର୍ଭୟା ପାଣ୍ଠିର ଅର୍ଥ ବିନିଯୋଗ କରାଯାଇଥାଏ। ନିର୍ଭୟା ପାଣ୍ଠିର ବ୍ୟବସ୍ଥା ଅନୁଯାୟୀ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରାଯାଇଛି। ପାଣ୍ଠି ଅଧୀନରେ ବରାଦ ହେଉଥିବା ଅର୍ଥ ବ୍ୟୟ କରିବା ନିମନ୍ତେ ଏହି କମିଟିକୁ ଅବଗତ କରାଯାଇଥାଏ ଏବଂ କମିଟି ଏଥିପାଇଁ ଆବଶ୍ୟକ ସୁପାରିସ ମଧ୍ୟ କରିଥାଏ। ନିର୍ଭୟା ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ମଧ୍ୟ ଏହି କ୍ଷମତାପ୍ରାପ୍ତ କମିଟି ଅନୁଧ୍ୟାନ କରିଥାଏ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଶାସନ ସ୍ତରରେ ମଧ୍ୟ ଯୋଜନା କାର୍ଯ୍ୟକାରିତାର ଅନୁଧ୍ୟାନ ଏବଂ ନିରୀକ୍ଷଣ କରାଯାଇଥାଏ। ତେବେ ନିର୍ଭୟା ପାଣ୍ଠି ଅଧୀନରେ ଅଧିକାଂଶ ପ୍ରକଳ୍ପ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ। ମଞ୍ଜୁରି ପ୍ରାପ୍ତ ଅବଧି ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ତୃଣମୂଳ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

ଏପରି କେତେକ ଯୋଜନା ରହିଛି ଯାହାର ଆବର୍ତ୍ତି ବ୍ୟୟ ରହିଛି। ଏଥିପାଇଁ ବିନିଯୋଗ ପ୍ରମାଣପତ୍ର (ୟୁସି) ଏବଂ ଖର୍ଚ୍ଚର ବିବରଣୀ ଦାଖଲ କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଆବଣ୍ଟନ କରାଯାଇଥାଏ।  ରାଜ୍ୟ ଏବଂ କାର୍ଯ୍ୟକାରୀ ଏଜେନ୍ସିମାନେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଯେଉଁ ଆର୍ଥିକ ବର୍ଷରେ ପ୍ରାରମ୍ଭିକ ପାଣ୍ଠି ଆବଣ୍ଟନ କରାଯାଇଥାଏ ସେହି ବର୍ଷ ପରବର୍ତ୍ତୀ ୧୨ ମାସ ମଧ୍ୟରେ ୟୁସି ଦାଖଲ କରିବାର ନିୟମ ରହିଛି। ତେଣୁ କେତେକ କ୍ଷେତ୍ରରେ ୟୁସି ମିଳିବାରେ ବିଳମ୍ବ ହୋଇଥିବାରୁ ଖର୍ଚ୍ଚ ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । କୋଭିଡ୍‌ ୧୯ କାରଣରୁ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ବାଧା ଉତ୍ପନ୍ନ ହୋଇଛି। ଏହି କାରଣରୁ ଯୋଜନାରେ ଆବଣ୍ଟିତ ହୋଇଥିବା ଅର୍ଥର ବାସ୍ତବ ବ୍ୟୟ ପରିମାଣ ଅଧିକ ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଓଡିଶା ନିର୍ଭୟା ପାଣ୍ଠି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରାଜ୍ୟସଭା ସ୍ମୃତି ଇରାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅବୈଧ ବାଂଲାଦେଶୀମାନଙ୍କର ବଢିଲା ସମସ୍ୟା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026

ଭର୍ତ୍ତୃହରି ମହତାବଙ୍କ ସମେତ ଏହି ସାଂସଦମାନଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

May 24, 2026

ଫଲଟା ଉପନିର୍ବାଚନ: ତୃତୀୟ ସ୍ଥାନରେ ଟିଏମସି, ଜାଣନ୍ତୁ ବିଜେପିର ସ୍ଥିତି

May 24, 2026
Latest News

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ପ୍ରାଣହାନୀ

May 24, 2026

ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ କଡ଼ା ମନ୍ତବ୍ୟ: କଂଗ୍ରେସ ଦଳକୁ କହିଲେ ବିଶ୍ୱାସଘାତକ

May 24, 2026

ଫଲଟା ଉପନିର୍ବାଚନ: ୧ ଲକ୍ଷରୁ ଅଧିକ ଭୋଟରେ ଜିତିଲା ବିଜେପି, ଜାଣନ୍ତୁ ଟିଏମସି ର ସ୍ଥିତି

May 24, 2026

ଅବୈଧ ବାଂଲାଦେଶୀମାନଙ୍କର ବଢିଲା ସମସ୍ୟା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.