Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାଙ୍ଗିଲା ମନ୍ତ୍ରୀ ମଣ୍ଡଳ,ମୁଖ୍ୟମନ୍ତ୍ରୀଙ୍କୁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା ପତ୍ର
ଜାତୀୟ ଖବର

ଭାଙ୍ଗିଲା ମନ୍ତ୍ରୀ ମଣ୍ଡଳ,ମୁଖ୍ୟମନ୍ତ୍ରୀଙ୍କୁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା ପତ୍ର

April 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାଙ୍ଗିଲା ମନ୍ତ୍ରୀ ମଣ୍ଡଳ, ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫା ପତ୍ର

ନୂଆଦିଲ୍ଲୀ: ଆଜି ଏକ ନାଟକୀୟ ମୋଡରେ ଆନ୍ଧ୍ର ପ୍ରଦେଶର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି।ଆଜି ଅପରାହ୍ନ 3 ଟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ। ସେଥିରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ଭଙ୍ଗ କରାଗଲା ବୋଲି ଘୋଷଣା କରାଯାଇଥିଲା।

ଏହାପରେ ସମସ୍ତ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଏପରି କରିବାର କାରଣ ହେଲା ଯେ, ଜଗନ ପୁଣିଥରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ କରୁଛନ୍ତି। ମୁଖ୍ୟତଃ 2024ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ତେବେ ବିଶେଷ ସୁତ୍ର ଖବର ଅନୁସାରେ ଜଗନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତା 9  କିମ୍ବା 11 ତାରିଖରେ ଶପଥ ଗ୍ରହଣ କରିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ମନ୍ତ୍ରୀ ମଣ୍ଡଳ ଭଂଗ ପାଇଁ ଅବଗତ କରାଇଥିଲେ।

ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାର ମୁଖ୍ୟ କାରଣ ହେଲା ଯେ, ଏକବେଳେ ଇସ୍ତଫା ଦେଲେ କାହାର କିଛି ଅସୁବିଧା ହେବ ନାହିଁ। ଫଳରେ ଜଗନ ନୂଆ ମନ୍ତ୍ରୀଙ୍କୁ ଭର୍ତ୍ତି କରିବା ପାଇଁ କାହାକୁ ବାହାର କରିବାକୁ ପଡିବ ନାହିଁ। ଅନ୍ୟପକ୍ଷରେ ଆଉ ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନ ହେଉଥିବାରୁ ବର୍ତ୍ତମାନଠାରୁ କାର୍ଯ୍ୟ ଆରମ୍ଭ କରାଯିବ। ସେଥିପାଇଁ ଜଗନ ଏପରି ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି।

ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.