Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଗୁଆ ବନ୍ୟା ମୁକାବିଲା: ଶିଘ୍ର ନଦୀବନ୍ଧ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ
ବିଶେଷ ଖବର

ଆଗୁଆ ବନ୍ୟା ମୁକାବିଲା: ଶିଘ୍ର ନଦୀବନ୍ଧ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ

April 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଗୁଆ ବନ୍ୟା ମୁକାବିଲା: ଶିଘ୍ର ନଦୀବନ୍ଧ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଚିରେ ରଖି ଏଥିପାଇଁ ଏବେଠାରୁ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏଥି ସହିତ ବିଭିନ୍ନ ନଦୀ ବନ୍ଧ ଓ ଜଳ ଭଣ୍ଡାରଗୁଡିକର ସ୍ଥିତି, ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ର ସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଂଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବନ୍ୟା ପରିସ୍ଥିତି ଉପୁଜିଲେ ସେଥିପ୍ରତି ସଜାଗ ରହି ଏହାର ପ୍ରତିବିଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତି ରହିଲେ ବନ୍ୟାପରିସ୍ଥିତିରେ ଅଧିକ ଘାଇ ଓ ଘଳିଆ ସୃଷ୍ଟିକୁ ରୋକାଯାଇପାରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତୀ, ବିଭିନ୍ନ ଡିଭିଜନର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ସମ୍ଭାବ୍ୟ ବନ୍ୟାରେ ନଦୀ ଓ ଜଳଭଣ୍ଡାରଗୁଡିକର ସୁପରିଚାଳନା ନେଇ ମତ ଉପସ୍ଥାପନ କରିଥିଲେ । ବିଗତ ବର୍ଷର ଅନୁଭୂତିକୁ ଆଧାର କରି ଚଳିତ ବର୍ଷ ପାଇଁ ପ୍ରସ୍ତୁତି କରିବା ପାଇଁ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଥିବା ୭ ଟି ବୃହତ ଓ ୪୫ ଟି ମଧ୍ୟମ ଜଳଭଣ୍ଡାର ରହିଛି। ବହୁମୁଖୀ ଜଳଭଣ୍ଡାରଗୁଡିକର ସୁପରିଚାଳନା କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି, ସ୍ଲୁଇସ୍ଗେଟ୍ ଓ ଜଳ ନିଷ୍ପାସନ ବ୍ୟବସ୍ଥାଗୁଡିକର ସ୍ଥିତି ଯାଂଚ କରିବ ସହ ମକ୍ ଡ୍ରିଲ କରିବା, ସମସ୍ତ ଡିଭିଜନ ମାନେ ଆଗତୁରା ପ୍ରସ୍ତୁତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖିବା, ବନ୍ୟା ସଂପର୍କରେ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ କରିବା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ ବନ୍ୟା ନିୟନ୍ତ୍ରଣ କକ୍ଷରେ ଆନୁଷଙ୍ଗିକବ୍ୟବସ୍ଥା କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଅନୁଗର୍ଗ ଜଳସଂପଦ ବିଭାଗ ବନ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.