Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆହୁରି ବାହାରୁଛି ଟଙ୍କା ଓ ସୁନା, ମୋଟ ହେଲା ସାଢେ ତିନି କୋଟି, ଏବେବି ଭିଜିଲାନସର ଚଢାଉ ଜାରୀ
ଅପରାଧ

ଆହୁରି ବାହାରୁଛି ଟଙ୍କା ଓ ସୁନା, ମୋଟ ହେଲା ସାଢେ ତିନି କୋଟି, ଏବେବି ଭିଜିଲାନସର ଚଢାଉ ଜାରୀ

April 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆହୁରି ବାହାରୁଛି ଟଙ୍କା ସୁନା, ଏବେ ମୋଟ ହେଲା ସାଢେ ତିନି କୋଟି, ଭିଜିଲାନସର ଖୋଳତାଡ ଜାରୀ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ସହାୟକ ଇଂଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ସଂପର୍କିୟଙ୍କ ଘରୁ ଆହୁରି ଟଙ୍କା ବାହାରୁଛି। ପ୍ରଥମେ ତାଙ୍କର ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରୁ ଟଙ୍କା ଜବତ ହୋଇଥିଲା ସେହି ଟଙ୍କା ଦିନରାତି ଗଣିବା ପରେ ଜଣାପଡିଥିଲା ଯେ ତାହା ଦୁଇ କୋଟି।

କେବଳ ଟଙ୍କା ନୁହେଁ ସେଦିନ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି ୨୦ଟି ସୁନା ବିସ୍କୁଟ। ଯାହାର ଓଜନ ୫୮୦ ଗ୍ରାମ ବୋଲି ଜଣାପଡିଛି।

ପଢନ୍ତୁ- ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ତେବେ ଆଜିର ସଦ୍ୟତମ ସୂଚନା ଅନୁସାରେ କଳ୍ପନାଙ୍କ ଭଉଣୀଙ୍କ ଘରୁ ମଧ୍ୟ ଆଜି ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କ ଭଉଣୀ ଅର୍ଥାତ ରାଉଳଙ୍କ ଶାଳିଙ୍କ ଘରୁ ଆଜି ସକାଳେ ଏହି ଟଙ୍କା ଜବତ କରାଯାଇଛି।

ଭୁବନେଶ୍ବରର ଶାଳିଆ ସାହିରେ ରହୁଥିବା ଏହି ମହିଳାଙ୍କ ଘରେ ଭିଜିଲାନସ ରେଡ କରିଥିଲା। ସେହିପରି ପୋଖରୀପୁଟସ୍ଥିତ କେଶରୀ ଇଷ୍ଟେଟରେ ଏକ ଟ୍ରିପ୍ଲେକ୍ସ କିଣିବା ପାଇଁ ରଖିଥିବା ୭୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ମିଳିଛି। ଏଥିସହିତ ୩୫୪ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି।

ତେବେ ସୂଚନା ଅନୁସାରେ ବର୍ତ୍ତମାନ କାର୍ତ୍ତିକଶ୍ବର ରାଉଳଙ୍କଠାରୁ ମୋଟ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.