Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲୁ, ହେଲେ ସେ ସିବିଆଇ ଭୟରେ ମନା କଲେ; ରାହୁଳ ଗାନ୍ଧୀ
ଜାତୀୟ ଖବର

ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲୁ, ହେଲେ ସେ ସିବିଆଇ ଭୟରେ ମନା କଲେ; ରାହୁଳ ଗାନ୍ଧୀ

April 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ କହିଥିଲୁ, ହେଲେ ସେ ସିବିଆଇ ଭୟରେ ମନା କଲେ; ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ର ନେତ୍ରୀ ମାୟାବତୀଙ୍କୁ ଏକ ମେଣ୍ଟ କରିବାକୁ କହିଥିଲୁ, କିନ୍ତୁ ସେ ମନା କରି ଦେଇଥିଲେ। ଏପରିକି ଆମେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲୁ, ହେଲେ ସେ ମନା କରିଥିଲେ ବୋଲି ରାହୁଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୱାୟାନାଡ ସାଂସଦଙ୍କ ମାଧ୍ୟମରେ ବିଏସପି ନେତ୍ରୀଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା। ହେଲେ ମାୟାବତି କେନ୍ଦ୍ର ସରକାରଙ୍କୁ ଭୟକରି ଏହି ପ୍ରସ୍ତାବ ଗ୍ରହଣ କରି ନ ଥିଲେ। କାଳେ ଏହାକୁ ଗ୍ରହଣ କଲେ ତାଙ୍କୁ ସିବିଆଇ, ଇଡି ଏବଂ ପେଗାସସ ବ୍ୟବହାର କରି ହଇରାଣ କରିବେ ସେଥିପାଇଁ ମାୟାବତା ମନା କରିଥିଲେ।

ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “କାନସୀ ରାମ ଜୀ ଉତ୍ତରପ୍ରଦେଶରେ ଦଳିତ ସ୍ୱର ଉତ୍ତୋଳନ କରିଥିଲେ, ଯାହା କଂଗ୍ରେସ ଉପରେ ପ୍ରଭାବ ପକାଇଥିଲା। ହେଲେ ଏଥର ମାୟାବତୀ ଦଳିତଙ୍କ ଅଧିକାର ପାଇଁ ଲଢି ନ ଥିଲେ। ଏହାର କାରଣ ହେଲା ସିବିଆଇ, ଇଡି ଏବଂ ପେଗାସସ୍ ଡର ତାଙ୍କୁ ଥିଲା।

ଆଜି ରାହୁଳ କଂଗ୍ରେସ ନେତା କେ ରାଜୁଙ୍କ ପୁସ୍ତକ ‘ଦଳିତ ସତ୍ୟ’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହି କଥା କହିଥିଲେ। ରାଜୀବ ଗାନ୍ଧୀ ଫାଉଣ୍ଡେସନ ସହଯୋଗରେ ସମୃଦ୍ଧି ଭାରତ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଅନୁରାଗ ଭାସ୍କର ଏବଂ ଜିଗ୍ନେଶ ମେଭାନୀ ମଧ୍ୟ ପ୍ୟାନେଲରେ ଥିଲେ।

ରାହୁଳ କହିଛନ୍ତି ଯେ, ଆଇଟି ନିଯୁକ୍ତିରେ ଆଉଟ ସୋର୍ସିଂ ସବୁଠାରୁ ବିପଦଜନକ କାର୍ଯ୍ୟ। ସେ ଆହୁରି  କହିଛନ୍ତି, “ଆମେ ଅନୁଷ୍ଠାନ ବିନା ସମ୍ବିଧାନର ସୁରକ୍ଷା କରିପାରିବୁ ନାହିଁ। ଡକ୍ଟର ବି.ଆର୍ ଆମ୍ବେଦକର ଆମକୁ ସମ୍ବିଧାନକୁ ଅସ୍ତ୍ର ଭାବରେ ଆମକୁ ଦେଇଛନ୍ତି। ହେଲେ ବର୍ତ୍ତମାନ ଏହି ଅସ୍ତ୍ର କିନ୍ତୁ ଆଉ ପ୍ରଭାବଶାଳୀ ନୁହେଁ।”

ସେ ଦାବି କରିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏହି ଅନୁଷ୍ଠାନଗୁଡିକ ପୁଣି ଥରେ ଘାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଉ ସେହି ସଂଗଠନଗୁଡିକ ପରିଚାଳନା କରୁଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ।

ସେ କହିଛନ୍ତି, “ଭାରତ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠାରେ ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ଛୁଇଁବ ନାହିଁ ବରଂ ଏକ କୁକୁର, ଘୋଡାକୁ ଛୁଇଁବ କିମ୍ବା ଏକ କୁକୁଡ଼ାକୁ ମାରିବ। ରାହୁଲ ଗାନ୍ଧୀ ତଥାକଥିତ ନିମ୍ନ ଶ୍ରେଣୀ ଏବଂ ଉଚ୍ଚ ଶ୍ରେଣୀର ମତଭେଦକୁ ଦର୍ଶାଇ ଏପରି ଉଦବୋଧନ ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ପରେ ବିଏସପି ପକ୍ଷରୁ କୈଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଚଳିତ ବର୍ଷ ନିର୍ବାଚନରେ ​​ଉତ୍ତରପ୍ରଦେଶ ବିଧାନସଭାରେ ପ୍ରାୟ 403 ଟି ଆସନ ମଧ୍ୟରୁ କଂଗ୍ରେସ କେବଳ ଦୁଇଟି ଜିତିଛି। ଅନ୍ୟପକ୍ଷରେ ବିଏସପି କେବଳ ଗୋଟିଏ ଆସନ ପାଇବାରେ ସଫଳ ହୋଇଛି। ଭୋଟରମାନେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମତା ପ୍ରଦାନ କରିଛନ୍ତି।

ଉତ୍ତରପ୍ରଦେଶ ନିର୍ବାଚନ ମାୟାବତୀ ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026
Latest News

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.