ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲୁ, ହେଲେ ସେ ସିବିଆଇ ଭୟରେ ମନା କଲେ; ରାହୁଳ ଗାନ୍ଧୀ

Published: Apr 9, 2022, 5:22 pm IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ର ନେତ୍ରୀ ମାୟାବତୀଙ୍କୁ ଏକ ମେଣ୍ଟ କରିବାକୁ କହିଥିଲୁ, କିନ୍ତୁ ସେ ମନା କରି ଦେଇଥିଲେ। ଏପରିକି ଆମେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲୁ, ହେଲେ ସେ ମନା କରିଥିଲେ ବୋଲି ରାହୁଲ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୱାୟାନାଡ ସାଂସଦଙ୍କ ମାଧ୍ୟମରେ ବିଏସପି ନେତ୍ରୀଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା। ହେଲେ ମାୟାବତି କେନ୍ଦ୍ର ସରକାରଙ୍କୁ ଭୟକରି ଏହି ପ୍ରସ୍ତାବ ଗ୍ରହଣ କରି ନ ଥିଲେ। କାଳେ ଏହାକୁ ଗ୍ରହଣ କଲେ ତାଙ୍କୁ ସିବିଆଇ, ଇଡି ଏବଂ ପେଗାସସ ବ୍ୟବହାର କରି ହଇରାଣ କରିବେ ସେଥିପାଇଁ ମାୟାବତା ମନା କରିଥିଲେ।

ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “କାନସୀ ରାମ ଜୀ ଉତ୍ତରପ୍ରଦେଶରେ ଦଳିତ ସ୍ୱର ଉତ୍ତୋଳନ କରିଥିଲେ, ଯାହା କଂଗ୍ରେସ ଉପରେ ପ୍ରଭାବ ପକାଇଥିଲା। ହେଲେ ଏଥର ମାୟାବତୀ ଦଳିତଙ୍କ ଅଧିକାର ପାଇଁ ଲଢି ନ ଥିଲେ। ଏହାର କାରଣ ହେଲା ସିବିଆଇ, ଇଡି ଏବଂ ପେଗାସସ୍ ଡର ତାଙ୍କୁ ଥିଲା।

ଆଜି ରାହୁଳ କଂଗ୍ରେସ ନେତା କେ ରାଜୁଙ୍କ ପୁସ୍ତକ ‘ଦଳିତ ସତ୍ୟ’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହି କଥା କହିଥିଲେ। ରାଜୀବ ଗାନ୍ଧୀ ଫାଉଣ୍ଡେସନ ସହଯୋଗରେ ସମୃଦ୍ଧି ଭାରତ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଅନୁରାଗ ଭାସ୍କର ଏବଂ ଜିଗ୍ନେଶ ମେଭାନୀ ମଧ୍ୟ ପ୍ୟାନେଲରେ ଥିଲେ।

ରାହୁଳ କହିଛନ୍ତି ଯେ, ଆଇଟି ନିଯୁକ୍ତିରେ ଆଉଟ ସୋର୍ସିଂ ସବୁଠାରୁ ବିପଦଜନକ କାର୍ଯ୍ୟ। ସେ ଆହୁରି  କହିଛନ୍ତି, “ଆମେ ଅନୁଷ୍ଠାନ ବିନା ସମ୍ବିଧାନର ସୁରକ୍ଷା କରିପାରିବୁ ନାହିଁ। ଡକ୍ଟର ବି.ଆର୍ ଆମ୍ବେଦକର ଆମକୁ ସମ୍ବିଧାନକୁ ଅସ୍ତ୍ର ଭାବରେ ଆମକୁ ଦେଇଛନ୍ତି। ହେଲେ ବର୍ତ୍ତମାନ ଏହି ଅସ୍ତ୍ର କିନ୍ତୁ ଆଉ ପ୍ରଭାବଶାଳୀ ନୁହେଁ।”

ସେ ଦାବି କରିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏହି ଅନୁଷ୍ଠାନଗୁଡିକ ପୁଣି ଥରେ ଘାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଉ ସେହି ସଂଗଠନଗୁଡିକ ପରିଚାଳନା କରୁଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ।

ସେ କହିଛନ୍ତି, “ଭାରତ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠାରେ ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ଛୁଇଁବ ନାହିଁ ବରଂ ଏକ କୁକୁର, ଘୋଡାକୁ ଛୁଇଁବ କିମ୍ବା ଏକ କୁକୁଡ଼ାକୁ ମାରିବ। ରାହୁଲ ଗାନ୍ଧୀ ତଥାକଥିତ ନିମ୍ନ ଶ୍ରେଣୀ ଏବଂ ଉଚ୍ଚ ଶ୍ରେଣୀର ମତଭେଦକୁ ଦର୍ଶାଇ ଏପରି ଉଦବୋଧନ ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ପରେ ବିଏସପି ପକ୍ଷରୁ କୈଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଚଳିତ ବର୍ଷ ନିର୍ବାଚନରେ ​​ଉତ୍ତରପ୍ରଦେଶ ବିଧାନସଭାରେ ପ୍ରାୟ 403 ଟି ଆସନ ମଧ୍ୟରୁ କଂଗ୍ରେସ କେବଳ ଦୁଇଟି ଜିତିଛି। ଅନ୍ୟପକ୍ଷରେ ବିଏସପି କେବଳ ଗୋଟିଏ ଆସନ ପାଇବାରେ ସଫଳ ହୋଇଛି। ଭୋଟରମାନେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମତା ପ୍ରଦାନ କରିଛନ୍ତି।

Related posts