Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ: ଜାଣନ୍ତୁ ଏହାର ଇତିହାସ
ବିଶେଷ ଖବର

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ: ଜାଣନ୍ତୁ ଏହାର ଇତିହାସ

April 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ବବିଜୟୀ ଦାଶ
ଭୁବନେଶ୍ୱର: ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା। ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା। ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି। ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ମଧ୍ୟ କୁହାଯାଇଥାଏ।

ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି। ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା, ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା। ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ। ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା।
୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” (Otto Konigsberger)। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା।

ଭୂବନେଶ୍ବରରେ ପ୍ରଭୁ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଶ୍ରୀ ରାମ ମନ୍ଦିର ଆଦି ଆହୁରି ଅନେକ ମନ୍ଦିର ଦେଶ ବିଦେଶରେ ପରିଚିତ।

ପ୍ରଭୁ ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର। ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା। ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର। ଭୁବନେଶ୍ବରର ପ୍ରାଚୀନ ସ୍ଥାପତ୍ୟ କଳା ଏହି ସ୍ଥାନର ମୁଖ୍ୟ ଆକର୍ଷଣ। ୭ ମ ଶତାବ୍ଦୀରୁ ୧୧ତମ ଶତାବ୍ଦୀ ଯାଏ କଳିଙ୍ଗ ରାଜାମାନେ ରାଜୁତି କରୁଥିବା ସମୟରେ ଏଠାରେ ଅନେକ ସୁନ୍ଦର ଚାରୁକଳା ସହ ନିର୍ମିତ ମନ୍ଦିର, ମହଲ ଆଦି ଏବେ ମଧ୍ୟ ମୂଲ୍ୟବାନ ପ୍ରତ୍ନତତ୍ୱ ହୋଇ ରହିଛି। ବିଭିନ୍ନ ମନ୍ଦିରରେ ପ୍ରସ୍ତର ଖୋଦନ ହେଇଥିବା ଦେବା ଦେବୀଙ୍କ ପ୍ରତିକୃତି ପୁରାଣ ଓ ଉତ୍କଳର ଗୌରବମୟ ଇତିହାସର ମୁକ ସାକ୍ଷୀ ହେଇ ଦେଶ ବିଦେଶର ଅଗଣିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ଖ୍ରୀଷ୍ଟପୂର୍ବ ୩୦୦ରେ କଳିଙ୍ଗ ଯୁଦ୍ଧରେ ଭୁବନେଶ୍ୱରର ନାମ ଉଲ୍ଲେଖ କରାଯାଇଥିଲା ଯାହାକି ପରେ ସ୍ଥାପିତ ହୋଇଥିବା ଧଉଳି ଶାନ୍ତିସ୍ତୁପ ନିକଟରେ ହୋଇଥିଲା। ଖାରବେଳଙ୍କଦ୍ୱାରା ଉଦୟଗିରି ଏବଂ ଖଣ୍ଡଗିରିରେ ହୋଇଥିବା କାରୁକାର୍ଯ୍ୟ ଦେଖିବାକୁ ମିଳେ।ଜୈନ ଏବଂ ବୁଦ୍ଧଙ୍କର ବିଭିନ୍ନ ଐତିହାସିକ ଚିହ୍ନ ଦେଖିବାକୁ ମିଳେ।କଳିଙ୍ଗ ରାଜୁତି କାଳରେ ଏହା ରାଜଧାନୀ ଥିଲା।

ପୁରାଣ ଯୁଗରୁ ଏକାମ୍ର କ୍ଷେତ୍ର ଶିକ୍ଷା, ସଂସ୍କୃତି, ଐତିହ୍ୟ, ପ୍ରତ୍ନତାତ୍ତିକ, ଐତିହାସିକ ଅନୁଭବ ଦୃଷ୍ଟିରୁ ନିଜର ସ୍ୱତନ୍ତ୍ରତା ବଜାୟ ରଖି ଆସିଛି। ପଦ୍ମ ପୁରାଣ, ଏକାମ୍ର ପୁରାଣ, ଶିବ ପୁରାଣ, କପିଳ ସଂହିତା, ଶିବ ସଂହିତା, ପ୍ରାଚୀ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣିତ । ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର କଳିଙ୍ଗ ସାମ୍ରାଜ୍ୟର ଶାସନ, ପ୍ରଶାସନ, ଶିକ୍ଷା, ସଂସ୍କୃତି ଓ ସଭ୍ୟତାର କେନ୍ଦ୍ରବିନ୍ଦୁ ଥିଲା। କପିଳେଶ୍ୱର ଶିଳାଲିପିରୁ ଏହା ସୁସ୍ପଷ୍ଟ ଯେ ଶାକ୍ୟ ମୁନି ବୁଦ୍ଧଙ୍କ ଜନ୍ମସ୍ଥଳୀ, କର୍ମସ୍ଥଳୀ, ବୌଦ୍ଧ ସଂସ୍କୃତିର ଅଭିବୃଦ୍ଧି, ପ୍ରମୁଖ ପ୍ରଚାର, ପ୍ରସାରର ସ୍ଥଳୀ କଳିଙ୍ଗ ହିଁ ଥିଲା। କଳିଙ୍ଗର ସାଧବ ଭଲ୍ଲିକ ଓ ତପଷୁ, ସମଗ୍ର ବିଶ୍ୱରେ ପ୍ରବୁଦ୍ଧ ବୁଦ୍ଧଙ୍କର ସର୍ବପ୍ରଥମ ଶିଷ୍ୟର ସୌଭାଗ୍ୟ ପ୍ରାପ୍ତ ହୋଇଥିଲ। କଳିଙ୍ଗର ବୀରତ୍ୱ, ବୈଭବ, ପାଟଳୀପୁତ୍ର (ବର୍ତ୍ତମାନର ବିହାର) ନରେଶ ଅଶୋକଙ୍କୁ ବିଶ୍ୱବିଦିତ କଳିଙ୍ଗ ଯୁଦ୍ଧର ବିଭୀଷିକା ରଚନା କରିବାକୁ ପ୍ରବର୍ତ୍ତାଇ ଥିଲା।

ଏକାମ୍ର କ୍ଷେତ୍ର, କପିଳେଶ୍ୱର ଆଦି ମୁଖ୍ୟସ୍ଥାନ ସମୂହ ଲୁମ୍ବାଇ ପ୍ରଗଣା ରୂପେ ପ୍ରସିଦ୍ଧି ଲାଭ କରିଥିଲା। ଅଶୋକ ଏହା ଜ୍ଞାତ ହୋଇ ବୁଦ୍ଧଙ୍କ ଜନ୍ମୋତ୍ସବ ଏଠାରେ ପାଳନ ପୂର୍ବକ ଏକ ଶିଳାଲେଖ ସ୍ଥାପନ କରି ଲୁମ୍ବାଇ ପ୍ରଗଣାର ସମସ୍ତ ଅଧିବାସୀଙ୍କ ରାଜସ୍ୱ ଛାଡ଼ କରିଥିଲେ। ପରେ ପରେ ଐର ଖାରବେଳ, କେଶରୀ ନୃପତିଗଣ ତଥା ଗଙ୍ଗବଂଶୀ ନରେଶ ସମୂହ ଭୁବନେଶ୍ୱରକୁ ନିଜ ନିଜର ରାଜଧାନୀ ରୂପେ ଗ୍ରହଣ କରି ନେଇଥିଲେ। ବୌଦ୍ଧ ଯୁଗୀୟ ଶିକ୍ଷାକ୍ଷେତ୍ରରେ ମଧ୍ୟ ଭୁବନେଶ୍ୱର ସନ୍ନିକଟ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଶ୍ୱ ପ୍ରସିଦ୍ଧ ଥିଲା। ଏଠାରୁ ବହୁ ଶିକ୍ଷାଗୁରୁ କଳିଙ୍ଗସାଗର ପଥରେ ସମୁାତ୍ରା ଦ୍ୱୀପସ୍ଥ ଶ୍ରୀବିଜୟ ବିଶ୍ୱବିଦ୍ୟାଳୟକୁ ଯାଇ ଚୀନ, ଜାପାନ, ବର୍ମା, ଥାଇଲାଣ୍ଡ ଆଦି ଦେଶର ଶିକ୍ଷାର୍ଥୀମାନଙ୍କୁ ଯୋଗଦର୍ଶନ ଶିକ୍ଷାଦାନ କରୁଥିଲେ।

ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଏକାମ୍ର କ୍ଷେତ୍ରର ଏକ ସ୍ୱତନ୍ତ୍ରତା ଥିଲା । ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ବର, ବେଲ, ଅଶ୍ୱତ୍ଥ, କୋଚିଲା, ବଉଳ, ତମାଳ, ଚମ୍ପା, ଅଶୋକ, ନାଗେଶ୍ୱର, ଅନନ୍ତ ନାଗେଶ୍ୱର, ଉଦୁମ୍ବର ଆଦି ଦେବ ବୃକ୍ଷରେ ଭୁବନେଶ୍ୱର ପରିପୂର୍ଣ୍ଣ ଥିଲା।

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ।୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା।

ଶିକ୍ଷାକୁ ନେଇ ସମୃଦ୍ଧ ଭୂବନେଶ୍ବର। ଉଚ୍ଚ ଶିକ୍ଷା ନିମନ୍ତେ ଉତ୍କଳ ବିଶ୍ବବିଦ୍ୟାଳୟ,ବକ୍ସି ଜଗବନ୍ଧୁ ମହା ବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ,ଇଞ୍ଜିନିୟରିଂ କଲେଜ,ସମେତ ବହୁ ଶିକ୍ଷାନୁଷ୍ଠାନ ଅବସ୍ଥିତ ଏବଂ ନନ୍ଦନକାନନ,ବହୁ ପାର୍କ ଆଦି ଅବସ୍ଥିତ।  ଓଡ଼ିଶାର ବିଧାନସଭା,ସଚ଼ିବାଳୟ,ପ୍ରାୟ ସମସ୍ତ ବିଭାଗ ର ମୁଖ୍ୟ କାର୍ଯ୍ୟାଳୟ ଆଦି ଅବସ୍ଥିତ।ଆଜି ରାଜଧାନୀ ଭୁବନେଶ୍ବର ର ପ୍ରତିଷ୍ଠା ଦିବସରେ ତା’ର ପୂର୍ବ ଐତିହ୍ୟ କୁ ସ୍ମରଣ କରିବା ସହ ଭୂବନେଶ୍ବର କୁ ଆହୁରି ସରସ,ସୁନ୍ଦର କରିବା ଦିଗରେ ପ୍ରତିଜ୍ଞାବଦ୍ଧ ହେବା।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ମୋବାଇଲ ନଂ- ୬୩୭୦୨୦୮୪୨୮

ଇତିହାସ ପ୍ରତିଷ୍ଠା ଦିବସ ରାଜଧାନୀ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.