Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏପ୍ରିଲ ୨୧ରେ ଆୟୋଜିତ ହେବ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା 
ବିଶେଷ ଖବର

ଏପ୍ରିଲ ୨୧ରେ ଆୟୋଜିତ ହେବ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା 

April 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ। ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି।

ଏହି ମେଳା ଆୟୋଜନର ଲକ୍ଷ୍ୟ ହେଲା ଏକଲକ୍ଷରୁ ଅଧିକ ଶିକ୍ଷାନବୀସଙ୍କୁ ନିଯୁକ୍ତି ପାଇଁ ସହଯୋଗ ଯୋଗାଇବା। ଏହି ମେଳାରେ ଆବଶ୍ୟକ ତାଲିମପ୍ରାପ୍ତ ଲୋକଶକ୍ତି ଓ ପ୍ରତିଭାବାନ କର୍ମଚାରୀ ବାଛିବାକୁ ନିଯୁକ୍ତିଦାତାମାନେ ସୁଯୋଗ ପାଇବେ।

ଦେଶରେ ୩୦ରୁ ଅଧିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଦ୍ୟୋଗ ଓ ଉଦ୍ୟୋଗୀ ତଥା ନିଯୁକ୍ତିଦାତା ଏଥିରେ ମଧ୍ୟ ଭାଗ ନେବେ। ସେମାନଙ୍କ ସଂଖ୍ୟା ୪୦୦୦ରୁ ଅଧିକ । ଶକ୍ତି, ଟେଲିକମ୍‌, ଖୁଚୁରା  ବ୍ୟାପାର, ଆଇଟି/ ଆଇଟିଇଏସ୍‌, ଇଲେକ୍‌ଟ୍ରୋନିକ୍ସ, ଅଟୋମୋଟିଭ ଭଳି ଉଦ୍ୟୋଗର ନିଯୁକ୍ତିଦାତାମାନେ ଏଥିରେ ଭାଗ ନେଉଛନ୍ତି। ସେମାନେ ଏହି ମେଳାର ୱେଲଡର, ଇଲେକ୍ସ୍ରିସିଆନ, ହାଉସକିପର, ବିଉଟିସିଆନ, ମେକାନିକ୍ ଆଦି ୫୦୦ରୁ ଅଧିକ ଟ୍ରେଡର ଆପ୍ରେଣ୍ଟିସ୍‌ମାନଙ୍କୁ ବାଛିବେ। ସେମାନଙ୍କୁ ଉତ୍ତମ ବେତନ ଓ ନିଯୁକ୍ତି ସୁବିଧା କମ୍ପାନୀମାନେ ଦେବେ।

ଉଦ୍ୟମିତା ଓ ଦକ୍ଷତାବିକାଶ ମନ୍ତ୍ରଣାଳୟ ଦେଶରେ ତାଲିମପ୍ରାପ୍ତ ଲୋକଶକ୍ତି ସୃଷ୍ଟି କରିବା ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଯୁବକଯୁବତୀମାନଙ୍କୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯିବା ସହିତ ସେମାନଙ୍କୁ ନିଯୁକ୍ତି ଯୋଗ୍ୟ କରାଯାଉଛି। ଏହାଫଳରେର ଆକାଂକ୍ଷୀ ଯୁବଶକ୍ତିଙ୍କ ପାଇଁ କର୍ମନିଯୁକ୍ତି ପରିସର ବଢୁଛି।

ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢିଥିବା ଛାତ୍ରଛାତ୍ରୀ, ସ୍କିଲ ଟ୍ରେନିଂ ସାର୍ଟିଫିକେଟଧାରୀ, ଆଇଟିଆଇ ଛାତ୍ରଛାତ୍ରୀ, ଡିପ୍ଲୋମାଧାରୀ ଓ ଗ୍ରାଜୁଏଟ୍‌ମାନେ ମଧ୍ୟ ଆପ୍ରେଣ୍ଟିସିପ୍ ମେଳାରେ ଭାଗ ନେବାକୁ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନିଜର ସମସ୍ତ ସାର୍ଟିଫିକେଟ ଓ ମାର୍କସିଟିର ତିନୋଟି ଲେଖାଏଁ ନକଲ(କପି), ଫଟୋ ପରିଚୟପତ୍ର (ଆଧାରକାର୍ଡର୍/ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି) ଓ ତିନିଟି ପାସ୍‌ପୋର୍ଟ ସାଇଜର ନିଜ ଫଟୋ କପି ସହିତ ନିର୍ଦ୍ଧାରିତ ମେଳା ସ୍ଥାନରେ ପହଞ୍ଚିବାକୁ ହେବ।

ଏହି ମେଳାରେ ଯୋଗଦେବା ଦ୍ୱାରା ପ୍ରାର୍ଥୀମାନଙ୍କୁ ଅନେକ ଉପକାର ମିଳିବ। ସେମାନେ ନିଯୁକ୍ତି ସୁଯୋଗ ବ୍ୟତୀତ, ମେଳା ବୁଲି ବିଭିନ୍ନ ଉଦ୍ୟୋଗର କାମ ଓ ଆବଶ୍ୟକ ଯୋଗ୍ୟତା ସମ୍ପର୍କରେ ସିଧାସଳଖ ଅଭିଜ୍ଞତା ଲାଭର ସୁଯୋଗ ପାଇବେ। ନିଯୁକ୍ତି ବଜାରର  ହାଲଚାଲ ଓ ଆବଶ୍ୟକତା, ବେତନ ଓ ସୁବିଧାସୁଯୋଗ  ବିଷୟରେ ସେମାନେ ଜାଣିପାରିବେ। ଏହି ମେଳାରୁ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ମଧ୍ୟ ଅତି କମ୍‌ରେ ଚାରିଜଣ ଆପ୍ରେଣ୍ଟିସିପ୍‌ଙ୍କୁ ନିଯୁକ୍ତି ଦେବାର ସୁଯୋଗ ପାଇଛନ୍ତି। ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ପ୍ରାର୍ଥୀମାନଙ୍କୁ ଛୋଟବଡ ସବୁ ସଂସ୍ଥା ମେଳାରେ ହିଁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତିପତ୍ର ଦେବେ।

ଏପ୍ରିଲ ୨୧ ତାରିଖ ସ୍କିଲ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026

ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କ ଦୃଢୋକ୍ତି

August 31, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.