Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ୨୦୨୦ରେ ସଂଶୋଧନ
ବିଶେଷ ଖବର

‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ୨୦୨୦ରେ ସଂଶୋଧନ

April 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ପକ୍ଷରୁ ମିଳିଥିବା ଅନୁମୋଦନ ଆଧାରରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି) ୨୦୨୦ରେ ସଂଶୋଧନ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଇଜ ଅଫ୍‌ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’କୁ ବଢ଼ାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

– କ୍ରୟର ପ୍ରକୃତି ନିର୍ବିଶେଷରେ, ତିନି ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଆଧୁନିକୀକରଣ ଆବଶ୍ୟକତା ସ୍ବଦେଶୀ ଉତ୍ସରୁ ପୂରଣ କରାଯିବ। ପୁଞ୍ଜି ଅଧିଗ୍ରହଣର ବିଦେଶୀ ଉଦ୍ୟୋଗରୁ ପ୍ରତିରକ୍ଷା ଉପକରଣ/ସୋର୍ସିଂର ଆମଦାନୀ କେବଳ ଏକ ବ୍ୟତିକ୍ରମ ଭାବେ ଗ୍ରହଣ କରାଯିବ ଏବଂ ଏଥିପାଇଁ ଡିଏସି/ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ହେବ।

– ଅର୍ଥ ମନ୍ତ୍ରଣାଳୟର ପରାମର୍ଶ ଏବଂ ଘରୋଇ ଉଦ୍ୟୋଗ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଲାଗି ବିଶ୍ବସନୀୟତା ରାଜିନାମା ବ୍ୟାଙ୍କ ଗ୍ୟାରେଣ୍ଟି (ଆଇପିବିଜି) ଆବଶ୍ୟକତା ଉଚ୍ଛେଦ କରାଯାଇଛି। ଏହା ପରିବର୍ତ୍ତେ, ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆବଶ୍ୟକତାର ଗ୍ରହଣୀୟତା (ଏଓଏନ) ସହିତ ସବୁ ଅଧିଗ୍ରହଣ ମାମଲା ପାଇଁ ଅମାନତ ଜମା ରାଶି (ଇଏମଡି)କୁ ବିଡ୍‌ ସିକ୍ୟୁରିଟୀ ଭାବେ ଗ୍ରହଣ କରାଯିବ। ଚୁକ୍ତିନାମା ସ୍ବାକ୍ଷରିତ ହେବା ପର୍ଯ୍ୟନ୍ତ ଏହି ଇଏମଡି ବଛା ବଛା ବିକ୍ରେତା (ଭେଣ୍ଡର)ଙ୍କ ପାଇଁ ପ୍ରଯୁଜ୍ୟ ହେବ ଏବଂ ଚୟନ ପ୍ରକ୍ରିୟା ଘୋଷଣା ପରେ ଅବଶିଷ୍ଟ ଭେଣ୍ଡରଙ୍କୁ ଫେରାଇ ଦିଆଯିବ । ଚୁକ୍ତିନାମା ପରେ, ବିଶ୍ବସନୀୟତା ରାଜିନାମାକୁ ପ୍ରଦର୍ଶନ ତଥା ୱାରେଣ୍ଟି ବ୍ୟାଙ୍କ ଗ୍ୟାରେଣ୍ଟୀ (ପିଡବ୍ଲୁବିଜି) ଜରିଆରେ କଭର କରାଯିବ। ଆହୁରି, ଭାରତର ସରକାରଙ୍କ ବର୍ତ୍ତମାନର ନୀତି ଅନୁଯାୟୀ, ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ଏମଏସଇ) ପାଇଁ କୌଣସି ଇଏମଡି ଆବଶ୍ୟକ ହେବ ନାହିଁ।

– ଦେଶରେ ବ୍ୟାପକ ଭାଗିଦାରୀ ଏବଂ ବ୍ୟାପକ ଆଧାରିତ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି, ଅଧିଗ୍ରହଣ ମାମଲାରେ ମୋଟ୍‌ ଅର୍ଡର ପରିମାଣକୁ ଯେଉଁଠି ପ୍ରଯୁଜ୍ୟ ହୋଇଥିବ, ବଛା ହୋଇଥିବା ବିକ୍ରେତାମାନଙ୍କ ମଧ୍ୟରେ ବିଭାଜିତ କରାଯିବ। ଏହାବ୍ୟତୀତ, ଅନ୍ୟ ବୈଷୟିକ ଭାବେ ଯୋଗ୍ୟ ନିଲାମ ଡକାଳୀ (ବିଡର) ଯେଉଁମାନଙ୍କୁ ଚୁକ୍ତିନାମା ମିଳିବ ନାହିଁ, ସେମାନଙ୍କୁ ସେବା ଦ୍ବାରା ଏକ ପ୍ରମାଣପତ୍ର ଜାରି କରାଯିବ। ଏଥିରେ ଦର୍ଶାଯିବ ଯେ ଉତ୍ପାଦର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଫଳରେ ଏପରି ବିକ୍ରେତାମାନେ ଅନ୍ୟ ବଜାର ଠାବ କରି ନିଜ ଉତ୍ପାଦ ବିକ୍ରି କରିବା ପାଇଁ ସୁବିଧା ପାଇପାରିବେ।

– ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଏବଂ ଗବେଷଣା ଓ ବିକାଶ ସଂଗଠନ, ଶିକ୍ଷାବିତ୍‌, ଉଦ୍ୟୋଗ, ଷ୍ଟାର୍ଟଅପ ଏବଂ ବ୍ୟକ୍ତିଗତ ନବପ୍ରବର୍ତ୍ତକଙ୍କୁ ସାମିଲ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୧୮ ଆଇଡିଇଏକ୍ସ ଫ୍ରେମୱାର୍କର ଶୁଭାରମ୍ଭ କରିଥିଲେ। ଡିଏପି ୨୦୨୦ରେ ବର୍ତ୍ତମାନ ଥିବା ବ୍ୟବସ୍ଥାରେ କର୍ମଚାରୀ ମୂଲ୍ୟାୟନ, ଆଇଡିଇଏକ୍ସ କ୍ରୟ ପାଇଁ କଣ୍ଟ୍ରାକ୍ଟ ସିଏନସି ଓ ଆୱାର୍ଡ ପ୍ରକ୍ରିୟା ଠାରୁ ଆରମ୍ଭ କରି ‘ବାଏ (ଭାରତୀୟ-ଆଇଡିଡିଏମ) ପ୍ରକ୍ରିୟା ଆଦି ପରସ୍ପର ସହ ଯୋଡ଼ି ହୋଇ ରହିଛି। ଏଥିରେ କୌଣସି ଅର୍ଡର ଦେବା ପୂର୍ବରୁ ଦୁଇ ବର୍ଷର ଲମ୍ବା ଅବଧି ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ହୋଇଥାଏ। ଆତ୍ମନିର୍ଭରଶୀଳତା ଏବଂ ସ୍ବଦେଶୀକରଣର ଦ୍ବୈତ ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଯାଇ ଦେଶର ଉଦୀୟମାନ ଷ୍ଟାର୍ଟଅପ୍‌ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଡିଏପି ୨୦୨୦ର ଆଇଡିଇଏକ୍ସ ପଦ୍ଧତି ଅଧୀନରେ କ୍ରୟ ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏହି ସରଳୀକରଣ ଫଳରେ, ଏଓଏନକୁ ଅନୁମତି ଦେବା ଠାରୁ ଆରମ୍ଭ କରି ଚୁକ୍ତିନାମା ସ୍ବାକ୍ଷର କରିବାର ସମୟ ୨୨ ସପ୍ତାହକୁ ହ୍ରାସ ପାଇବ।

– ଡିଏପି-୨୦୨୦ର ମେକ୍‌-।। ପ୍ରକ୍ରିୟାରେ ପ୍ରୋଟୋଟାଇପ୍‌ ବିକାଶ ପର୍ଯ୍ୟାୟରେ ଉଦ୍ୟୋଗ ଦ୍ବାରା ପାଣ୍ଠି ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣ ସାମିଲ ରହିଛି। ଏହି ପ୍ରକ୍ରିୟାକୁ ସରଳ କରାଯାଇଛି। ପ୍ରୋଟୋଟାଇପର ଏକକ ପର୍ଯ୍ୟାୟରେ ସାମଗ୍ରିକ ପରୀକ୍ଷଣକୁ ସାମିଲ କରିବା ଏବଂ ନିୟୋଜିତ ମାମଲାରେ ପ୍ରାରମ୍ଭିକ କ୍ରୟ ପାଇଁ ପରିମାଣର ଯାଞ୍ଚ ଏବଂ ସ୍କେଲିଂ ସହିତ ବିତରଣ କରିବା ଜରିଆରେ ଏହା କରାଯାଇଛି। ସରଳୀକରଣ ପରେ, ମେକ୍‌-।। ପ୍ରକ୍ରିୟାର ସମୟ ଅବଧି ବର୍ତ୍ତମାନର ୧୨୨-୧୮୦ ସପ୍ତାହରୁ ୧୦୧-୧୦୯ ସପ୍ତାହକୁ ହ୍ରାସ ପାଇଛି।

ଆତ୍ମନିର୍ଭରତା ଡିଏସି ମେକ୍‌ ଇନ୍‌ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.