Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଟିଏ ବାଟ ବନ୍ଦ ହୋଇଗଲା ବେଳେ, ଆଉ ଗୋଟିଏ ବାଟରେ ପଳାଇଲେ ଅପରାଜିତା
ବିଶେଷ ଖବର

ଗୋଟିଏ ବାଟ ବନ୍ଦ ହୋଇଗଲା ବେଳେ, ଆଉ ଗୋଟିଏ ବାଟରେ ପଳାଇଲେ ଅପରାଜିତା

April 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଯାତ୍ରା ଆଉ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଦଯାତ୍ରା ବର୍ତ୍ତମାନ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଂଗ ରହିଛି। ପୂର୍ବରୁ ବିଭିନ୍ନ ମଞ୍ଚ ଶ୍ରୀମନ୍ଦିର ସୁରକ୍ଷା ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ହେଲେ ପ୍ରଶାସନ ଅନୁମତି ନ ମିଳିବାରୁ ସେସବୁ ସ୍ଥଗିତ ହେଲା। ଏହି ପଦଯାତ୍ରାର ପ୍ରମୁଖ ଭାଗରେ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତାଙ୍କ ଏପରି ଶୋଭାଯାତ୍ରା ଦେଖି ତାଙ୍କର ଖୋଦ ବିଜେପି ନେତାଙ୍କ ଅକଲଗୁଡୁମ ହୋଇଯାଇଥିଲା। କାରଣ ସେ ଯଦି ଏପରି ଏକ ଶୋଭାଯାତ୍ରା କରିବେ ଏବଂ ଲୋକଙ୍କର ସମର୍ଥନ ମିଳିଯିବ ତେବେ ତାଙ୍କର ମାଇଲେଜ ବଢିଯିବ। ସେ ନେଇ ଦିଲ୍ଲାରେ ଚାଲିଲା ଘଣ୍ଟାଚକଟା। ଆଉ ଶେଷରେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପ ପକାଇବାରେ ଏମାନେ ସକ୍ଷମ ହେଲେ। ଆଉ ଅପରାଜିତାଙ୍କ ପଦଯାତ୍ରା ଉପରେ ଲାଗିଲା ରୋକ।

ଏହାକୁ ନେଇ ଅପରାଜିତା ଏବଂ ତାଙ୍କ ଶିବିରରେ ଭାଳେଣି ପଡିଲା। ବିଶେଷ ସୁତ୍ର ଅନୁଯାୟୀ ପୁରୀ ପ୍ରଶାସନ ମନା କରିଥିଲେ ମଧ୍ୟ ଅପରାଜିତା ସେହି ଶୋଭାଯାତ୍ରା କରିଥାଆନ୍ତେ ବୋଲି ପ୍ରସ୍ତୁତ ହେଉଥିଲେ। ହେଲେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପରେ ସେ ଆଉ କିଛି କରି ପାରିଲେ ନାହିଁ। ଫଳରେ ସେ ପ୍ରଶାସନକୁ ଦୋଷ ଦେଇ ଶୋଭାଯାତ୍ରା ସ୍ଥଗିତ ହେଲା ବୋଲି ଘୋଷଣା କଲେ।

ଏହା ପଛରେ କାରଣ କଣ ଅପରାଜିତା ନିଜେ ହୃଦୟଙ୍ଗମ କରି ସାରିଲେଣି। ତାଙ୍କର ରାଜନୈତିକ ଉନ୍ନତି ରାସ୍ତାରେ କେଉଁମାନେ ରୋକ ଲଗାଉଛନ୍ତି ତାହା ସେ ଜାଣିସାରିଲେଣି। ହେଲେ ତାଙ୍କର ପ୍ରଶାସନିକ ବୁଦ୍ଧିର ଗଳାବାଟ ଖୋଜିଲେ ଅପରାଜିତା। ସେ ଶୋଭଯାତ୍ରା କରିବେ ନାହିଁ, ହେଲେ ସେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯିବେ। ଏ କଥା ସେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ଅବଗତ କରାଇଦେଲେ।

ହେଲେ ସେ ବହୁ କର୍ମିଙ୍କୁ ଧରି ବଡଦାଣ୍ଡରେ ଚାଲିଚାଲି ଗଲେ। ମିଡିଆ ସହିତ ପୁରୀ ପ୍ରଶାସନ ତାଙ୍କ ପଛରେ ଲାଗି ରହିଲେ। ସେ ଜଗନ୍ନାଥ ଦର୍ଶନ କଲେ ଆଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଅନୁଧ୍ୟାନ କଲେ। ଫଳରେ ଏଥିରୁ ସ୍ପଷ୍ଟ ହେଲା ଯେ, ତମେ ଗୋଟିଏ ବାଟ ବନ୍ଦ କରିଦେଲେ ମୁଁ ଆଉ ଏକ ବାଟରେ ଯିବି। ତେଣୁ ଅପରାଜିତାଙ୍କ ବିରୋଧୀ ଡାଳରେ ଡାଳରେ ଯାଉଥିବା ବେଳେ ସେ କିନ୍ତୁ ପତର ପତରରେ ଯାଉଛନ୍ତି।

ଅପରାଜିତା ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.