Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପଦରେ ଓଡିଶା ଗଣମାଧ୍ୟମ: ପୁଣି ବନ୍ଦ ହେଲା ଆଉ ଏକ ଓଡିଆ ଚ୍ୟାନେଲ
ବିଶେଷ ଖବର

ବିପଦରେ ଓଡିଶା ଗଣମାଧ୍ୟମ: ପୁଣି ବନ୍ଦ ହେଲା ଆଉ ଏକ ଓଡିଆ ଚ୍ୟାନେଲ

May 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିପଦରେ ଓଡିଶା ଗଣମାଧ୍ୟମ: ପୁଣି ବନ୍ଦ ହେଲା ଆଉ ଏକ ଓଡିଆ ଚ୍ୟାନେଲ

ଭୁବନେଶ୍ବର: ବର୍ତ୍ତମାନ କରୋନା ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି। ନିକଟରେ ଭାରତର ପ୍ରତିଷ୍ଠିତ ନ୍ୟୁଜ ନେଟୱେର୍କ ଜୀ ମିଡିଆ କରପୋର୍ରେସନ, ତାହାର ଜୀ ଓଡିଶା ଚ୍ୟାନେଲ ବନ୍ଦ କଲା। ଏହି ଚ୍ୟାନେଲରେ କାମ କରୁଥିବା ପ୍ରାୟ କୋଡିଏରୁ ଉର୍ଦ୍ଧ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଗଲା।

ଏହିପରି ପରିସ୍ଥିତିରେ ଓଡିଶାରେ ଆଉ ଏକ ଚ୍ୟାନେଲ ମଧ୍ୟ ତାହାର ପ୍ରସାରଣ ବନ୍ଦ କରିଛି। ସେହି ଚ୍ୟାନେଲଟି ହେଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ‘ମଞ୍ଜରୀ’ ଟିଭି। ଏହି ଚ୍ୟାନେଲଟି କଂପାନୀର ମନୋରଂଜନ ଚ୍ୟାନେଲ ଥିଲା। ଖୁବ କମ ଦିନ ମଧ୍ୟରେ ଏହି ଚ୍ୟାନେଲଟି ଜନ୍ମଲାଭ କରି ବନ୍ଦ ହୋଇଗଲା।

କିଛି ଦିନ ତଳେ ଏହି ଚ୍ୟାନେଲର ମୁଖ୍ୟ ରତିକାନ୍ତ ଶତପଥୀ କର୍ମଚାରୀଙ୍କୁ ଡାକି ମଞ୍ଜରୀ ଟିଭିର ଆଉ କୌଣସି କାର୍ଯ୍ୟକ୍ରମ ସୁଟିଂ ହେବ ନାହିଁ ବୋଲି ଘୋଷଣା କଲେ। ଏଥିରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ କଂପାନୀର ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ।  ହେଲେ ଯେଉଁମାନେ କୌଣସି ସ୍ଥାନରେ ଉପଯୁକ୍ତ ହେବେ ନାହିଁ ସେମାନଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ଜଣାଇ ଦେଇଛନ୍ତି। ଏହି ଘୋଷଣା ପରେ କଂପାନୀ ବର୍ତ୍ତମାନ ସମସ୍ତ ଡିଟିଏଚରୁ ‘ମଞ୍ଜରୀ ଟିଭି’ର ପ୍ରସାରଣ ସଂଯୋଗ କାଟି ଦେଇଛି।

ମୁଖ୍ୟତଃ ବର୍ତ୍ତମାନ ଓଡିଶା ମିଡିଆ ବଜାରରେ ମଞ୍ଜରୀ ପ୍ରତିଯୋଗୀତା କରିବାକୁ ସମର୍ଥ ହୋଇପାରିଲା ନାହିଁ। ହେଲେ ଇଷ୍ଟର୍ଣ୍ଣ ମିଡିଆର ନ୍ୟୁଜ ଚ୍ୟାନେଲ ‘କନକ ଟିଭି’ ଏକ ପ୍ରକାରର ଭଲ ସ୍ଥିତିରେ ରହିଛି। ବାର୍କ ରିପୋର୍ଟ ଅନୁସାରେ କନକ ଟିଭି ଓଡିଶାର ଦ୍ବିତୀୟ ନ୍ୟୁଜ ଚ୍ୟାନେଲ ଭାବେ ସ୍ଥିତି ବଜାଇ ରଖିଛି। ସେହିପରି ଏହି କଂପାନୀର ସବୁଠାରୁ ଭଲ ସ୍ଥିତିରେ ଥିବା ମିଡିଆ ହେଉଛି ‘ସମ୍ବାଦ’ ନ୍ୟୁଜ ପେପର। ଏହି ଦୁଇ ଗଣମାଧ୍ୟମ ବର୍ତ୍ତମାନ କଂପାନୀର ଭଲ ଆୟକାରୀ ସଂସ୍ଥା ଭାବେ ପରିଚିତ ହୋଇପାରିଛି।

ଓଡିଶାର ମନୋରଂଜନ ଚ୍ୟାନେଲ ବଜାରରେ ବର୍ତ୍ତମାନ ରାଜ କରୁଛନ୍ତି ‘ତରଙ୍ଗ’ ଏବଂ ‘ଜୀ ସାର୍ଥକ’। ନିକଟରେ ଜୀ ସାର୍ଥକର ମୂଳ କଂପାନୀ ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜସ ଲିମିଟେଡ’ ‘ସୋନି ଟିଭି’ ସହିତ ମିଶ୍ରଣ ହୋଇଛି। ଫଳରେ ଜୀ ସାର୍ଥକ ଓଡିଶାରେ ନୂଆ ରୂପରେ ଆସିବ ବୋଲି ଜଣାପଡିଛି। ଏହି ପ୍ରତିଯୋଗୀତାରେ ନିକଟରେ ସାମିଲ ହୋଇଛି ‘ସିର୍ଦ୍ଧାର୍ଥ ଟିଭି’। ସେହିପରି ‘କଲରସ ଓଡିଆ’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରୁ ନାହିଁ। ଏହା ‘ଭାୟାକମ18’ ପରି ବଡ କଂପାନୀର ଚ୍ୟାନେଲ ହୋଇଥିଲେ ମଧ୍ୟ ଓଡିଆ ପ୍ରତି ସେମାନଙ୍କର ନଜର ନାହିଁ।

ଦେଶର ପ୍ରତିଷ୍ଠିତ ମନୋରଂଜନ ଚ୍ୟାନେଲ କଂପାନୀ ‘ଷ୍ଟାର ନେଟୱେର୍କ’ ଖୁବ ଶିଘ୍ର ଏକ ଓଡିଆ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛି। ତାହା ହେଲା ‘ଷ୍ଟାର କିରଣ’। ଏହା ଉଭୟ SD ଏବଂ HD ଫର୍ମାଟରେ ପ୍ରସାରଣ ହେବ। ଷ୍ଟାର କିରଣ ଯେଉଁ ହାଇ ବଜେଟର କାର୍ଯ୍ୟକ୍ରମ ନେଇ ଆସୁଛି ତାହା ଅନ୍ୟ ଚ୍ୟାନେଲ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଆହୁରି ପଢନ୍ତୁ: – ଓଡିଶା ମନୋରଂଜନ ଜଗତରେ ଆସୁଛି ଏକ ବଡ ବିପ୍ଲବ, ପ୍ରସାରଣ ହେବ ଷ୍ଟାର ଟିଭି ର ଓଡିଆ ଚ୍ୟାନେଲ ‘ଷ୍ଟାର କିରଣ’

ମୁଖ୍ୟତଃ ସାରା ଭାରତରେ ମନୋରଂଜନ ଦୁନିଆରେ ରାଜ କରୁଥିବା ଏହି କଂପାନୀର ବହୁ ଉଚ୍ଚ ମାନର କଣ୍ଟେଟ ମଧ୍ୟ ରହିଛି। ସେହି ଚ୍ୟାନେଲ ପ୍ରସାରଣ ଆରମ୍ଭ କଲେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବାର ସମ୍ଭାବନା ରହିଛି। ସେହିପରି ‘ଓଡିଶା ଟେଲିଭିଜନ ଲିମିଟେଡ’ର ‘ତରଙ୍ଗ’ ଚ୍ୟାନେଲ ମଧ୍ୟ ଅନ୍ୟ ଏକ ଜାତୀୟ ମନୋରଂଜନ ଚ୍ୟାନେଲ ସହ ଅନୁବନ୍ଧିତ ହେବା ପାଇଁ କଥାବାର୍ତ୍ତା ଜାରୀ ରଖିଛି ବୋଲି ଜଣାପଡିଛି।

ଫଳରେ ଓଡିଆ ଚ୍ୟାନେଲ ବଜାରରେ ଗୋଟିଏ ପଟେ ପୁରୁଣା ହଟୁଥିବା ବେଳେ ଅନ୍ୟପଟେ ନୂଆ ଚ୍ୟାନେଲର ଆର୍ବିଭାବ ହେବାରେ ଲାଗିଛି।

ଓଡିଶା ଗଣମାଧ୍ୟମ ତରଙ୍ଗ ଟିଭି ମଞ୍ଜରୀ ଟିଭି ଷ୍ଟାର କିରଣ ଷ୍ଟାର କିରଣ ଏଚଡି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026
Latest News

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.