Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନେପାଳ ପାର୍ଟିରେ ରାହୁଳ ଗାନ୍ଧୀଙ୍କ ସହିତ ଥିବା ସେ ଯୁବତୀ ଜଣଙ୍କ କିଏ ? ସତ୍ୟ ହେଲା ପ୍ରକାଶ
ଜାତୀୟ ଖବର

ନେପାଳ ପାର୍ଟିରେ ରାହୁଳ ଗାନ୍ଧୀଙ୍କ ସହିତ ଥିବା ସେ ଯୁବତୀ ଜଣଙ୍କ କିଏ ? ସତ୍ୟ ହେଲା ପ୍ରକାଶ

May 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନେପାଳ ପାର୍ଟିରେ ରାହୁଳ ଗାନ୍ଧୀଙ୍କ ସହିତ ଥିବା ସେ ଯୁବତୀ ଜଣଙ୍କ କିଏ ? ସତ୍ୟ ହେଲା ପ୍ରକାଶ

ନୂଆଦିଲ୍ଲୀ: ନିକଟରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ରାହୁଳ ଗାନ୍ଧୀ ଏକ ପାର୍ଟିରେ ଉପସ୍ଥିତ ଅଛନ୍ତି ଏବ ଜଣେ ମହିଳାଙ୍କ ସହିତ କଥା ହେଉଛନ୍ତି। ଏହା ହେଉଛି ନେପାଳର ଏକ ନାଇଟ କ୍ଲବ ଏବଂ ଦେଶରେ କଂଗ୍ରେସ ଅବସ୍ଥା ଖରାପ ଥିବା ବେଳେ ତାହାର ମୁଖ୍ୟ ନାଇଟ କ୍ଲବରେ ମଜ୍ଜା କରୁଛନ୍ତି। ଏହିପରି ତଥ୍ୟ ଉଲ୍ଲେଖ୍ୟ କରି ମାଲବ୍ୟ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ।

ଏହାପରେ ବିଜେପି କର୍ମି ଏବଂ ଅନ୍ୟମାନେ ସେହି ଭିଡିଓକୁ ଭାଇରାଲ କରିବାରେ ଲାଗିଲ।  ଏହାପରେ କଂଗ୍ରେସ ତରଫରୁ ସ୍ପଷ୍ଟି କରଣ ଦିଆଗଲା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ଗାନ୍ଧୀ ଏକ ଘରୋଇ ବିବାହ ପାଇଁ ନେପାଳ ଯାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ବିବାହରେ ଯୋଗଦେବା ଅପରାଧ ନୁହେଁ। ଏହି ପ୍ରସଙ୍ଗରେ ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ର ମଧ୍ୟ ବିଜେପିକୁ ନିନ୍ଦା କରିଛନ୍ତି।

ତେବେ ଏହି ଘଟଣା ନେଇ ଦେଶର ପ୍ରତିଷ୍ଠିତ ମିଡିଆ ସଂସ୍ଥା ଇଣ୍ଡିଆ ଟୁଡେ ତରଫରୁ ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ଜଣାପଡିଥିଲା ଯେ, ପାଞ୍ଚ ଦିନିଆ ବ୍ୟକ୍ତିଗତ ଗସ୍ତରେ ଗାନ୍ଧୀ ସୋମବାର, ମଇ ୨ ତାରିଖରେ ନେପାଳରେ ପହଞ୍ଚିଥିଲେ। କାଠମାଣ୍ଡୁ ପୋଷ୍ଟ ଖବରକାଗଜ ଅନୁଯାୟୀ, ନେପାଳର ବନ୍ଧୁ ସୁନିମା ଉଦାସଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ନେପାଳ ରାଜଧାନୀ କାଠମାଣ୍ଡୁରେ ଅଛନ୍ତି ବୋଲି ପ୍ରକାଶ ପାଇଥିଲା।

ମୋ ଝିଅର ବିବାହରେ ଯୋଗଦେବା ପାଇଁ ଆମେ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲୁ ବୋଲି ସୁମନିମାଙ୍କ ପିତା ଭୀମ ଉଦାସ କହିଛନ୍ତି। ଭିମ ମିଆଁମାରରେ ନେପାଳର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଝିଅ ସୁନିମା ହେଉଛନ୍ତି ସିଏନଏନ ର ପୂର୍ବତନ ସାମ୍ବାଦିକା। ନିମା ମାର୍ଟିନ ଶେର୍ପା ନାମିତ ଜଣେ ଯୁବକଙ୍କୁ ସୁନିମା ବିବାହ କରୁଛନ୍ତି।

ଇଣ୍ଡିଆ ଟୁଡେ ଫ୍ୟାକ୍ଟ-ଚେକରେ ଦର୍ଶାଯାଇଛି ଯେ ଗାନ୍ଧୀଙ୍କ ସହ ଭିଡିଓରେ ଦେଖାଯାଇଥିବା ଜଣେ ମହିଳାଙ୍କୁ ନେପାଳରେ ଚାଇନାର ରାଷ୍ଟ୍ରଦୂତ ହୋ ୟାନକି ବୋଲି ଅନେକ ଚିହ୍ନଟ କରିଛନ୍ତି। ଯେଉଁମାନେ ଏହି ଦାବିକୁ ଟୁଇଟ୍ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଟିଆରଏସ ନେତା ମଧ୍ୟ ଅଛନ୍ତି। ସମ୍ବାଦପତ୍ରରୁ ଜଣାପଡିଛି ଯେ ଗାନ୍ଧୀ ତାଙ୍କର ପାଞ୍ଚ କିମ୍ବା ଛଅ ଜଣ ପରିଚିତ ବ୍ୟକ୍ତିଙ୍କ ସହ ମେ ୨ ତାରିଖରେ ନାଇଟ୍ କ୍ଲବ୍ରେ ଥିଲେ। ଇଣ୍ଡିଆ ଟୁଡେ ଦ୍ୱାରା ନାଇଟ୍ କ୍ଲବକୁ କରାଯାଇଥିବା କଲରୁ ଜଣାପଡିଛି  ଯେ ସେମାନଙ୍କ ମଧ୍ୟରୁ କେହି ଚାଇନାର କୂଟନୀତିଜ୍ଞ ନୁହଁନ୍ତି।

ଏହି ମହିଳା ନିଶ୍ଚିତ ଭାବରେ ଚାଇନାର ଦୂତ ନୁହଁନ୍ତି। ସେ ବରର ଜଣେ ନେପାଳୀ ମହିଳା ବୋଲି ସେହି ପାର୍ଟିରେ ଯୋଗଦେଇଥିବା ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କଥାକୁ ଆଧାର କରି ଏହା ସ୍ପଷ୍ଟ ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ଚୀନ୍ ରାଷ୍ଟ୍ରଦୂତଙ୍କ ସହ ପାର୍ଟି କରୁଥିବା ପ୍ରସଂଗ ମିଛ। ସେ ଉପସ୍ଥିତ ଥିବା ବିବାହରେ ବରର ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେଉଥିଲେ ବୋଲି ଇଣ୍ଡିଆ ଟୁଡେ ରିପୋର୍ଟ କରିଛି।

ରାହୁଳ ଗାନ୍ଧି ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026
Latest News

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.