Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୃଷ୍ଟି ହେଲା ଲଘୁଚାପ, ଆଜି ମଧ୍ୟ କାଳ ବୈଶାଖୀର ତାଣ୍ଡବ ଚାଲିବ, ୨୨ଟି ଜିଲ୍ଲାକୁ ସତର୍କ
ବିଶେଷ ଖବର

ସୃଷ୍ଟି ହେଲା ଲଘୁଚାପ, ଆଜି ମଧ୍ୟ କାଳ ବୈଶାଖୀର ତାଣ୍ଡବ ଚାଲିବ, ୨୨ଟି ଜିଲ୍ଲାକୁ ସତର୍କ

May 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୃଷ୍ଟି ହେଲା ଲଘୁଚାପ, ଆଜି ମଧ୍ୟ କାଳ ବୈଶାଖୀର ତାଣ୍ଡବ ଚାଲିବ, ୨୨ଟି ଜିଲ୍ଲାକୁ ସତର୍କ

ଭୁବନେଶ୍ବର: ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏଥିସହିତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ଜାରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ଏହାର ପ୍ରଭାବ ସାରା ଓଡିଶାରେ ପରିଲକ୍ଷିତ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ଲାଗି ରହିଛି।

ଏହି କାଳ ବୈଶାଖୀର ପ୍ରଭାବ ଏପରି ଥିଲା ଯେ, କେତେକ ସ୍ଥାନରେ ଟେଲିଫୋନ ଟାୱାର ଭଙ୍ଗି ପଡିବା ସହିତ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇଯାଇଥିଲା। ସେହିପରି ଚିଲିକାରେ ଡଙ୍ଗା ବୁଡି ଘଟଣା ମଧ୍ୟ ପରିଲକ୍ଷିତ ହୋଇଥିଲା। ଗତକାଲି ଅପରାହ୍ନରୁ ଏକ ପ୍ରକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ଏବଂ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସରବାରହ ମଧ୍ୟ ବନ୍ଦ ରହିଛି।

ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ମଧ୍ୟ ଏହି କାଳ ବୈଶାଖୀ ପ୍ରଭାବ ଜାରୀ ରହିବ। ସେଥିପାଇଁ ୨୨ଟି ଜିଲ୍ଲାକୁ ସତର୍କତା ଜାରୀ କରାଯାଇଛି। କାରଣ ଏହି କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି କୁହାଯାଇଛି।

ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବ କି ନାହିଁ ତାହା ଜଣାପଡି ନାହିଁ। ବର୍ତ୍ତମାନ ଏହି ଲଘୁଚାପକୁ ପାଣିପାଗ ବିଭାଗ ଟ୍ରାକ କରିବାରେ ଲାଗିଛି। ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ଏହି କେଉଁ ପ୍ରକାରର ରୂପ ନେବା ତାହା ଜଣପାଡିବ।

କାଳବୈଶାଖୀ କାଳବୈଶାଖୀ ବର୍ଷା ଲଘୁଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.