Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ, ୧୦୪୨ କୋଟି ରାଜସ୍ୱ ଆଦାୟ
ବିଶେଷ ଖବର

ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ, ୧୦୪୨ କୋଟି ରାଜସ୍ୱ ଆଦାୟ

May 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ ୧୦୪୨ କୋଟି ରାଜସ୍ୱ ଆଦାୟ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ହେଉଛି ମେ ମାସ ୪ ତାରିଖ ମଧ୍ୟରେ ୧୬ଟି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ସମାପ୍ତ ହୋଇଛି । ଏହି ଏକ ମାସ ମଧ୍ୟରେ ରାଜସ୍ୱ ବିଭାଗ ଅଧିକ କ୍ରିୟାଶୀଳ ହେବ ସହ ରାଜସ୍ୱ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତହସିଲର ରେକର୍ଡ କିପରମାନଙ୍କ ନିକଟରେ ପଡିଥିବା ହଜାର ହଜାର ଦାଖଲ ଖାରଜ ମାମଲା ସମାଧାନ ହୋଇ ଲୋକମାନଙ୍କ ଘରେ ରାଜସ୍ୱ ରଥ ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି ।

ଗତ ଏକ ମାସ ମଧ୍ୟରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ୩୦,୦୦୦ ପଟ୍ଟା ଲୋକମାନଙ୍କୁ ତହସିଲ ମାଧ୍ୟମରେ ବଣ୍ଟନ ହୋଇଛି । ସେହିପରି ୫,୦୦୦ ଘରବାଡ଼ି ପଟ୍ଟା ମଧ୍ୟ ଗତ ଏକ ମାସ ମଧ୍ୟରେ ବଣ୍ଟନ ହୋଇଛି । ସେହିପରି ଦାଖଲ ଖାରଜ ମାମଲା ଓଡିଶା ଲୋକସେବା ଅଧିନିୟମ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିପାରୁଛି । ସେହିପରି ଗତ ଏକ ମାସ ମଧ୍ୟରେ ୪,୫୦,୦୦୦ ଜାତିଗତ ଓ ବିବିଧ ପ୍ରମାଣପତ୍ର ଆବଣ୍ଟନ କରାଯାଇଛି ।

ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ଫଳରେ ନର୍ବାଚନ ସତ୍ତେ୍ୱ ଲଘୁ ଖଣିଜ ସଂପଦରୁ ୧୦୪୨ କୋଟି ରାଜସ୍ୱ ଆଦାୟ ହୋଇଛି । ସେହିପରି ବହୁ ଲଘୁ ଖଣିଜ ସମ୍ପଦ ଉତ୍ସର ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଅନୁମୋଦନ ତ୍ୱରାନ୍ୱିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ତ୍ୱରାନ୍ୱିତ ହୋଇଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ପରେ ସାତଟି ଗ୍ରାମରେ ULPIN(Unique Land Parcel Identification Number) ସୃଷ୍ଟି କରାଯାଇଛି । ଏହା ଫଳରେ ଯେ କୌଣସି ଲୋକ ସେହି ଗ୍ରାମରେ ତାଙ୍କର ପ୍ଲଟ ଗୁଗୁଲ ମ୍ୟାପରେ ଦେଖିପାରିବେ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟମିତ ସମୀକ୍ଷା ବୈଠକ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଚାରି ମାସ ମଧ୍ୟରେ ୭,୫୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ହସ୍ତାନ୍ତର କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେ ମାସ ୧୫ ତାରିଖ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କିମ୍ବା ସରକାରୀ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ୨୫୦୦ ୫-‘ଟି’ ଉଚ୍ଚ ବିଦ୍ୟାଳୟକୁ ପଟ୍ଟା ବଣ୍ଟନ ସରିଛି । ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଆୟୁକ୍ତମାନଙ୍କୁ ୫-‘ଟି’ ଉଚ୍ଚ ବିଦ୍ୟାଳୟମାନଙ୍କୁ ମେ ମାସ ୧୫ ତାରିଖ ସୁଦ୍ଧା ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ବିଭାଗ ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣକୁ ପ୍ରମୁଖ ପ୍ରାଥମିକତା ଦେଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ବୈଠକ ଫଳରେ ବିଭିନ୍ନ ରେଲେୱ ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ଓ ଅନୁଗୁଳ ସୁକିନ୍ଦା ରେଲେୱ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ।

ସେହିପରି ନିୟମିତ ସମୀକ୍ଷା ଫଳରେ ଜାତୀୟ ରାଜପଥ ୨୩ର ରାଉରକେଲାରୁ ରଜାମୁଣ୍ଡା, ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ କରିଡର ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ମଧ୍ୟରେ, ବିଜୟାଡା ରାଞ୍ଚି ମଧ୍ୟରେ ଭାରତମାଳା ପ୍ରକଳ୍ପରେ ଓଡିଶା ମଧ୍ୟରେ ଆସୁଥିବା ଭାଗରେ, ପାରାଦୀପ-ଚଣ୍ଡିଖୋଲ-ଡ଼ìବୁରୀ ଅର୍ଥନୈତିକ କରିଡର ଜମି ଅଧିଗ୍ରହଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା-ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

ପଟ୍ଟା ବଣ୍ଟନ ରାଜସ୍ୱ ଆଦାୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Latest News

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.