Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ, ଜାଣନ୍ତୁ ଏଥିରେ କଣ ହେବ
ଜାତୀୟ ଖବର

ଓଡ଼ିଶାରେ ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ, ଜାଣନ୍ତୁ ଏଥିରେ କଣ ହେବ

May 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ, ଜାଣନ୍ତୁ ଏଥିରେ କଣ ହେବ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ବାଙ୍ଗାଲୋରସ୍ଥିତ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଓଡ଼ିଶାରେ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ ସଂପର୍କିତ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ପାଇଁ ବନ ସଂରକ୍ଷଣ ସମିତି ଜରିଆରେ ପୋଷଣୀୟ ଜୀବନଜୀବିକା ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଶମ ଚାଷୀଙ୍କ ଅଧିକ ଖୋସା ଉତ୍ପାଦନ ପାଇଁ ଟସର ପୋକ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅସନ ଓ ଅର୍ଜୁନ ଗଛ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବହୁଳ ଭାବେ ଲଗାଯିବ।

ରାଜ୍ୟର ୧୮ଟି ବନଖଣ୍ଡ ଯଥା-ଆଠମଲ୍ଲିକ, ଢେଙ୍କାନାଳ, କଟକ, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଣାଇ, ଦେବଗଡ଼, କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଖରିଆଳ, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର ଏବଂ ମାଲକାନଗିରି ବନଖଣ୍ଡରେ ଚଳିତ ବର୍ଷ ଏହି ବନ୍ୟ ରେଶମ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି ପ୍ରକଳ୍ପ ରାଜ୍ୟରେ ଜନଜାତିମାନଙ୍କର ଜୀବନଜୀବିକା ନିମନ୍ତେ ଉପଯୋଗୀ ହେବ। ମହିଳା ସଶକ୍ତିକରଣ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସେରିକଲଚର ଶାଖା ପକ୍ଷରୁ ଆଞ୍ଚଳିକ ସ୍ତରରେ ଟସର ବନୀକରଣ ନିମନ୍ତେ ଆବଶ୍ୟକୀୟ ବୈଷୟିକ ପରାମର୍ଶ ପ୍ରଦାନ କରାଯିବ। ଉତ୍ପାଦିତ ଟସର କୋଷା ବା କୁକୁନ୍‌କୁ ୫୯ଟି ପ୍ରାଥମିକ ଟସର ପାଳନ ସମବାୟ ସମିତି ଓ ସେରିଫେଡ୍‌ ମାଧ୍ୟମରେ ବିପଣନ କରାଯିବ।

ପ୍ରାଥମିକ ଅବସ୍ଥାରେ ବନ ସୁରକ୍ଷା ସମିତି ସଦସ୍ୟସଦସ୍ୟାଙ୍କୁ ନିକଟସ୍ଥ ଟସର ସିଲକ୍‌ ପାର୍କ ସହିତ ଟ୍ୟାଗ୍‌ କରାଯିବ। କ୍ରମଶଃ, କୋଷାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଦ୍ୱାରା ସିଲକ୍‌ ସମଗ୍ର-୨ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ୟୁନିଟ୍‌ ମାଧ୍ୟମରେ ମୌଳିକ ଟସର ବିହନ ଉତ୍ପାଦନ କରାଯାଇ ବନ ସୁରକ୍ଷା ସମିତିର ସଦସ୍ୟସଦସ୍ୟାଙ୍କୁ ଯୋଗାଇ ଦିଆଯିବ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ ଯେ ବୁଝାମଣା ପତ୍ର ସ୍ୱାକ୍ଷରିତ କରୁଥିବା ଏହି ତିନିଟି ସଂସ୍ଥା କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଅତ୍ୟନ୍ତ ସଶକ୍ତ। ତେଣୁ ଏହି ବୁଝାମଣାପତ୍ର ସ୍ୱାକ୍ଷର ଆମ ପାଇଁ ଏକ ବଡ଼ ସଫଳତା।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥୋ, କେନ୍ଦ୍ରୀୟ ସିଲକ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସଦସ୍ୟ ସଚିବ ଶ୍ରୀ ରଜିତ ରଞ୍ଜନ ଓଖାଣ୍ଡିଆର୍‌ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ପ୍ରକଳ୍ପ ଜନଜାତି ଏବଂ ଗ୍ରାମାଞ୍ଚଳବାସୀଙ୍କ ଜୀବନଜୀବିକା ନିମନ୍ତେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶ୍ରୀ ପ୍ରଦୀପ ରାଜ କରାଟ, ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ କାମ୍ପା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାଶ ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ପକ୍ଷରୁ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବନ୍ୟ ଟସର ଉପରେ ଆଧାରିତ ଏବଂ ଟସର ଚାଷ ଜରିଆରେ ଭଗାମୁଣ୍ଡାରେ ମହିଳା ସଶକ୍ତିକରଣ ସଂପର୍କିତ ଦୁଇଟି କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ମହାପାତ୍ର ସଂଯୋଜନା କରିଥିବାବେଳେ ମୁଖ୍ୟ ବନ ସଂରକ୍ଷକ ଶ୍ରୀମତୀ ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଶା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.