Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷ ଭାବେ ଭାରତ ନିର୍ବାଚିତ; ଏହି ପଦରେ ରହିବ ୨୦୨୪ ପର୍ଯ୍ୟନ୍ତ
ବିଶେଷ ଖବର

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷ ଭାବେ ଭାରତ ନିର୍ବାଚିତ; ଏହି ପଦରେ ରହିବ ୨୦୨୪ ପର୍ଯ୍ୟନ୍ତ

May 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି। ଭାରତ ଦୁଇବର୍ଷ (୨୦୨୨-୨୦୨୪) ପାଇଁ ଏହି ପଦରେ ରହିବ। ମେ ସାତ ତାରିଖରେ ଫିଲିପାଇନ୍ସର ମାନିଲାଠାରେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ (ଆସୋସିଏସନ ଅଫ୍ ଏସିଆନ ଇଲେକ୍‌ସନ ଅଥରିଟି-ଏଏଇଏ) କାର୍ଯ୍ୟନିର୍ବାହୀ ପରିଷଦ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ମହାସଂଘର ନୂଆ ଅଧ୍ୟକ୍ଷଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି। ଭାରତ ତାହାର ନୂଆ ଦାୟିତ୍ୱ ବର୍ତ୍ତମାନର ଅଧ୍ୟକ୍ଷ ଫିଲିପାଇନ୍ସ ନିର୍ବାଚନ ଆୟୋଗଠାରୁ ଗ୍ରହଣ କରିବ।

ଏହି ମହାସଂଘର କାର୍ଯ୍ୟନିର୍ବାହୀ ପରିଷଦର ନୂଆ ସଦସ୍ୟଭାବେ ଇତିମଧ୍ୟରେ ରୁଷିଆ, ଉଜ୍‌ବେକିସ୍ଥାନ, ଶ୍ରୀଲଙ୍କା, ମାଳଦ୍ୱୀପ, ତାଇୱାନ ଓ ଫିଲିପାଇନ୍ସ ଯୋଗଦେଇଛନ୍ତି। ମାନିଲାରେ ଅନୁଷ୍ଠିତ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଭାରତର ଉପନିର୍ବାଚନ କମିଶନର ନୀତେଶ ବ୍ୟାସ, ମଣିପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ ଓ ରାଜସ୍ଥାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପ୍ରବୀଣ ଗୁପ୍ତ ଯୋଗଦେଇଥିଲେ। ଭାରତୀୟ ପ୍ରତିନିଧିମାନେ ଏହି ବୈଠକରେ ୨୦୨୨-୨୪ର କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ। ଏଥିରେ ଭାରତ ପକ୍ଷରୁ ନିର୍ବାଚନରେ ଲିଙ୍ଗଗତ ପ୍ରସଙ୍ଗ ଉପରେ ଏକ ସନ୍ଦର୍ଭ  ଉପସ୍ଥାପନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଓ ମତଦାନରେ ଥିବା ବିଭିନ୍ନ ସାମାଜିକ-ରାଜନୀତିକ ପ୍ରତିବନ୍ଧକକୁ ଦୂର କରି ଏହାକୁ ସାର୍ବଜନୀନ ଏବଂ ସମାବେଶୀ କରିବାକୁ ଭାରତ କିପରି ଉଦ୍ୟମ କରୁଛି ଏଥିରେ ତାହାର ଉଲ୍ଲେଖ ରହିଛି।

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଉଦ୍ଦେଶ୍ୟ ହେଲା ଏସିଆ ମହାଦେଶର ବିଭିନ୍ନ ଦେଶରେ ଏକ ନିରପେକ୍ଷ ମଞ୍ଚଭାବେ କାମ କରି ଉତ୍ତମ ନିର୍ବଚାନ ପରିଚାଳନା ପାଇଁ ଶ୍ରେଷ୍ଠ ନୀତି ଓ ପରାମର୍ଶ ଯୋଗାଇବା। ସେଥିପାଇଁ ପ୍ରତ୍ୟେକ ସଭ୍ୟ ରାଷ୍ଟ୍ରର ନିର୍ବାଚନ ଆୟୋଗମାନ ନିଜ ନିଜ ମଧ୍ୟରେ ଆଲୋଚନା କରି ଉତ୍ତମ ନୀତି ଏବଂ ଅଭିଜ୍ଞତା ବଳରେ ବିଭିନ୍ନ ସଭ୍ୟ ରାଷ୍ଟ୍ରରେ ଅବାଧ ନିର୍ବାଚନ, ସୁଶାସନ ଓ ଗଣତନ୍ତ୍ର ନିମନ୍ତେ ସହାୟତା ଯୋଗାଉଛନ୍ତି।

ଏଏଇଏର ସଭ୍ୟ ରାଷ୍ଟ୍ରର ଅଧିକାରୀମାନେ ଏହି ମଞ୍ଚ ମାଧ୍ୟମରେ ନିୟମିତ ଭାବେ ବିଭିନ୍ନ ଆନ୍ତର୍ଜାତିକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ପ୍ରତିଷ୍ଠାନ(ଆଇଆଇଆଇଡିଇଏମ୍‌) ବିଭିନ୍ନ ସମୟରେ ଆୟୋଜିତ କରିଥାଏ। ୨୦୧୯ଠାରୁ ୨୫୦ରୁ ଅଧିକ ବିଭିନ୍ନ ସଭ୍ୟ ରାଷ୍ଟ୍ରର ଅଧିକାରୀ ଏହି କାର୍ଯ୍ୟକ୍ରମଗୁଡିକରେ ଭାଗ ନେଇଛନ୍ତି। ୨୦୨୧-୨୨ରେ ବାଂଲାଦେଶ ନିର୍ବାଚନ ଆୟୋଗର ୫୦ ଅଧିକାରୀ ଏହି ପ୍ରତିଷ୍ଠାନ ଦ୍ୱାରା ତାଲିମ ନେଇଥିଲେ।

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମରେ ଏଏଇଏର ପ୍ରତିନିଧି ନିୟମିତ ଭାବେ ଯୋଗଦେଇଥାନ୍ତି। ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଭାରତର ନିର୍ବାଚନ ଆୟୋଗ ଆଭାସୀ ବ୍ୟବସ୍ଥାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ଥିଲା ତୃତୀୟ ଆନ୍ତର୍ଜାତିକ ଆଭାସୀ ପରିଦର୍ଶକ କାର୍ଯ୍ୟକ୍ରମ। ଏଥିରେ ଏଏଇଏର ୧୨ସଦସ୍ୟ ରାଷ୍ଟ୍ରରୁ ୬୨ ଅଧିକାରୀ ଭାଗ ନେଇଥିଲେ। ଏଏଇଏ ମଧ୍ୟ ୧୧୮ ସଦସ୍ୟ ବିଶିଷ୍ଟ ବିଶ୍ୱ ନିର୍ବାଚନ ଆୟୋଗ ମହାସଂଘର ଏକ ସହଯୋଗୀ ସଦସ୍ୟ।

ସୂଚନାଯୋଗ୍ୟ ଯେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ ୧୯୯୮ରେ ଗଠିତ ହୋଇଥିଲା। ୧୯୯୭ ଜାନୁୟାରୀ ୨୬ରୁ ୨୯ଯାଏ ମାନିଲାରେ ଏସିଆର ବିଭିନ୍ନ ଦେଶର ନିର୍ବଚାନ ଆୟୋଗ ମାନଙ୍କର ଯେଉଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଏକ ପ୍ରସ୍ତାବ ଗୃହୀତ ହୋଇ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଗ ଗଠନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ଏସିଆର ୨୦ ଦେଶ ଏଏଇଏର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଅଛନ୍ତି। ଭାରତ ଏହି କାର୍ଯ୍ୟନିର୍ବାହୀ ପରିଷଦର ପ୍ରତିଷ୍ଠାତା ସଦସ୍ୟ। ଏହା ପୂର୍ବରୁ ଭାରତ ୨୦୧୧ରୁ ୧୩ ଯାଏ ଏଏଇଏର ଉପାଧ୍ୟକ୍ଷ ଓ ୨୦୧୪-୧୬ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛି।

ଅଧ୍ୟକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.