Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପ ପୂର୍ତ୍ତ ବିଭାଗ ମାଧ୍ୟମରେ କରାଇବାକୁ ସିଏସଙ୍କ ନିର୍ଦ୍ଦେଶ
ବିଶେଷ ଖବର

ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପ ପୂର୍ତ୍ତ ବିଭାଗ ମାଧ୍ୟମରେ କରାଇବାକୁ ସିଏସଙ୍କ ନିର୍ଦ୍ଦେଶ

May 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପ ପୂର୍ତ୍ତ ବିଭାଗ ମାଧ୍ୟମରେ କରାଇବାକୁ ସିଏସଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର‌୍ୟ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଏହି ସବୁ ସ୍ଥାନରେ ପର‌୍ୟ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପଗୁଡିକର ସଦ୍ୟତନ ସ୍ଥିତି ସମୀକ୍ଷାକରି ପୁର୍ତ୍ତବିଭାଗ ମାଧ୍ୟମରେ ସେଗୁଡିକର ତ୍ୱରିତ କାର‌୍ୟ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପୁର୍ତ୍ତ ବିଭାଗଙ୍କୁ କୁହାଯାଇଥିଲା। ଭିତରକନିକାରେ ସୃଷ୍ଟି କରାଯାଉଥିବା ପର‌୍ୟ୍ୟଟନ ସଂପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଷ୍ଟେକ୍-ହୋଲଡ୍ରମାନଙ୍କୁ ସାମିଲକରି ସ୍ଥାନୀୟ କମିଟି ଗଠନ କରାହେବ। ଏହି କାର୍ଯ୍ୟରେ ଯଥା ସମ୍ଭବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସଂପୃକ୍ତ ଅଂଚଳରେ ନୂତନ ଜିବୀକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଭିତରକନିକାର ୪ ଟି ମୁଖ୍ୟ ଜୋନ୍ ପର୍ଯ୍ୟଟନ ସୁବିଧା ସୃଷ୍ଟି କରାଯିବ । ଏଗୁଡିକ ହେଲା ଡାଙ୍ଗମାଳ, ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି। ପ୍ରାଥମିକ ଭିତ୍ତିଭୂମି ଭାବେ ଆଗମନ ଓ ଆତିଥ୍ୟ କେନ୍ଦ୍ର, ରହଣୀ-କଟେଜ୍, ବନ୍ୟଜନ୍ତୁ ନିରୀକ୍ଷଣ ସୁବିଧା, ବାଖ୍ୟାନ କେନ୍ଦ୍ର, ଶୌଚାଳୟ ଗାଡ଼ି ପାର୍କିଂ ସ୍ଥାନ ଓ ଜେଟ୍ଟି ଆଦି ସ୍ଥାପନ କରାଯିବ। ତିନିଟି ପର୍ଯ୍ୟୟରେ ବିଭିନ୍ନ ପର‌୍ୟ୍ୟଟନ ଉନ୍ନୟନ କାର୍ଯ୍ୟ କରାଯିବ ।

ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ଭିତ୍ତିଭୂମି ପାଇଁ ପ୍ରାୟ ୪୬.୨୩ କୋଟି ଟଙ୍କା ବିନିଯୋଗ କରାଯିବ। ଗୁପ୍ତି, ଖୋଳା ଏବଂ କସ୍ତୁରୀକଣ ଠାରେ ପର୍ଯ୍ୟଟନ ପ୍ରକଳ୍ପପାଇଁ ଜମି ଅଧିଗ୍ରହଣ ଓ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଇଡ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ତଥ୍ୟ ସହ ଉପଯୁକ୍ତ ଭିତ୍ତିଭୂମି ସଂପର୍କିତ ପରାମର୍ଶ ଦେଇଥିଲେ। ସେହିପରି ଚନ୍ଦ୍ରଭାଗାଠାରେ ବୋଟିଂ ଏବଂ ବେଳାଭୂମି ପର‌୍ୟ୍ୟଟନ ଭିତ୍ତିଭୂମି ନିମନ୍ତେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ ହେବ। ବରଗଡ଼ର ନୃସିଂହନାଥ ଏବଂ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପୀଠରେ ଭିତ୍ତିଭୂମି ନିମନ୍ତେ ୪୬ କୋଟି ଟଙ୍କା ବିନିଯୋଗ କରାହେବ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ରସିଂ ପୁନିଆ, ପର‌୍ୟ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ ରାମଚନ୍ଦ୍ର ଯାଦବ, ପର‌୍ୟ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Latest News

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.