Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରର ସେନ୍‌ସୋରି ପାର୍କ: ଏହା କଣ, ଏଠାକୁ କିଏ ଯିବେ, ଏଥିରେ କଣ ଅଛି
ବିଶେଷ ଖବର

ଭୁବନେଶ୍ୱରର ସେନ୍‌ସୋରି ପାର୍କ: ଏହା କଣ, ଏଠାକୁ କିଏ ଯିବେ, ଏଥିରେ କଣ ଅଛି

May 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରର ସେନ୍‌ସୋରି ପାର୍କ: ଏହା କଣ, ଏଠାକୁ କିଏ ଯିବେ, ଏଥିରେ କଣ ଅଛି

ଭୁବନେଶ୍ୱର:  ଭୁବନେଶ୍ୱରର ସହୀଦନଗରରେ ଏକ ପାର୍କ କରାଯାଇଛି। ଯାହାର ନାମ ହେଲା ସେନ୍ସୋରି ପାର୍କ। ଅର୍ଥାତ ଏଥିରେ ସେନସର ଦ୍ବାରା ବିଭିନ୍ନ ମନୋରଂଜନକୁ ଉପଭୋଗ କରାଯାଇପାରିବ। ତେବେ ଏହା କେବଳ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏପରି ପାର୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁବିଧା ରହିଛି।

ଶହୀଦନଗରରେ ସେନ୍‌ସୋରି ପାର୍କ କରିବାର ଉଦ୍ଦେଶ୍ୟ ହେଲା ଭିନ୍ନକ୍ଷମମାନଙ୍କ ସାମାଜିକ ମହାସ୍ରୋତରେ ସଂପୃକ୍ତି ସଶକ୍ତ ହୋଇପାରିବ।  ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଅଧୀନରେ ଏହି ସେନ୍‌ସୋରି ପାର୍କ ଆରମ୍ଭ ହୋଇଛି । ୧୩୬୮ ବର୍ଗମିଟର ପରିମିତ ଅଞ୍ଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି।

ପାଥୱେ, ପାନୀୟ ଜଳ ଟ୍ୟାପ୍‌, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା ଥିବା ଏହି ପାର୍କକୁ ଆସି ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ। ଦେଶରେ ଏପରି ପାର୍କ ନିର୍ମାଣ ପ୍ରଥମ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରେ ଥିବା ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଢାଞ୍ଚାରେ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ସାଟେଲାଇଟ୍‌ ସେଣ୍ଟର ପ୍ରତିଷ୍ଠା କରାଯିବ। ସେନ୍‌ସୋରି ପାର୍କର ପରିଚାଳନା ଓ ତତ୍ତ୍ୱାବଧାନରେ ନାଗରିକ ସମାଜ ପ୍ରଯତ୍ନ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Latest News

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.