Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରିଲା ବନଖଣ୍ଡ ଅଧିକାରୀ ସମ୍ମିଳନୀ, ବନ ସୁରକ୍ଷାରେ ଗରିବ ଲୋକଙ୍କୁ ଅଧିକ ସଂପୃକ୍ତ କରିବାକୁ ନିଷ୍ପତି
ବିଶେଷ ଖବର

ସରିଲା ବନଖଣ୍ଡ ଅଧିକାରୀ ସମ୍ମିଳନୀ, ବନ ସୁରକ୍ଷାରେ ଗରିବ ଲୋକଙ୍କୁ ଅଧିକ ସଂପୃକ୍ତ କରିବାକୁ ନିଷ୍ପତି

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରିଲା ବନଖଣ୍ଡ ଅଧିକାରୀ ସମ୍ମିଳନୀ, ବନ ସୁରକ୍ଷାରେ ଗରିବ ଲୋକଙ୍କୁ ଅଧିକ ସଂପୃକ୍ତ କରିବାକୁ ନିଷ୍ପତି

ଭୁବନେଶ୍ୱର: ଜଙ୍ଗଲ ସଂପଦର ସଂରକ୍ଷଣ ଓ ଅଭିବୃଦ୍ଧି ସମେତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବନଖଣ୍ଡ ଅଧିକାରୀମାନେ ପ୍ରାଥମିକତା ଦେବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି ।

ତୃଣମୂଳସ୍ତରରେ ବନସୁରକ୍ଷା ସମିତି ଏବଂ ଗରିବ ଲୋକମାନଙ୍କୁ ଅଧିକ ସଂଖ୍ୟାରେ ସଂପୃକ୍ତ କରାଗଲେ ଆମ ଜଙ୍ଗଲ ସଂପଦର ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉଦ୍‌ଯାପିତ ରାଜ୍ୟସ୍ତରୀୟ ବନଖଣ୍ଡ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଉପରୋକ୍ତ ମର୍ମରେ ସମ୍ମିଳନୀରୁ ଉପଲବ୍ଧ ଜ୍ଞାନକୁ ବନଖଣ୍ଡ ଅଧିକାରୀମାନେ ଯଥାର୍ଥ ଭାବେ ବିନିଯୋଗ କରିବାକୁ ମତ ଦେଇଛନ୍ତି ।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି।ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲର ପୋଷଣୀୟ ପରିଚାଳନା, ବ୍ୟାପକ ବନୀକରଣ, ‘କାମ୍ପା’ ପାଣ୍ଠିର ସମୁଚିତ ଉପଯୋଗ, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ବନ୍ୟଜନ୍ତୁ ସୁରକ୍ଷା ସହିତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ବହୁବିଧ ପ୍ରସ୍ତାବ ଏବଂ ମତାମତସମ୍ବଳିତ ଆଲୋଚନା ଓ ସମୀକ୍ଷା କରାଯାଇଛି ।

ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଜଙ୍ଗଲ ନିଆଁ ହ୍ରାସ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜନସେଚତନତା ସୃଷ୍ଟି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ଅଧିକ କ୍ରିୟାଶୀଳ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପାନୀୟ ଜଳଯୋଗାଣ, ନୂଆ ରେଳପଥ ନିର୍ମାଣର ଉଦାହରଣ ଦେଇ ସେ ସଂପର୍କିତ ପ୍ରତିବନ୍ଧକ ଦୂର କରିବା ଦିଗରେ ଅଧିକାରୀମାନେ ଉଦ୍ୟମ କରିବାକୁ ସେ କହିଥିଲେ ୨୦୨୨-୨୩ ବର୍ଷର ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ ଆଗାମୀ ବର୍ଷାଋତୁରେ ବନୀକରଣ ଓ ଚାରାରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ କହିଥିଲେ । ରାଜ୍ୟର ବୃହତ୍ତର ସ୍ୱାର୍ଥ ନିମନ୍ତେ ବନଖଣ୍ଡ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କର୍ତ୍ତବ୍ୟ ସଂପାଦନ କରିବା ସହିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନ୍‌ସନ୍‌ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଫଏସଲା ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ଗୁରୁତ୍ୱ ଦେଇଥିଲେ ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ ଯେ ନିଜ ବନଖଣ୍ଡରେ ହେଉଥିବା କାର୍ଯ୍ୟ ପାଇଁ ବନଖଣ୍ଡ ଅଧିକାରୀମାନେ ଅନ୍ୟ ସହଯୋଗୀ ବିଭାଗ ସହ ନିୟମିତ ଭାବେ ଆଲୋଚନାପୂର୍ବକ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ । ଜଙ୍ଗଲ ଜମିର କ୍ଷତିଭରଣା କରିବା ପାଇଁ ଅଧିକରୁ ଅଧିକ ଲ୍ୟାଣ୍ଡବ୍ୟାଙ୍କ ସୃଷ୍ଟି, ବ୍ୟାପକ ଚାରା ଉତ୍ପାଦନ କାର୍ଯ୍ୟରେ ବନ ସୁରକ୍ଷା ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂପୃକ୍ତି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଶର୍ମା ଗୁରୁତ୍ୱାରୋପ କରିଥିଲେ ।

ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ ସମସ୍ତ ଅଧିକାରୀଙ୍କ ସଂପୃକ୍ତ ବନଖଣ୍ଡରେ କାର୍ଯ୍ୟାବଳୀ ସମୀକ୍ଷା କରିବା ସହ ବିଭିନ୍ନ ବିଷୟ ନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପଲ୍‌, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀ ସୁଶୀଲ କୁମାର ପପ୍‌ଲି, ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେଶ ପନ୍ଥ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଓମ୍‌ ପ୍ରକାଶ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବାବେଳେ ‘କାମ୍ପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ ରାଜ୍‌ କରାଟ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

ବିକ୍ରମ କେଶରୀ ଆରୁଖ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.