Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର
ବିଶେଷ ଖବର

ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

May 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର ଗଠନମୂଳକ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ଶନିବାର ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସ୍‌ନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌)ର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି. ଅମିତ ସ୍ଥାଲେକର ମତ ବ୍ୟକ୍ତ କରିଛନ୍ତି।

ଯଦି ପୃଥିବୀର ତାପମାତ୍ରା ବଢ଼ି ଚାଲିବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ପ୍ରୟାସ କରାଯିବ ନାହିଁ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ସମୁଦ୍ର ପତନ ବୃଦ୍ଧି ପାଇବ ଏବଂ ଏହା ଦ୍ୱାରା ମୁମ୍ବାଇ ଓ କୋଲକାତା ଭଳି ଉପକୂଳ ସହର ସମୁଦ୍ରରେ ଲୀନ ହୋଇଯିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ), ଏନ୍‌ଜିଟି ଓ ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସେସ୍ ଅଥରିଟିର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଏନ୍‌ଭାଇରନ୍‌ମେଂଟ କଂଗ୍ରେସ୍ -୨୦୨୨ରେ ଜଷ୍ଟିସ୍ ସ୍ଥାଲେକର ଏହା କହିଛନ୍ତି।

ବିକାଶମୂଳକ କାର୍ଯ୍ୟ ଯୋଗୁଁ ପରିବେଶରେ ସମସ୍ୟା ସୃଷ୍ଟି ହେଉଛି ତେଣୁ ସମୁଦ୍ର ବେଳାଭୂମିରେ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ ଉଲଂଘନ କରି ନିର୍ମାଣ ହେଉଥିବା ରିସୋର୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଯଦିଓ ସିଆର୍‌ଜେଡ୍ ନିୟମ ଅନୁଯାୟୀ ବେଳାଭୂମିର ୫୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ଦିଆଯାଇ ନାହିଁ ତେବେ ସମୁଦ୍ର କୂଳରେ ଅନେକ ନିର୍ମାଣ କାର୍ଯ୍ୟ କରାଯାଉଛି। ଯାହା ଦ୍ୱାରା ସମୁଦ୍ର ଅଧିକ ଗଭୀର ହେଉଛି ଏବଂ ବେଳାଭୂମି ସଂକୀର୍ଣ୍ଣ ହୋଇଯାଉଛି। ଏହା ବେଳାଭୂମି ବିଲୁପ୍ତ ହେବା ଆଡକୁ ମଧ୍ୟ ଗତି କରୁଛି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଷ୍ଟିସ୍ ସ୍ଥାଲେକର କହିଛନ୍ତି।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଆମେ ପରିବେଶ ସହିତ ଖେଳିପାରିବା ନାହିଁ। ତେଣୁ ଆମ ଚାରିପଟେ ହେଉଥିବା ପରିବେଶର ଅବକ୍ଷୟ ବିଷୟରେ ସଜାଗ ଏବଂ ସଚେତନ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜାତୀୟ ସବୁଜ ପ୍ରାଧିକରଣର ବିଶେଷଜ୍ଞ ସଦସ୍ୟ ଶୈବାଳ ଦାସଗୁପ୍ତ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଜଷ୍ଟିସ୍ ସ୍ଥାଲେକର ମତ ଦେଇଥିଲେ। ଆଧୁନିକତା ଆମକୁ ବହୁ ମାତ୍ରାରେ ପ୍ରଭାବିତ କରୁଥିବା ବେଳେ ମାଟିପାତ୍ର ଭଳି ସାମଗ୍ରୀ ଆମେ ଭୁଲି ଯିବାକୁ ବସିଲୁଣୁ। ତେବେ ଆମକୁ ବର୍ତମାନ ପୁରାତନ ଯୁଗକୁ ଫେରିଯିବା ଉଚିତ୍ ଯେଉଁ ସମୟରେ ବିଭିନ୍ନ ସାମଗ୍ରୀ ଆଣିବା ନିମନ୍ତେ ମଣିଷ କାଗଜ ବ୍ୟାଗ ବ୍ୟବହାର କରୁଥିଲା। ମାଟିପାତ୍ର ବ୍ୟବହାର କରିବା ଦ୍ୱାରା କେବଳ ଯେ ଅଧିକ ନିଯୁକ୍ତି ଦେଇ ହେବ ତା’ନୁହେଁ ଆମେ ପ୍ରକୃତିକୁ ଫେରିପାରିବା। ଆମେ ପ୍ରକୃତିକୁ କଷ୍ଟ ଦେଲେ ସେ ଆମକୁ ମଧ୍ୟ କଷ୍ଟ ଦେବ ବୋଲି ସେ କହିଥିଲେ।

ଶ୍ରୀ ଦାସଗୁପ୍ତ କହିଥିଲେ ଯେ ଆମ ଦେଶରେ ବର୍ଷକୁ ୫୨.୯୦ ମିଲିୟନ୍ ଟନ୍‌ର ସଲିଡ ୱେଷ୍ଟ ବାହାରୁଥିବା ବେଳେ ଏହା ମଧ୍ୟରୁ କେବଳ ୫.୬ ମିଲିୟନ୍ ଟନ୍‌ ହେଉଛି ପ୍ଲାଷ୍ଟକ୍ ୱେଷ୍ଟ। ଏଥିରୁ ୭୮ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗୃହୀତ ହେଉଥିବା ବେଳେ ବାକି ୨୨ ପ୍ରତିଶତ ଆବର୍ଜନା ସୃଷ୍ଟି କରୁଛି।

ଏଭଳି ପରିବେଶ ମଧ୍ୟରେ ଭଲ ଖବର ହେଉଛି ଭାରତ ହେଉଛି ବିଶ୍ୱର ୧୦ଟି ଦେଶ ମଧ୍ୟରେ ଅନ୍ୟତମ ଯେଉଁଠାରେ କି ପ୍ରଭୃତ ଜଂଗଲ ରହିଛି। ଦେଶର ଭୂଭାଗର ୨୪.୬ ପ୍ରତିଶତ ଜଙ୍ଗଲ ଅଂଚଳ ରହିବା ସହ ୯୯, ୭୭୯ ବର୍ଗ କିମି ଘଂଚ ଜଙ୍ଗଲ ରହିଛି ବୋଲି ଶ୍ରୀ ଦାସଗୁପ୍ତା କହିଥିଲେ। ଇତିମଧ୍ୟରେ ଓଡ଼ିଶାରେ ସମୁଦାୟ ଜଙ୍ଗଲ ୫୩୭ ବର୍ଗ କିମି ବୃଦ୍ଧି ପାଇଛି ଯାହା ଉତ୍ସାହଜନକ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସଗୁପ୍ତ କହିଛନ୍ତି ଯେ ସେମାନଙ୍କ ଉପରେ ନିର୍ଭର କରୁଛି ସେମାନେ କିପରି ଜାଗ୍ରତ ପ୍ରହରୀ ହୋଇ ପରିବେଶର ସୁରକ୍ଷା କରିବେ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ବାସୁଦେବ ବେହେରା ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ପ୍ରଫେସର ଆଦିତ୍ୟ କିଶୋର ଦାସ ବକ୍ତବ୍ୟ ରଖିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜଷ୍ଟିସ୍ ସ୍ଥାଲେକର ପରିବେଶ ସୁରକ୍ଷା ପ୍ରଦୂଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.