Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଶ୍ମୀରୀ ହିନ୍ଦୁ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ପଦକ୍ଷେପ, ପୋଲିସ ଯୋଗାଇବ ସଂପୂର୍ଣ୍ଣ ସୁରକ୍ଷା
ବିଶେଷ ଖବର

କାଶ୍ମୀରୀ ହିନ୍ଦୁ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ପଦକ୍ଷେପ, ପୋଲିସ ଯୋଗାଇବ ସଂପୂର୍ଣ୍ଣ ସୁରକ୍ଷା

May 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ନିକଟରେ ଏକ ସରକାରୀ କାର୍ଯ୍ୟାଳୟରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ କାର୍ଯ୍ୟ କରୁଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଏଥି ସହିତ ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ହତ୍ୟା ଷଡଯନ୍ତ୍ରକୁ ଗୁରୁତର ସହ ନେଇ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାର ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ କାଶ୍ମୀରରେ ନିଯୁକ୍ତି ପାଉଥିବା ହିନ୍ଦୁ କର୍ମଚାରୀଙ୍କୁ ସୁରକ୍ଷିତ ଜିଲ୍ଲା ତଥା ତହସିଲ ମୁଖ୍ୟାଳୟରେ ନିୟୋଜିତ କରାଯିବ।

ଏହା ସହିତ ରାଜ୍ୟପାଳ ଏହା ମଧ୍ୟ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ପୋଲିସ କାଶ୍ମୀର ହିନ୍ଦୁ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପ୍ୟାକେଜ୍ ଅଧୀନରେ ନିଯୁକ୍ତ କର୍ମଚାରୀଙ୍କ କଲ୍ୟାଣ ଏବଂ ନିରାପତ୍ତା ସହ ଜଡିତ ସମସ୍ତ ସମସ୍ୟାର ମଧ୍ୟ ପର୍ଯ୍ୟାୟକ୍ରମେ ସମାଧାନ ହେବ।

ପ୍ରକାଶ ଯୋଗ୍ୟ ଯେ, ଜମ୍ମୁ କାଶ୍ମୀର ସରକାରଙ୍କ ନୂତନ ରଣନୀତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ଦ୍ୱାରା ୮୫୯ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି କର୍ମଚାରୀମାନେ ୮ ରୁ ୧୦ ଦିନ ମଧ୍ୟରେ ସୁରକ୍ଷିତ ଜିଲ୍ଲା କିମ୍ବା ତହସିଲରେ ନିଯୁକ୍ତି ପାଇବେ। କେବଳ ଏତିକି ନୁହେଁ, କର୍ମକ୍ଷେତ୍ରରେ ତଥା କ୍ୟାମ୍ପରେ ଏବଂ ଭଡାରେ ରହୁଥିବା ସ୍ଥାନଗୁଡିକରେ ଏହି କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ।

ଏଥି ସହିତ ଉପ ରାଜ୍ୟପାଳ ମଧ୍ୟ କହିଛନ୍ତି ଯେ, କର୍ମଚାରୀଙ୍କ ପଦୋନ୍ନତି ପ୍ରସଙ୍ଗରେ ପ୍ରଶାସନିକ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଶୀଘ୍ର ଏହି ବିଷୟଗୁଡ଼ିକ ଉପରେ ଦୃଷ୍ଟି ଦେବେ ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଉପ ରାଜ୍ୟପାଳଙ୍କ ସଚିବାଳୟରେ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଏହା ମଧ୍ୟରେ ବିଜେପି ପ୍ରତିନିଧି ଦଳ ଉପ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରୀ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ରତିନିଧି ଦଳ ଚିନ୍ତା ପ୍ରକଟ କରିଥିଲେ। ଏଥିସହ କାଶ୍ମୀରରେ କାର୍ଯ୍ୟ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷିତ ସ୍ଥାନରେ ରଖାଯିବା ଉଚିତ ବୋଲି ସେମାନେ ଦାବି କରିଥିଲେ।

ଆତଙ୍କବାଦୀ କାଶ୍ମୀର ପଣ୍ଡିତ ବଡ ପଦକ୍ଷେପ
Share. Facebook Twitter LinkedIn Email WhatsApp Copy Link

Related Posts

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୁଭା ମୁଦଗଲ ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

September 6, 2026

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026
Latest News

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.