Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିମାନବନ୍ଦରରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗାଡିରେ ଏକାଠି ଯିବାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା
ବିଶେଷ ଖବର

ବିମାନବନ୍ଦରରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗାଡିରେ ଏକାଠି ଯିବାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

April 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen & Dharmendra met at NewDelhi Airport
Naveen & Dharmendra met at NewDelhi Airport

ସମୀକ୍ଷା ବ୍ୟୁରୋ

ଦୀର୍ଘ ଏକମାସ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ପରସ୍ପର ଗାଳି ଓ ସମାଲୋଚନାରେ ଲିପ୍ତ ରହିଥିଲେ। କାରଣ ଥିଲା ଉଭୟ କିପରି ଅନ୍ୟକୁ ଦୋଷ ଦେଇ ଭୋଟ ହାତେଇବା। ହେଲେ ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଉଭୟ ଗୋଟିଏ ଗାଡିରେ ବସି ହସଖୁସିରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାଟି ଆଜି ଅର୍ଥାତ ମଙ୍ଗଳବାର ସକାଳ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଁଚିବା ପରେ ସେଠାରେ ଥିଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପରେ ନମସ୍କାର କରି ତାଙ୍କ ନିକଟକୁ ଯାଇଥିଲେ। ନବୀନ ବାହାରକୁ ଆସିବା ପାଇଁ ଏକ ବ୍ୟାଟେରି ଚାଳିତ ଗାଡିରେ ବସିବାକୁ ଆସିଥିଲେ। ଧର୍ମେନ୍ଦ୍ର ମଧ୍ୟ ସେହି ଗାଡି ପାଖକୁ ଆସି ତାଙ୍କ ପାଖ ସିଟରେ ବସିଥିଲେ। ଉଭୟ ସେହି ଗାଡିରେ କଥାବାର୍ତ୍ତା ହୋଇ ବାହାରକୁ ଆସିଥିଲେ। ସେଠାରେ ଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର କେତେ ଘଣ୍ଟା ତଳେ ଉଭୟ ନେତା ପରସ୍ପରକୁ ଗାଳି କରିବାଠାରୁ ଆରମ୍ଭ କରି ସମାଲୋଚନାର ଚରମ ସୀମାରେ ପହଁଚିଥିଲେ। ଏପରିକି ନବୀନ, କେନ୍ଦ୍ର ଏବଂ ମୋଦୀଙ୍କ ବିରୋଧରେ ବେଶ୍ କିଛି ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ନବୀନ ସରକାରଙ୍କୁ ଲୋକେ ହଟାଇ ଦେଇଛନ୍ତି ବୋଲି କହିଥିଲେ। ଅମିତ ସାହା ମଧ୍ୟ ନବୀନ ସରକାରଙ୍କୁ ଫୋପାଡି ଫିଙ୍ଗି ଦିଅ ବୋଲି ତାଙ୍କ କର୍ମିଙ୍କୁ ଆହ୍ବାନ ଦେଇଥିଲେ। ସେସବୁ ଝଡ ସରିବା ପରେ ବର୍ତ୍ତମାନ ଧର୍ମେନ୍ଦ୍ର ଓ ନବୀନ ଗୋଟିଏ ଗାଡିରେ ଏକାଠି ଯିବା ଅନେକଙ୍କର ହଜମ ହେଉ ନ ଥିଲେ ମଧ୍ୟ କେତେକ ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ବୋଲି କହୁଛନ୍ତି। ନବୀନ ଓ  ଧର୍ମେନ୍ଦ୍ରଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ହଠାତ ଦୁଇ ରାଜନୈତିକ ଶତ୍ରୁ କାହିଁକି ଏକାଠି ହେଲେ ଏବଂ ଧର୍ମେନ୍ଦ୍ର କଣ ପାଇଁ ଏୟାରପୋର୍ଟରେ ଥିଲେ ସେ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।

BJD BJP
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.