Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ବିଶେଷ ଖବର

ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 17, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେବୁସିଂହ ଚୌହ୍ୱାନ ଓ ଏଲ ମୁରୁଗନଙ୍କ ସମେତ ଦୂର ସଞ୍ଚାର ଓ ପ୍ରସାରଣ କ୍ଷେତ୍ରର ଅନେକ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଦେଶୀ ନିର୍ମିତ ୫ଜି ଟେଷ୍ଟବେଡ ଯାହାକୁ ସେ ଜାତି ଉଦ୍ଦେଶ୍ୟରେ ଆଜି ଉତ୍ସର୍ଗ କରିଛନ୍ତି ତାହା ଦୂର ସଞ୍ଚାର କ୍ଷେତ୍ରରେ ଜଟିଳ ତଥା ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରର ବିକାଶରେ ବେଶ ସହାୟକ ହେବ। ଆଇଆଇଟି ସମେତ ଏହି ପ୍ରକଳ୍ପ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଦେଶର ନିଜସ୍ୱ ୫ଜି ମାନ, ୫ ଜିଆର ଆକାରରେ ତିଆରି ହୋଇଛି ଓ ଏହା ଦେଶପାଇଁ ଏକ ଗର୍ବ। ଏହା ଦେଶର ଗ୍ରାମାଞ୍ଚଳକୁ ୫ଜି ପ୍ରଯୁକ୍ତିଜ୍ଞାନ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ସଂଯୋଗକରଣ ଦେଶର ପ୍ରଗତିର ଗତିକୁ ନିର୍ଦ୍ଧାରଣ କରିବ। ସେ ଦୃଷ୍ଟିରୁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣର ଆଧୁନିକୀକରଣ ଅପରିହାର୍ଯ୍ୟ। ୫ ଜି ପ୍ରଯୁକ୍ତିବିଦ୍ୟା ଦେଶର ପ୍ରଶାସନ, ଜୀବନ ଧାରଣମାନ ଓ ବ୍ୟବସାୟରେ ବିରାଟ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ। ଏହା ପ୍ରତ୍ୟେକ କ୍ଷେତ୍ର ଯେପରିକି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ରଣନୀତିକ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ। ଏହା ଅନେକ କ୍ଷେତ୍ରରେ ସୁବିଧା ଆଣିବା ସହ ଅନେକ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବ। ୫ଜିର ଦୃତ ଅଭିବୃଦ୍ଧି ନିମନ୍ତେ ଉଭୟ ସରକାର ଓ ଶିଳ୍ପାନୁଷ୍ଠାନ ଗୁଡିକର ଉଦ୍ୟମ ଲୋଡା ବୋଲି ସେ କହିଥିଲେ।

ଦୂରସଞ୍ଚାର କ୍ଷେତ୍ର କିପରି ଆତ୍ମନିର୍ଭରଶୀଳତା ଓ ସୁସ୍ଥ ପ୍ରତିଯୋଗୀତା କ୍ଷେତ୍ରରେ ସମାଜ ଓ ଆର୍ଥିକ ବିକାଶରେ ସହାୟକ ହୋଇଛି ସେ ତାହାର ଉଦାହରଣ ଦେଇଥିଲେ। ୨ଜିର ହତାଶା, ଦୁର୍ନୀତି ଓ ନୀତିଗତ ସ୍ଥାଣୁତା ଯୁଗରୁ ବାହାରି ଦେଶ ଦୃତ ଗତିରେ ୩ଜିରୁ ୪ଜି ଓ ବର୍ତ୍ତମାନ ୫ଜି ଓ ୬ଜି ଅଭିମୁଖେ ଆଗେଇ ଚାଲିଛି ବୋଲି କହିଥିଲେ।

ଗତ ଆଠ ବର୍ଷ ମଧ୍ୟରେ ପଞ୍ଚମିତ୍ର ଯଥା ପହୁଁଞ୍ଚ, ସଂସ୍କାର, ନିୟନ୍ତ୍ରଣ, ଜବାବଦେହୀ ଓ ବୈପ୍ଳବିକ ପଦକ୍ଷେପ ଜରିଆରେ ଦୂରସଞ୍ଚାର କ୍ଷେତ୍ରରେ ଏକ ନୂତନ ଶକ୍ତି ଜାଗ୍ରତ ହୋଇଛି। ସେ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟ୍ରାଇକୁ ଏହାର ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବତ୍ତର୍ମାନ ଦେଶ କୂପ ମଣ୍ଡୁକ ଭାବେ ନରହି ପୁରାପୁରି ସରକାରୀ ଧାରା ସହ ଆଗେଇ ଚାଲିଛି। ବର୍ତ୍ତମାନ ଆମେ ବିଶ୍ୱରେ ଦୂରସଞ୍ଚାର ସାନ୍ଧ୍ରତା ଓ ଇଣ୍ଟରନେଟ ବ୍ୟବହାର ଦିଗରେ ଖୁବ ଦୃତଗତିରେ କାୟା ବିସ୍ତାର କରି ଚାଲିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦେଶର ଗରୀବରୁ ଗରୀବତମ ପରିବାର ନିକଟରେ ମୋବାଇଲ ଫୋନ ପହଞ୍ଚାଇବା ପାଇଁ ଦେଶରେ ହିଁ ମୋବାଇଲ ତିଆରି ଦିଗରେ ଗୁରୁତ୍ୱ ଆରୋପ କରାଯାଉଛି। ଫଳରେ ମୋବାଇଲ ନିର୍ମାଣକାରୀ ସଂସ୍ଥା ମାତ୍ର ଦୁଇରୁ ଏବେ ୨୦୦ରୁ ଅଧିକରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଭାରତର ପ୍ରତି ଗ୍ରାମକୁ ଅପ୍ଟିକାଲ ଫାଇବର ଯୋଗେ ଯୋଡା  ଯାଉଛି। ୨୦୧୪ ମସିହା ପୂର୍ବରୁ ଦେଶର ଶହେ ଗ୍ରାମ ପଞ୍ଚାୟତକୁ ମଧ୍ୟ ଅପ୍ଟିକାଲ ଫାଇବର ଜରିଆରେ ଯୋଡାଯାଇ ନଥିଲା। ଆଜି ଆମେ ଦେଶର ୧.୭୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ରାଣ୍ଡ ସଂଯୋଗ ଯୋଗାଯାଇଛି। ଏଥିପାଇଁ ଗ୍ରାମ ଗୁଡିକରେ ଶହ ଶହ ସରକାରୀ ସେବା ସହଜରେ ପହଞ୍ଚିପାରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ ନିମନ୍ତେ ଟ୍ରାଇ ଭଳି ନିୟନ୍ତ୍ରକଙ୍କ ନିମନ୍ତେ ସମ୍ପୂର୍ଣ୍ଣ ସରକାରୀ ସହାୟତା ଖୁବ ଗୁରୁତ୍ୱପୂର୍ଣ୍ଣ। ଆଜି ନିୟନ୍ତ୍ରଣ କେବଳ ଗୋଟିଏ କ୍ଷେତ୍ରର ପରିସୀମା ମଧ୍ୟରେ ଆବଦ୍ଧ ନୁହଁ। ପ୍ରଯୁକ୍ତି ଜ୍ଞାନ ବିଭିନ୍ନ କ୍ଷେତ୍ରକୁ ସଂଯୋଗ କରୁଛି । ସେଥିପାଇଁ ଆଜି ସମସ୍ତେ ସମ୍ମିଳିତ ନିୟନ୍ତ୍ରଣ ବା ସହଯୋଗ ଆବଶ୍ୟକ କରୁଛନ୍ତି। ସେଥିପାଇଁ ଆଜିର ଆବଶ୍ୟକତା ହେଉଛି ସମସ୍ତ ନିୟନ୍ତ୍ରଣକାରୀ ଏକାଠି ହୋଇ ଏକ ସାଧାରଣ ମଞ୍ଚ ଗଠନ କରି ଉନ୍ନତ ସହଯୋଗ ଦ୍ୱାରା ସମାଧାନର ପନ୍ଥା ବାହାର କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଭିଡିଓ କନଫରେନ୍ସିଂ ରୌପ୍ୟ ଜୟନ୍ତୀ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Latest News

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.