Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା: ସୁରକ୍ଷା ଏବଂ ଯାତ୍ରୀମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା
ବିଶେଷ ଖବର

ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା: ସୁରକ୍ଷା ଏବଂ ଯାତ୍ରୀମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା

May 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ – କାଶ୍ମୀର ମୁଖ୍ୟ ସଚିବ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ବରିଷ୍ଠ ଅଧିକାରୀ ସମୂହ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଏବଂ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ଆବଶ୍ୟକ ସୁବିଧାଗୁଡିକ ଉପରେ ମଧ୍ୟ ଦୀର୍ଘ ସମୟ ପାଇଁ ବୈଠକ କରିଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌, ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାଧ୍ୟକ୍ଷ, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ  ବ୍ୟୁରୋର ନିର୍ଦ୍ଦେଶକ, ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ ଏବଂ ସୁରକ୍ଷା ଏଜେନ୍ସି ଗୁଡିକର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ୍ ହୋଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଅମରନାଥ ଯାତ୍ରାରେ ସାମିଲ୍ ହେବାକୁ ଯାଉଥିବା ତୀର୍ଥଯାତ୍ରୀମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ଏବଂ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ଏହା ମୋଦୀ ସରକାରଙ୍କର ପ୍ରାଥମିକତା ଅଟେ। ଅମିତ ଶାହ ଅମରନାଥ ଯାତ୍ରୀମାନଙ୍କ ପାଇଁ ଯାତାୟତର ସୁବିଧା, ରହିବାର ସୁବିଧା, ବିଦ୍ୟୁତ୍‌, ଜଳ, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସମେତ ସମସ୍ତ ଆବଶ୍ୟକ ସୁବିଧା ଗୁଡିକର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ୍  – ୧୯ ମହାମାରୀ ପରେ ଏହା ପ୍ରଥମ ଯାତ୍ରା ଅଟେ ଏବଂ ଅତ୍ୟଧିକ ଉଚ୍ଚତା କାରଣରୁ ଯଦି ଲୋକମାନଙ୍କୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦିଏ, ତେବେ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡିବ। ଗୃହ ମନ୍ତ୍ରୀ ଯାତ୍ରା ପଥରେ ଊତମ ଯୋଗାଯୋଗ ଏବଂ ସୂଚନା ପ୍ରଦାନ କରିବା ନିମନ୍ତେ ମୋବାଇଲ୍ ଟାୱାର ସଂଖ୍ୟ ବୃଦ୍ଧି କରାଯିବା ପାଇଁ, ଏହା ସହିତ ଭୂସ୍ଖଳନ ହେବା ସ୍ଥିତିରେ ମାର୍ଗକୁ ତୁରନ୍ତ ଖୋଲିବା ନିମନ୍ତେ ମେସିନ୍‌କୁ ନିୟୋଜନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରିବା ସହିତ ୬୦୦୦ ଫୁଟରୁ ଅଧିକ ଉଚ୍ଚତା ଉପରେ ପର୍ଯ୍ୟାପ୍ତ ଚିକିତ୍ସା ଶଯ୍ୟା ଏବଂ କୌଣସି ପ୍ରକାରର ଆପାତକାଳୀନ ଚିକିତ୍ସାର ସ୍ଥିତି ଉପୁଜିଲେ ସେଥରୁ ଉଦ୍ଧାର ପାଇବା ପାଇଁ ଆମ୍ବୁଲାନ୍ସ ତଥା ହେଲିକପ୍ଟର ନିୟୋଜନ କରିବା ପାଇଁ ମଧ୍ୟ ଶ୍ରୀ ଅମିତ ଶାହ କହିଥିଲେ। ସେ କହିଥିଲେ ଯେ, ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର ପରିବହନ ସେବାକୁ ବୃଦ୍ଧି କରାଯିବା ଉଚିତ୍।

ବୈଠକରେ ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ କହିଥିଲେ ଯେ, ପ୍ରଥମ ଥର ପାଇଁ ପ୍ରତ୍ୟେକ ଅମରନାଥ ଯାତ୍ରୀ ମାନଙ୍କୁ ଏକ ଆର୍‌ଏଫ୍‌ଆଇଡି କାର୍ଡ ପ୍ରଦାନ କରାଯିବ ଏବଂ ପାଂଚ ଲକ୍ଷ ଟଙ୍କାର ବୀମା କରାଯିବ। ଯାତ୍ରା ନିମନ୍ତେ ଟେଂଟ ସିଟି, ଯାତ୍ରା ପଥରେ ୱାଇ – ଫାଇ ହଟ୍‌ସ୍ପଟ୍ ଏବଂ ସମ୍ପୂର୍ଣ୍ଣ ଆଲୋକର ବ୍ୟବସ୍ଥା କରାଯିବ। ଏହା ସହିତ ବାବା ବର୍ଫାନୀଙ୍କର ଅନ୍‌ଲାଇନ୍ ଲାଇଭ୍ ଦର୍ଶନ, ପବିତ୍ର ଅମରନାଥ ଗୁମ୍ଫାରେ ସକାଳ ଏବଂ ସନ୍ଧ୍ୟା ସମୟର ଆରତୀର ସିଧା ପ୍ରସାରଣ ଏବଂ ବେସ୍ କ୍ୟାମ୍ପରେ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯିବ।

ଅମରନାଥ ଯାତ୍ରା ପ୍ରସ୍ତୁତି ସମୀକ୍ଷା ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.