Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୂମିହୀନ ଲୋକଙ୍କୁ ୪ ଡେସିମିଲ ଜାଗା ଯୋଗାଇବାକୁ ବିଧାନସଭା ଷ୍ଟାଡିଂ କମିଟି ପରାମର୍ଶ
ବିଶେଷ ଖବର

ଭୂମିହୀନ ଲୋକଙ୍କୁ ୪ ଡେସିମିଲ ଜାଗା ଯୋଗାଇବାକୁ ବିଧାନସଭା ଷ୍ଟାଡିଂ କମିଟି ପରାମର୍ଶ

May 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୂମିହୀନ ଲୋକଙ୍କୁ ୪ ଡେସିମିଲ ଜାଗା ଯୋଗାଇବାକୁ ବିଧାନସଭା ଷ୍ଟାଡିଂ କମିଟି ପରାମର୍ଶ

ଭୁବନେଶ୍ୱର: ବିଧାନସଭା ଷ୍ଟାଡିଂ କମିଟି -୧୦ର ତୃତୀୟ ବୈଠକ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସଂପର୍କରେ ବିଧାୟକ ଶ୍ରୀ ତରାଇ ଆଲୋକପାତ କରିବା ସହିତ ‘ବସୁନ୍ଧରା’ ଯୋଜନାରେ ଭୂମିହୀନ ଲୋକଙ୍କୁ ୪ ଡିସିମିଲ ଜାଗା ଯୋଗାଇଦେବା ସହିତ ଗ୍ରୀଷ୍ମଦିନେ ବିଦୁ୍ୟତ କାଟ ନକରିବାକୁ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳରେ ୧୦୦/୧୫୦ ଭୂମିହୀନ ପରିବାରଙ୍କୁ ଗୋଟିଏ ସ୍ଥାନରେ ଜମି ପ୍ରଦାନ କରିବା ସହିତ ମୌଳିକ ଆବଶ୍ୟକତା ଯଥା-ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ କରାଯାଇପାରିଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଏହାର ସୁଫଳ ପାଇବା ସହ ସହରର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିବ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଭୂମିହୀନଙ୍କ ଆଧାର ଲିଙ୍କ ହେଲେ ହିଁ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ଜମି ପାଇବ।

ଅନ୍ୟଥା ଜଣେ ବ୍ୟକ୍ତି ଅନେକ ସ୍ଥାନରେ ଜମି ପାଇଁ ଆବେଦନ କରିବାର ସମ୍ଭାବନା ଅଛି ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଅବାଧ ବାଲି ଚାଲାଣର ଅଭିଯୋଗ ଆସୁଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଜନସାଧାରଣ, ମୁଖ୍ୟତଃ ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାଙ୍କ ବୃହତ୍‌ ସ୍ୱାର୍ଥ ଦୃଷ୍ଟିକୋଣରୁ ଗ୍ରୀଷ୍ମଦିନେ ବିଜୁଳି କାଟ ନକରିବା ଓ ବର୍ଷାଦିନ ପୂର୍ବରୁ ୩୩/୧୧ କେଭି ଗ୍ରୀଡ଼ ଷ୍ଟେସନ୍‌ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ କମିଟି ନିର୍ଦ୍ଦେଶ ଦେଇଛି।

ଯେଉଁ ଗ୍ରାମଗୁଡ଼ିକୁ ବିଦ୍ୟୁତ ତାର ସଂଯୋଗ ହୋଇଛି କିନ୍ତୁ ଟ୍ରାନ୍ସଫର୍ମର ଅକାମୀ ହୋଇଯାଇଛି, ତେଣୁ ବିଦ୍ୟୁତ ଯୋଗାଣ ହୋଇପାରୁନାହିଁ। ଅଥଚ, ଗ୍ରାମବାସୀଙ୍କ ପାଖକୁ ମାସିକ ହାରାହାରି ବିଦ୍ୟୁତ ବିଲ୍‌ ଆସୁଛି ବୋଲି ଅନେକ ସ୍ଥାନରେ ଜନସାଧାରଣ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥଳେ ହାରାହାରି ବିଦ୍ୟୁତ ବିଲ୍‌ ନଦେବାକୁ କମିଟି ନିର୍ଦ୍ଦେଶ ଦେଇଛି।

ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ପର୍ଶୁରାମ ଧଡ଼ା, ଜଗନ୍ନାଥ ନାୟକ, ରୁଦ୍ରପ୍ରତାପ ମହାରଥୀ, ପ୍ରଭୁ ଜାନୀ, ରଘୁରାମ ପଡ଼ାଲ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଆଇଜିଆର୍‌ ଜେ.ପି. ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ୱତନ୍ତ୍ର ସଚିବ ବି.ବି. ଦାସ, ଉପସଚିବ ସୁଶିଳା ମଲ୍ଲିକ, ଡେସ୍କ ଅଧିକାରୀ ବିଦ୍ୟାଧର ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଶକ୍ତି ବିଭାଗର ଅଧିକାରୀ, ବିଦୁ୍ୟତ୍‌ ଯୋଗାଣ କମ୍ପାନୀର କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବସୁନ୍ଧରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026
Latest News

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.