Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟି’ର ସମାବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ଏପରି କଥା
ଜାତୀୟ ଖବର

ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟି’ର ସମାବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ଏପରି କଥା

May 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟି’ର ସମାବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ଏପରି କଥା

ସିଲଙ୍ଗ୍‌:  ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଇଡ଼ିଆ, ଇନୋଭେସନ ଏବଂ ଆକାଂକ୍ଷାର ଅପୂର୍ବ ସମାହାର ବୋଲି ଶନିବାର ମେଘାଳୟର ସିଲଙ୍ଗ୍ ସ୍ଥିତ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟିର ୨୭ତମ ସମାବର୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମେଘାଳୟର ମୁଖ୍ୟମନ୍ତ୍ରୀ କରନାଡ୍ ସାଙ୍ଗମା, ଶିକ୍ଷା ମନ୍ତ୍ରୀ ଲାକ୍ଷମେନ୍ ରିମ୍ବୱିଙ୍କ ସହ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ସମାବର୍ତନ ସମାରୋହରେ ଯୋଗ ଦେଇଛନ୍ତି। ସମାରୋହରେ ବିଦ୍ୟାର୍ଥୀଙ୍କୁ ଡ଼ିଗ୍ରୀ ଓ ପଦକ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ବିଶ୍ୱବିଦ୍ୟାଳୟ ଗୁଡିକ ସମାଜ ଓ ମାନବ ଜାତିର କଲ୍ୟାଣ ପାଇଁ ଗବେଷଣା କରିବାର ଏକ ଉପଯୁକ୍ତ ସ୍ଥାନ। ଲୋକଙ୍କ ଜୀବନଯାପନକୁ ସୁଗମ କରିବା ଦିଗରେ ଗବେଷଣା କରିବା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହନ ପ୍ରଦାନ କରିଥାଏ।

ଏ ମର୍ମରେ ପୂର୍ବତୋର ପର୍ବତୀୟ ବିଶ୍ୱବିଦ୍ୟାଳୟ ଉତର ପୂର୍ବାଂଚଳରେ ଗୁଣାତ୍ମକ ଶିକ୍ଷା କେନ୍ଦ୍ର ସ୍ଥାପନ କରିଅଛି। ସ୍ଥାନୀୟ ଅଂଚଳର ନାଗରିକଙ୍କ କଲ୍ୟାଣ ପାଇଁ ଉଚ୍ଚସ୍ତରୀୟ ଗବେଷଣା ଏବଂ ଜ୍ଞାନର ପ୍ରଚାରପ୍ରସାର ପାଇଁ ଏହି ଶିକ୍ଷାନୁଷ୍ଠାନର କାର୍ଯ୍ୟ ବାସ୍ତବପକ୍ଷେ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ନୂଆ ରଷ୍ଟ୍ରୀୟ ଶିକ୍ଷା ନୀତି ଆମ ସମସ୍ତଙ୍କୁ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଦିଗରେ ପଥ ପ୍ରଦର୍ଶକ ସାଜିବ। ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ସହ ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଯଥେଷ୍ଟ ମହତ୍ୱ ଦିଆଯାଇଛି। ଅନୁରୂପ ଭାବରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାତା ହେବା ପାଇଁ ପ୍ରୋତ୍ସାହନ କରିବା ସହ କହିଛନ୍ତି ଆମେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୁବପିଢି ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେବା ଉଚିତ୍।

ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଦୃଢ଼ ଆଲୁମିନି ନେଟୱାର୍କ ଗଠନ କରିବା ଦିଗରେ କାର୍ଯ୍ୟ କରନ୍ତୁ। ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ରାଜ୍ୟ, ଦେଶ ଏବଂ ମାନବ ସମାଜର ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ଶ୍ରୀ ପ୍ରଧାନ ସିଲଙ୍ଗ ଠାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀ ଠାରେ ଆୟୋଜିତ ୪୯ତମ ଇଂଟରନ୍ୟାସନାଲ ଫେଡେରେସନ ଅଫ୍ ଟ୍ରେନିଂ ଏଣ୍ଡ୍ ଡେଭଲପମେଂଟ ଅର୍ଗାନାଇଜେନ (ଆଇଏଫଟିଡ଼ିଓ) ବିଶ୍ୱ ସମ୍ମିଳନୀ ଓ ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।

‘ଷ୍ଟ୍ରାଟେଜିକ୍ସ ଫର୍ ଆନ୍ ଏଜାଇଲ ୱାର୍କ କଲଚର ; ପାଥୱେ ଟୁ ଦ ନ୍ୟୁ ଏଜ୍‌’ ବିଷୟ ଉପରେ ଆୟୋଜିତ ଏହି ଆଲୋଚନାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟନୁସାରେ କାର୍ଯ୍ୟ କରିବାର ଶୈଳି ବଦଳିଛି। ଏହି ପରିବର୍ତିତ ଦୃଶ୍ୟପଟ୍ଟରେ ଏକ କୌଶଳ ରଣନୀତି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ କ୍ଷେତ୍ରରେ କ୍ଷମତା ଗଠନକୁ ଗୁରୁତ୍ୱ ଦିଆଯାଉଛି। କାପାସିଟି ବିଲଡିଂ କମିଶନ ଅଫ୍ ଇଣ୍ଡିଆ ବିଭିନ୍ନ ସଂସ୍ଥା ମଧ୍ୟରେ ଯୋଗସୁତ୍ର ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମା, ରାଜ୍ୟ ଶିକ୍ଷା ମନ୍ତ୍ରୀ ଶ୍ରୀ ରିମ୍ବୱି ଓ ସରକାରୀ ଅଧିକାରୀଙ୍କ ସହ ମେଘାଳୟରେ ପ୍ରାଥମିକ ଶିକ୍ଷା, ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ପରିସଂସ୍ଥାନ ଉପରେ ପ୍ରସ୍ତୁତ ଏକ ପ୍ରଜେଂଟେସନର ସମୀକ୍ଷା କରିଥିଲେ। ମେଘାଳୟ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରୁଥିବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.