Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ସଂଗଠନର ଧମକପୂର୍ଣ୍ଣ ଚିଠି: ଆରଏସଏସ ଏବଂ କେନ୍ଦ୍ର ସରକାରଙ୍କୁ କଲା ଟାର୍ଗେଟ
ଅପରାଧ

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ସଂଗଠନର ଧମକପୂର୍ଣ୍ଣ ଚିଠି: ଆରଏସଏସ ଏବଂ କେନ୍ଦ୍ର ସରକାରଙ୍କୁ କଲା ଟାର୍ଗେଟ

May 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମରନାଥ ଯାତ୍ରା
ଜୁଲାଇ ୩ ରେ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ପଞ୍ଜୀକରଣ ପକ୍ରିୟା

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଆତଙ୍କବାଦୀ ସଂଗଠନ ଟିଆରଏଫର ଧମକପୂର୍ଣ୍ଣ ଚିଠି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟିଆରଏଫ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ଜାରି କରି ଏଥର ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି।

ଆତଙ୍କବାଦୀ ସଂଗଠନ ଟିଆରଏଫ ଅମରନାଥ ଯାତ୍ରା ସମ୍ପର୍କରେ ଏକ ଧମକ ପତ୍ର ଜାରି କରିଛି। ଏହି ଚିଠିରେ ଆତଙ୍କବାଦୀ ସଂଗଠନ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ଟାର୍ଗେଟ କରିଛି। ସଂଗଠନ କହିଛି ଯେ, ସେମାନେ ଏହି ଯାତ୍ରା ବିରୁଦ୍ଧରେ ନାହାଁନ୍ତି। କିନ୍ତୁ ତୀର୍ଥଯାତ୍ରୀମାନେ ସେପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି, ଯେପର୍ଯ୍ୟନ୍ତ ସେମାନେ କାଶ୍ମୀର ପ୍ରସଙ୍ଗରେ ଯୋଗ ନ ଦିଅନ୍ତି।

ଅନ୍ୟପକ୍ଷରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର / ଟିଆରଏଫର ୨ ଟି ସ୍ଥାନୀୟ ହାଇବ୍ରିଡ ଆତଙ୍କବାଦୀଙ୍କୁ ଶ୍ରୀନଗର ପୋଲିସ ଗିରଫ କରିଛି। ଆଇଜି କାଶ୍ମୀର କହିଛନ୍ତି ଯେ, ୧୫ ଟି ପିସ୍ତଲ, ୩୦ ଟି ମାଗାଜିନ, ୩୦୦ ରାଉଣ୍ଡ ଏବଂ ୧ ଟି ସାଇଲେନ୍ସର ସହିତ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି। ପୋଲିସ ଏହାକୁ ନିଜ ପାଇଁ ଏକ ବଡ଼ ସଫଳତା ବୋଲି ବିଚାର କରୁଛି।

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ସହ ଜଡିତ ସମସ୍ତ କାର୍ଯ୍ୟ ଶେଷ କରିବାର ସମୟ ସୀମା ଧାର୍ଯ୍ୟ କରିଛନ୍ତି ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ସର୍ବୋତ୍ତମ ସୁବିଧା ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି।

ଅମରନାଥ ଯାତ୍ରା ଆତଙ୍କବାଦୀ ସଂଗଠନ ଟିଆରଏଫ ଧମକପୂର୍ଣ୍ଣ ଚିଠି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ଆଜିଠୁ କମିବ ବର୍ଷାର ପ୍ରକୋପ: କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

September 13, 2026

ୟୁଏଇ ଗସ୍ତ ଶେଷ: ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

September 13, 2026

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.