Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ଶଙ୍କରାଚାର୍ଯ୍ୟ
ବିଶେଷ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ଶଙ୍କରାଚାର୍ଯ୍ୟ

May 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୁଧବାର ଦିନ ପୁରୀର ଚାଲିଥିବା ଶ୍ରୀମନ୍ଦିର ପାରିକ୍ରମା ପ୍ରକଳ୍ପ (ହେରିଟେଜ୍ କରିଡର ପ୍ରକଳ୍ପ) ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ପ୍ରକଳ୍ପକୁ ବିରୋଧ କରିଛନ୍ତି।

ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବିକାଶ ନାମରେ ଐତିହ୍ୟର ବିନାଶ ହେବା ଅନୁଚିତ। ଶ୍ରୀମନ୍ଦିରକୁ ସୈନ୍ଦର୍ଯ୍ୟକରଣ ପ୍ରକଳ୍ପ ନାମରେ ପିକନିକ୍ ସ୍ଥାନରେ ପରିଣତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ତୀର୍ଥସ୍ଥାନ ଏକ ମନୋରଞ୍ଜନ ଏବଂ ଭୋଗର କେନ୍ଦ୍ରରେ ପରିଣତ ନ କରିବା ରାଜ୍ୟ ପ୍ରଶାସନର ଦାୟିତ୍ବ ଅଟେ। “ଆମେ ବିକାଶକୁ ସମର୍ଥନ କରୁ, କିନ୍ତୁ ବିକାଶ ନାମରେ ତୀର୍ଥଯାତ୍ରୀ ସ୍ଥାନଗୁଡିକର ଅସ୍ତିତ୍ୱ ବିଲୋପ କରିବା ସପକ୍ଷରେ ନାହୁଁ। ରାସ୍ତାର ପ୍ରଶସ୍ତିକରଣ ନାମରେ ମଠଗୁଡିକ ଭାଙ୍ଗି ଦିଆଯାଉଛି ଯାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ମଧ୍ୟ କାଢି ଦିଆଯାଉଛି ଏବଂ ଏହି ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଏହା ଦେବତାମାନଙ୍କର କ୍ରୋଧକୁ ଆମନ୍ତ୍ରଣ କରିବ ଏବଂ ଏହି ରାଜ୍ୟର ଲୋକମାନେ ଏହାର ପରିଣାମର ସମ୍ମୁଖୀନ ହେବେ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି ପୁରୀ ହେଉଛି ଓଡିଶାର ତୀର୍ଥ ରାଜଧାନୀ। ସରକାର ଏହି ତପୋଭୂମୀକୁ ଭୋଗଭୂମୀ ରେ ପରିଣତ କରିବା ଉଚିତ୍ ନୁହେଁ। ପୁରୀ ବେଳାଭୂମି ପୂର୍ବରୁ ଏକ ପାନୀୟ ସ୍ଥାନ ପାଲଟିଛି। ହେଲେ ପବିତ୍ର ସହରକୁ ସୁରାସୁନ୍ଦରୀର କେନ୍ଦ୍ର କରାଯିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

ଏକ ଧର୍ମନିରପେକ୍ଷ ପ୍ରଶାସନ କେବଳ ଧାର୍ମିକ ସ୍ଥାନ ସହ ଜଡିତ କାର୍ଯ୍ୟରେ ସହଯୋଗ ବୃଦ୍ଧି କରିପାରିବ କିନ୍ତୁ ନିଷ୍ପତ୍ତି ଗ୍ରହଣ କରିପାରିବ ନାହିଁ। ବିକାଶ ନାମରେ ପୁରୀର ବିକୃତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟଙ୍କ ଏପରି ମତ ପରେ ଉଭୟ କଂଗ୍ରେସ ଓ ବିଜେପି ଦଳ ତରଫରୁ ସମର୍ଥନ କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଏହି ପ୍ରକଳ୍ପକୁ ବନ୍ଦ କରନ୍ତୁ ବୋଲି ବିଜେପି ତରଫରୁ ଦାବୀ କରାଯାଇଛି।

ପୁରୀ ଶଙ୍କରାଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ବାତିଲ ହେଲା ଟ୍ରେନ୍

September 30, 2026

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026
Latest News

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026

ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ

September 30, 2026

ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.