Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି : ସମବାୟ କ୍ରେତାଙ୍କ ପାଇଁ ବଢ଼ିବ ଜିଇଏମ ପୋର୍ଟାଲର ପରିସର
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି : ସମବାୟ କ୍ରେତାଙ୍କ ପାଇଁ ବଢ଼ିବ ଜିଇଏମ ପୋର୍ଟାଲର ପରିସର

June 1, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜିଇଏମର ପରିସର ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି ଫଳରେ ସମବାୟ କ୍ରେତାମାନେ ଜିଇଏମ ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ଲାଗି ଅନୁମତି ପାଇପାରିବେ।

ସରକାରୀ କ୍ରେତାମାନଙ୍କ ପାଇଁ ଏକ ମୁକ୍ତ ଓ ପାରଦର୍ଶୀ କ୍ରୟ ବ୍ୟବସ୍ଥା ଯୋଗାଇ ଦେବା ଲାଗି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ଅଗଷ୍ଟ ୯ ତାରିଖରେ ସରକାରୀ ଇ ମାର୍କେଟପ୍ଲେସ୍‌ (ଜିଇଏମ) ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ୨୦୧୭ ମେ ୧୭ ତାରିଖରେ ଜାତୀୟ ସରକାରୀ କ୍ରୟ ପୋର୍ଟାଲ ଭାବେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ ପ୍ଲେସ୍‌ (ଜିଇଏମ ଏସପିଭି) ନାମରେ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ଗଠନ କରାଯାଇଥିଲା। ଏଥିପୂର୍ବରୁ ୨୦୧୭ ମସିହା ଏପ୍ରିଲ ୧୨ ତାରିଖରେ ଏହି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଥିଲା। ବର୍ତ୍ତମାନ ସବୁ ସରକାରୀ କ୍ରେତା ଯଥା : କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟ, ବିଭାଗ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ସଂସ୍ଥା, ସ୍ଥାନୀୟ ପ୍ରଶାସନ ଆଦିଙ୍କ କ୍ରୟ ପାଇଁ ଏହି ପ୍ଲାଟଫର୍ମ ଖୋଲା ରହିଛି।  ବର୍ତ୍ତମାନର ଶାସନାଦେଶ ଅନୁଯାୟୀ, ଜିଇଏମ ପୋର୍ଟାଲ ଘରୋଇ କ୍ଷେତ୍ରର କ୍ରେତାଙ୍କ ବ୍ୟବହାର ପାଇଁ ଉପଲବ୍ଧ ନାହିଁ। ତେବେ ଯୋଗାଣକାରୀ (ବିକ୍ରେତା) ବିଭିନ୍ନ କ୍ଷେତ୍ର ଯଥା : ସରକାରୀ କିମ୍ବା ଘରୋଇ ହୋଇପାରିବେ।

ହିତାଧିକାରୀଙ୍କ ସଂଖ୍ୟା:

କ୍ୟାବିନେଟଙ୍କ ଏହି ନିଷ୍ପତ୍ତି ଫଳରେ ୮ ଲକ୍ଷ ୫୪ ହଜାର ପଞ୍ଜିକୃତ ସମବାୟ ସଂସ୍ଥା ଏବଂ ସେମାନଙ୍କର ୨୭ କୋଟି ସଦସ୍ୟ ଲାଭାନ୍ବିତ ହୋଇପାରିବେ। ଜିଇଏମ ପୋର୍ଟାଲ ସାରା ଦେଶରେ ସବୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ଖୋଲା ରହିଛି।

ବିବରଣୀ:

ସାଧାରଣରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ସେବା ପାଇବା ପାଇଁ ଅନଲାଇନ କ୍ରୟ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଜିଇଏମକୁ ଏକକ (ୱାନ ଷ୍ଟପ୍‌) ପୋର୍ଟାଲ ଭାବେ ଉପଯୁକ୍ତ ଢଙ୍ଗରେ ବିକଶିତ କରାଯାଇଛି। ଏହା ସ୍ବଚ୍ଛ ଏବଂ ଦକ୍ଷ। ଏଥିରେ ବ୍ୟାପକ ଆର୍ଥିକ କାରବାର ଏବଂ ଦ୍ରୁତ କ୍ରୟ ପାଇଁ ବ୍ୟବସ୍ଥା ରହିଛି। ଏବେ ଜିଇଏମ ପୋର୍ଟାଲରୁ ସାମଗ୍ରୀ ଓ ସେବା କ୍ରୟ ନିମନ୍ତେ ସମବାୟ ସମିତିଗୁଡ଼ିକୁ ଅନୁମତି ମିଳିବ।

ଜିଇଏମରେ କ୍ରେତା ଭାବେ ପଞ୍ଜିକୃତ ହେବା ଲାଗି ସମବାୟ ସମିତିଗୁଡ଼ିକୁ ଅନୁମତି ମିଳିବା ଫଳରେ ସମବାୟ ସଂସ୍ଥାଗୁଡ଼ିକ ଏକ ମୁକ୍ତ ଓ ପାରଦର୍ଶୀ ପ୍ରକ୍ରିୟାରେ ସାମଗ୍ରୀ ଓ ସେବା କ୍ରୟ ପାଇଁ ପ୍ରତିଦ୍ବନ୍ଦ୍ବିତାମୂଳକ ମୂଲ୍ୟ ପାଇବାରେ ସକ୍ଷମ ହେବେ।

ପ୍ରଥମେ ପରୀକ୍ଷାମୂଳକ ଭାବେ କେତେକ ବୈଧ ସମବାୟ ସଂସ୍ଥାଗୁଡ଼ିକୁ ଜିଇଏମରେ ପଞ୍ଜୀକରଣ କରାଯିବ, ପରେ ଅଧିକ ସଂସ୍ଥାକୁ ଏଥିରେ ସାମିଲ କରାଯିବ। ଜିଇଏମ- ଏସପିଭି ସହିତ ବିଚାରବିମର୍ଶ କରି ସମବାୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଏହା ଦ୍ବାରା ଜିଇଏମରେ ସମବାୟ କ୍ରେତାମାନଙ୍କୁ କେତେ ଶୀଘ୍ର ସାମିଲ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହିତ ଜିଇଏମ ସିଷ୍ଟମର ବୈଷୟିକ ସାମର୍ଥ୍ୟ ଓ ଲଜିଷ୍ଟିକ୍ସ ଆବଶ୍ୟକତା ସୁନିଶ୍ଚିତ କରାଯାଇପାରିବ।

ସମବାୟ ସଂସ୍ଥାଗୁଡ଼ିକୁ ସାମିଲ କରିବା ଲାଗି ଜିଇଏମରେ ଏକ ସ୍ବତନ୍ତ୍ର ଅନବୋର୍ଡିଂ ପ୍ରକ୍ରିୟା ଯୋଗାଇ ଦିଆଯିବ। ବର୍ତ୍ତମାନର ପୋର୍ଟାଲରେ ଅତିରିକ୍ତ ବ୍ୟବହାକାରୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ବୈଷୟିକ ଭିତ୍ତିଭୂମି ବ୍ୟବସ୍ଥା କରାଯିବ। ଏଥିସହିତ ଉପଲବ୍ଧ ଯୋଗାଯୋଗ କେନ୍ଦ୍ର, ଇନଫିଲ୍ଡ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ସହାୟକ ସେବା ଜରିଆରେ ସମବାୟ ସଂସ୍ଥାଗୁଡ଼ିକୁ ସାମିଲ (ଅନବୋର୍ଡିଂ କରିବା) କରିବା ଏବଂ କାରବାର ପାଇଁ ସହାୟତା ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯିବ।

ସାମଗ୍ରୀ ଓ ସେବା କ୍ରୟ ପାଇଁ ଜିଇଏମ ପ୍ଲାଟଫର୍ମର ସର୍ବାଧିକ ଉପଯୋଗ କରିବା ଲାଗି ସମବାୟ ସମିତିଗୁଡ଼ିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯିବ। ଏହାଦ୍ବାରା ଅଧିକ ପାରଦର୍ଶିତା, ଦକ୍ଷତା ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୟ ମୂଲ୍ୟ ସୁବିଧାର ଲାଭ ସମବାୟ ସଂସ୍ଥାଗୁଡ଼ିକୁ ମିଳିପାରିବ।

ଜିଇଏମରେ ଥିବା ବ୍ୟାପକ ବିକ୍ରେତା ସମୁଦାୟଙ୍କ ସ୍ବାର୍ଥ ସୁରକ୍ଷା ଏବଂ ଯଥା ସମୟରେ ଅର୍ଥ ପଇଠ କରିବା ଲାଗି, ଅର୍ଥପଇଠ ବ୍ୟବସ୍ଥାର ପଦ୍ଧତି ସମବାୟ ମନ୍ତ୍ରଣାଳୟ ସହିତ ବିଚାରବିମର୍ଶ କରାଯାଇ ଜିଇଏମ ଦ୍ବାରା ନିର୍ଦ୍ଧାରଣ କରାଯିବ।

କାର୍ଯ୍ୟକାରିତା ରଣନୀତି ଓ ଲକ୍ଷ୍ୟ:

ଏଥିପାଇଁ ଜିଇଏମ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଇଏମ ପୋର୍ଟାଲରେ ଆବଶ୍ୟକ ବୈଶିଷ୍ଟ ଓ କାର୍ଯ୍ୟକ୍ଷମତାକୁ ସାମିଲ କରାଯିବ, ଭିତ୍ତିଭୂମିର ଉନ୍ନତିକରଣ କରାଯିବ, ହେଲ୍ପଡେସ୍କ ଓ ପ୍ରଶିକ୍ଷଣ ଇକୋସିଷ୍ଟମକୁ ସୁଦୃଢ଼ କରାଯିବ ଏବଂ ସମବାୟ ସଂସ୍ଥାଗୁଡ଼ିକର ଅନବୋର୍ଡିଂ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ସମବାୟ ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ନିର୍ଦ୍ଧାରିତ ସମୟ ଅବଧି ଓ ବ୍ୟବସ୍ଥାକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ। ସମବାୟ ମନ୍ତ୍ରଣାଳୟ ଏବଂ ଜିଇଏମ (ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ) ମଧ୍ୟରେ ଆପୋସ ସମନ୍ବୟ ସ୍ଥାପନ କରାଯାଇ ମାଇଲଖୁଣ୍ଟ ଏବଂ ଲକ୍ଷ୍ୟ ତାରିଖ ନିର୍ଦ୍ଧାରଣ କରାଯିବ।

ନିଯୁକ୍ତି ସୁଯୋଗ ସୃଷ୍ଟି ସମେତ ଅନ୍ୟାନ୍ୟ ପ୍ରଭାବ:

ସାଧାରଣରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ସେବା କିଣିବା ପାଇଁ ଜିଇଏମକୁ ଏକ ୱାନଷ୍ଟପ୍‌ ପୋର୍ଟାଲ ଭାବେ ପୂର୍ବରୁ ବିକଶିତ କରାଯାଇସାରିଛି। ତେଣୁ ସମବାୟ ସଂସ୍ଥାଗୁଡ଼ିକୁ ଏହି ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ପାଇଁ ଅନୁମତି ମିଳୁ ବୋଲି ସମବାୟ ମନ୍ତ୍ରଣାଳୟ ଚାହୁଁଥିଲା । ଜିଇଏମ ପୋର୍ଟାଲ, ସ୍ବଚ୍ଛ, ପାରଦର୍ଶୀ ଓ ଦକ୍ଷ ହୋଇଥିବା ବେଳେ ଏଥିରେ ବ୍ୟାପକ ଆର୍ଥିକ କାରବାର ଏବଂ ଶୀଘ୍ର କ୍ରୟ ପାଇଁ ବ୍ୟବସ୍ଥା ରହିଛି। ଉପରୋକ୍ତ ପରିପ୍ରେକ୍ଷୀରେ, ଆବଶ୍ୟକ ସାମଗ୍ରୀ ଓ ସେବା କ୍ରୟ ଲାଗି ସମବାୟ ସମିତିଗୁଡ଼ିକୁ ଜିଇଏମ ପୋର୍ଟାଲରେ ପଞ୍ଜିକରଣ ଅନୁମତି ମିଳିବା ଫଳରେ ଏସବୁ ସଂସ୍ଥା ଏକ ମୁକ୍ତ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବିତାମୂଳକ ମୂଲ୍ୟରେ କ୍ରୟ କରିବାକୁ ସକ୍ଷମ ହୋଇପାରିବେ। ଅଧିକନ୍ତୁ, ସମବାୟ ସମିତିଗୁଡ଼ିକରେ ୨୭ କୋଟିରୁ ଅଧିକ ସଦସ୍ୟ ରହିଥିବାରୁ, ଜିଇଏମ ଜରିଆରେ ସାମଗ୍ରୀ ଓ ସେବା କ୍ରୟ କରାଯିବା ଫଳରେ କେବଳ ସାଧାରଣ ଜନତା ଆର୍ଥିକ ଦୃଷ୍ଟିରୁ ଲାଭାନ୍ବିତ ହେବେ ନାହିଁ ବରଂ ସମବାୟ ସଂସ୍ଥାଗୁଡ଼ିକର ବିଶ୍ବସନୀୟତା ବୃଦ୍ଧି ପାଇବ। ଆବଶ୍ୟକ କାର୍ଯ୍ୟକ୍ଷମତା ବଢ଼ାଇବା, ବୈଷୟିକ ଭିତ୍ତିଭୂମି ପରିଚାଳନା କରିବା ଏବଂ ଏକାଧିକ ଅଂଶୀଦାରଙ୍କ ସମ୍ପୃକ୍ତି ସହିତ କାର୍ଯ୍ୟ କରିବା କ୍ଷେତ୍ରରେ ଜିଇଏମ ଏକ ଅତ୍ୟାଧୁନିକ କ୍ରୟ ପୋର୍ଟାଲ ଭାବେ ନିଜକୁ ବିକଶିତ କରିପାରିଛି। ଦେଶରେ ଏକ ପାରଦର୍ଶୀ କ୍ରୟ ଇକୋସିଷ୍ଟମ ବିକଶିତ କରିବାରେ ଜିଇଏମର ସମୃଦ୍ଧ ଅଭିଜ୍ଞତା ରହିଛି। ସମବାୟ ସମିତି ପାଇଁ କ୍ରୟ ପ୍ରକ୍ରିୟାରେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବା ଲାଗି ଏହି ଅଭିଜ୍ଞତାକୁ ବିନିଯୋଗ କରାଯାଇପାରିବ। ଏହା ସମବାୟ ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ଭାବେ ‘‘ବ୍ୟବସାୟିକ ସୁଗମତା’’ ବଢ଼ାଇବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଜିଇଏମରେ ପଞ୍ଜିକୃତ ବିକ୍ରେତାମାନଙ୍କ ପାଇଁ ଏହା ଏକ ବଡ଼ କ୍ରେତା ଆଧାର ଯୋଗାଇ ଦେବ।

ସମ୍ପୃକ୍ତ ବ୍ୟୟ ଭାର :

ପ୍ରସ୍ତାବିତ ସମ୍ପ୍ରସାରଣ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ଜିଇଏମ-ଏସପିଭି ବର୍ତ୍ତମାନର ପ୍ଲାଟଫର୍ମ ଏବଂ ସଂଗଠନକୁ ଉପଯୋଗ କରିବା ଜାରି ରଖିବ। ଏହା ବ୍ୟତୀତ ବୈଷୟିକ ଭିତ୍ତିଭୂମି, ଅତିରିକ୍ତ ପ୍ରଶିକ୍ଷଣ ଏବଂ ସହାୟକ ସମ୍ବଳ ପାଇଁ କିଛି ପରିମାଣରେ ନିବେଶ ଆବଶ୍ୟକ ହୋଇପାରେ। ଏହି ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ, ସମବାୟ ସଂସ୍ଥାଗୁଡ଼ିକ ଠାରୁ ଜିଇଏମ ପକ୍ଷରୁ ଉପଯୁକ୍ତ କାରବାର ଶୁଳ୍କ ବା ଟ୍ରାଞ୍ଜାକ୍ସନ ଫି’ ନିଆଯିବ, ତେବେ ସମବାୟ ମନ୍ତ୍ରଣାଳୟ ସହିତ ଆପୋସ ବିଚାରବିମର୍ଶ କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଜିଇଏମ ଅନ୍ୟ ସରକାରୀ କ୍ରେତାମାନଙ୍କ ଠାରୁ ନେଉଥିବା ଶୁଳ୍କ ଠାରୁ ଏହି ଶୁଳ୍କ ଅଧିକ ହେବ ନାହିଁ। ଜିଇଏମ ପରିଚାଳନାର ଦୀର୍ଘସ୍ଥାୟିତ୍ବ ସୁନିଶ୍ଚିତ କରିବା ଲାଗି ଏହାର ଯୋଜନା କରାଯିବ। ତେଣୁ ସରକାରଙ୍କୁ କୌଣସି ଅତିରିକ୍ତ ଆର୍ଥିକ ବ୍ୟୟଭାର ବହନ କରିବାକୁ ପଡ଼ିବ ନାହିଁ।

BJP Ads
କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ଓଡିଶା କଂଗ୍ରେସ ପ୍ରଭାରୀଙ୍କ ବଡ ଘୋଷଣା, ଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ ଲଢିବ ଦଳ

November 2, 2025

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025
BJP Ads
Latest News

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.