Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RajyasabhaElection»ବ୍ରଜରାଜନଗର ଉପନିର୍ବାଚନରେ ଜିତିବ ବିଜେଡି, ହେଲେ ଦ୍ବିତୀୟ ସ୍ଥାନରେ କିଏ? କଂଗ୍ରେସ ନା ବିଜେପି
RajyasabhaElection

ବ୍ରଜରାଜନଗର ଉପନିର୍ବାଚନରେ ଜିତିବ ବିଜେଡି, ହେଲେ ଦ୍ବିତୀୟ ସ୍ଥାନରେ କିଏ? କଂଗ୍ରେସ ନା ବିଜେପି

June 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରଜରାଜନଗର ଉପନିର୍ବାଚନରେ ଜିତିବ ବିଜେଡି, ହେଲେ ଦ୍ବିତୀୟ ସ୍ଥାନରେ କିଏ? କଂଗ୍ରେସ ନା ବିଜେପି

ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା। ହେଲେ ଏଥର ଫଳ ମଧ୍ୟ ସେହି ବିଜେଡି ଖାତାକୁ ଯିବ। କାରଣ ଓଡିଶାରେ ନବୀନ ସରକାର ଆସିବା ପରେ ଯେତୋଟି ଉପନିର୍ବାଚନ ହୋଇଛି ଗୋଟିଏକୁ ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ଜିତିଛି।

ସେଥିପାଇଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଜିତିଲେ ଏଥିରେ ଉତ୍ସାହିତ ହେବାର କିଛି କାରଣ ନାହିଁ। ରାଜ୍ୟ ରାଜନୀତିର ପୁରୁଣା ଇତିହାସ କହୁଛି ଉପନିର୍ବାଚନ ଅର୍ଥ ବିଜେଡିର ଜିତାପଟ। ହେଲେ ସବୁଠୁ ବଡ କଥା ବା ଆଲୋଚନାର ବିଷୟ ହେବ ଯେ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ କିଏ ରହୁଛି। ବିଜେପି ନା କଂଗ୍ରେସ।

ପୁରଣା ରାଜନୈତିକ ଇତିହାସ ପୃଷ୍ଠା ଓଲଟାଇଲେ ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହୁଛି ବିଜେପି। କାରଣ ମୋଦୀ ସରକାର ଆସିବା ପରେ ଓଡିଶାର ଅନେକ ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଫଳରେ ଓଡିଶାରେ ବିଜେପି ବିରୋଧୀ ଦଳରେ ବସିବାରେ ସକ୍ଷମ ହୋଇପାରିଛି। ହେଲେ ବ୍ରଜରାଜନଗରରେ ବର୍ତ୍ତମାନ ବିଜେପି ଦ୍ବିତୀୟ ସ୍ଥାନରେ ରହିବ କି ନାହିଁ ସେ ନେଇ ଅନେକଙ୍କ ସନ୍ଦେହ ଉପୁଜିଛି।

ଏପରି ସନ୍ଦେହ କରିବାର କାରଣ ମଧ୍ୟ ରହିଛି। ତାହା ହେଲା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଯେତିକି ସଫଳତା ହାସଲ କରିଛି ତାଠାରୁ ଅଧିକ କରିପାରିଥାଆନ୍ତା। ହେଲେ ରାଜ୍ୟ ନେତୃତ୍ବ ପ୍ରଚାରରେ ଯେପରି ଅଂଶ ଗ୍ରହଣ କରିବା କଥା ତାହା ହେଲା ନାହିଁ। ବିଜେପି ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନ ନାଁରେ ଓଡିଶା ମଇଦାନ ଛାଡିଦେଲେ। ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ନ ଥିଲେ ମଧ୍ୟ ସେ ପ୍ରଚାର କଲେ ନାହିଁ। ଫଳରେ ବିଜେପି କର୍ମୀମାନେ ଏହି ନିର୍ବାଚନରେ ନେତୃତ୍ବ ଛେଉଣ୍ଡ ହୋଇ ବୁଲିଲେ।

ବିଜେପି ନେତୃତ୍ବର ଏପରି ଭୂମିକାକୁ ନେଇ ତଳ ସ୍ତରର କର୍ମିଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ପଞ୍ଚାୟତ ଆଉ ପୌର ନିର୍ବାଚନ ହେଉଛି କର୍ମିଙ୍କ ନିର୍ବାଚନ। ହେଲେ ସେତେବେଳେ ନେତା ଧରାଛୁଆଁ ଦେଲେ ନାହିଁ। ସେମାନଙ୍କ ମନ ଭିତରେ ଅସନ୍ତୋଷ କୁହୁଳିଛି। ଫଳରେ ରାଜନୈତିକ ସମୀକ୍ଷ ଆଶଙ୍କା କରୁଛନ୍ତି ଯେ ସେହି ଅସନ୍ତୋଷ ହୁଏତ ଭୋଟରେ ପ୍ରତିଫଳିତ ହୋଇଯିବ। ଯଦି ତାହା ସତ ହେବ ତେବେ ବିଜେପି ତୃତୀୟ ସ୍ଥାନକୁ ଖସିଆସିବା କିଛି ଅସମ୍ଭବ ହେବ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ସଂଗଠନକୁ ନଜର ପକାଇବା। ବ୍ରଜରାଜନଗର ପାଇଁ କଂଗ୍ରେସର ଜଣେ ଭଲ ପ୍ରାର୍ଥୀ ହେଉଛନ୍ତି କିଶୋର ପଟେଲ। ପୁରୁଣା କଂଗ୍ରେସ ନେତା ସହ ତାଙ୍କର ସେଠାରେ ଭଲ ସଂଗଠନ ଅଛି। ଠିକ ମତଦାନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ହୋଇ ଶରତ ପଟ୍ଟନାୟକ ହେଲେ। ଫଳରେ ନୂଆ ସଭାପତିଙ୍କ ନେତୃତ୍ବରେ ବ୍ରଜରାଜନଗର ହେଉଛି ପ୍ରଥମ ନିର୍ବାଚନ। ତେଣୁ କଂଗ୍ରେସର ଏପରି ପରିବର୍ତ୍ତନ କଣ ଭୋଟରମାନେ ଭଲରେ ଗ୍ରହଣ କରିଛନ୍ତି କି? ଯଦି ହଁ ତେବେ ହୁଏତ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିପାରେ।

ଯଦି ଏସବୁ କାରଣ ନେଇ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିଯାଏ ତେବେ ଓଡିଶା ରାଜନୀତିରେ ହେବ ଏକ ବଡ ପରିବର୍ତ୍ତନ। ଆଉ ସେହି ପରିବର୍ତ୍ତନ କଂଗ୍ରେସ ମୁହାଁ ହେବାର କିଛି ଅସମ୍ଭବ ହେବ ନାହିଁ।

ବିଜେଡି ବ୍ରଜରାଜନଗର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.